ରମାକାନ୍ତଙ୍କ ଚିକିତ୍ସାରେ ଅର୍ଥ ବାଧକ

ଫୁଲବାଣୀ ଅଫିସ, ୩ା୧:କନ୍ଧମାଳ ଜିଲା ଚକାପାଦ ବ୍ଲକ ପସରା ପଞ୍ଚାୟତ ବରଡାଖୋଲ ଗ୍ରାମର ରମାକାନ୍ତ କହଁର(୩୫) ଅର୍ଥ ଅଭାବରୁ ଚିକିତ୍ସିତ ହୋଇପାରୁ ନାହାନ୍ତି। ପାଖରେ ଥିବା ଅର୍ଥ ସରିଯିବା ପରେ ଜମିବାଡି ବିକ୍ରି ହୋଇ ସାରିଲାଣି ା ତଥାପି ଚିକିତ୍ସା ହୋଇପାରୁନି। ସମ୍ପୂର୍ଣ୍ଣ ଚିକିତ୍ସା ଲାଗି ଆହୁରି ଅର୍ଥ ଦରକାର ବୋଲି ଡାକ୍ତର କହୁଛନ୍ତି। ଅର୍ଥ ନ ଥିବାରୁ ରମାକାନ୍ତ ଏବଂ ତାଙ୍କ ପରିବାର ଅସହାୟ ହୋଇ ପଡିଛନ୍ତି। ସରକାରୀ ଏବଂ ବେସରକାରୀସ୍ତରରେ ତାଙ୍କୁ ସହାୟତା ଦେବା ପାଇଁ ସେ ନିବେଦନ କରିଛନ୍ତି।
ଗତ ଅକ୍ଟୋବରରେ ରମାକାନ୍ତ ଭୁବନେଶ୍ୱର ପାହାଳ ଛକ ପାଖରେ ଥିବା ଏକ ବରଫ କମ୍ପାନୀରେ କାମ କରିବାକୁ ଯାଇଥିଲେ ା ସେଠାରେ ୫ଦିନ କାମ କରିବା ପରେ ପାଣିରେ ଅଧିକ ସମୟ କାମ କରି ତାଙ୍କ ଗୋଡରେ ଘା ହୋଇଥିଲା ା ମେଡ଼ିସିନ୍‌ ଖାଇବା ପରେ ଭଲ ନ ହେବାରୁ ସେ ଘରକୁ ଫେରିଆସି ବ୍ରାହ୍ମଣପାଦ ମେଡିକାଲକୁ ଯାଇଥିଲେ ା ଅବସ୍ଥା ଦେଖି ଡାକ୍ତର ତାଙ୍କୁ ଫୁଲବାଣୀକୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ ା ସେଠାରେ ୧୫ ଦିନ ଚିକିତ୍ସିତ ହେବା ପରେ ମଧ୍ୟ ସ୍ଥିତିରେ ସୁଧାର ଆସି ନ ଥିଲା ା ଫଳରେ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ରେଫର କରାଯାଇଥିଲା ା ସେଠାରେ ଚିକିତ୍ସିତ ହେଉଥିବା ସମୟରେ ରମାକାନ୍ତଙ୍କର ୩ଟି ଆଙ୍ଗୁଠି କଟା ଯାଇଥିଲା ା ଘା’ ନ ଶୁଖିବାରୁ ପରିବାର ଲୋକେ ତାଙ୍କୁ ଗୋଟିଏ ଘରୋଇ ମେଡିକାଲରେ ଭର୍ତ୍ତି କରିଥିଲେ ା ଟଙ୍କା ସରିଯିବାରୁ ଡାକ୍ତର ସେମାନଙ୍କୁ ବାହାର କରିଦେଲେ ା ଟଙ୍କା ଯୋଗାଡ଼ କରି ଡ୍ରେସିଂ ପାଇଁ ଏଠାକୁ ଆସିବାକୁ କହିଥିଲେ ା କିଛି ଦିନ ପରେ ଡ୍ରେସିଂ ପାଇଁ ଯିବାରୁ ଡାକ୍ତର କହିଲେ ଏବେ ଭଲ ଅଛି ା ତେଣୁ ରମାକାନ୍ତ ଘରକୁ ଆସିଥିଲେ। ଟଙ୍କା ନ ଥିବାରୁ ଆଉ ଡ୍ରେସିଂ ପାଇଁ ଯାଇପାରୁନାହାନ୍ତି। ଏପଟେ ଗୋଡ ନଷ୍ଟ ହେବାକୁ ବସଲାଣି। ଏବେ ଡାକ୍ତର ବିଶାଖାପାଟଣା ଯାଇ ଚିକିତ୍ସା ହେବାକୁ କହୁଛନ୍ତି। ଜମି ବାଡ଼ି, ଘରେ ସୁନା ରୁପା ଯାହାଥିଲା ସବୁ ବିକ୍ରି ସରିଲାଣି ା ସରକାରୀ ଏବଂ ବେସରକାରୀ ସହୟତା ମିଳିଲେ ମୋ ସ୍ବାମୀ ଭଲ ହୋଇପାରିବେ ବୋଲି ରମାକାନ୍ତଙ୍କ ସ୍ତ୍ରୀ ଗାୟତ୍ରୀ ପ୍ରକାଶ କରିଛନ୍ତି। ରମାକାନ୍ତଙ୍କର ୨ଟି ଝିଅ ଏବଂ ଗୋଟିଏ ପୁଅ ସମେତ ପରିବାରରେ ୬ ଜଣ ଅଛନ୍ତି। ସମସ୍ତେ ରକାକାନ୍ତଙ୍କ ଉପରେ ନିର୍ଭରଶୀଳ ା ଏବେ ଚିକିତ୍ସା ସହ ପରିବାର କିପରି ଚଳିବ ସେଇ ଚିନ୍ତାରେ ଅଛନ୍ତି।