ଓ୍ବେବ୍‌ସିରିଜ୍‌ ପାଇଁ ମନା କରିଥିଲେ ମା’

ମୁମ୍ବାଇ:୨୦୧୮ରେ ନେଟ୍‌ଫ୍ଲିକ୍ସରେ ମୁକ୍ତିଲାଭ କରିଥିବା ‘ଲଷ୍ଟ ଷ୍ଟୋରିଜ୍‌’ ଶର୍ଟ ଫିଲ୍ମରେ ଚଳଚ୍ଚିତ୍ର ନିର୍ମାତା କରନ୍‌ ଜୋହର ଅଭିନେତ୍ରୀ କିଆରା ଆଡଭାନୀଙ୍କ ଚରିତ୍ର ପାଇଁ ଉପଯୁକ୍ତ ଆକ୍ଟ୍ରେସ୍‌ ଖୋଜୁଥିଲେ। ଏଥିପାଇଁ କରନ ପ୍ରଥମେ କ୍ରୀତି ସାନନଙ୍କୁ ବାଛିଥିଲେ। ହେଲେ କ୍ରୀତି ‘ଲଷ୍ଟ ଷ୍ଟୋରିଜ୍‌’ରେ କାମ କରିବା ପାଇଁ ମନା କରିଥିଲେ। କ୍ରୀତିଙ୍କ ମା’ ଏହି ରୋଲ୍‌ କରିବାକୁ ଅନୁମତି ଦେଇ ନ ଥିଲେ ବୋଲି ଅଭିନେତ୍ରୀ ଜଣକ କରନଙ୍କୁ କହିଥିଲେ। ହଟ୍‌ଷ୍ଟାର୍‌ରେ ରିଲିଜ ହୋଇଥିବା ‘କଫି ଉଇଥ୍‌ କରନ୍‌’ର ସଦ୍ୟ ଏପିସୋଡ୍‌ରେ କରନ୍‌ ଜୋହର ଏହା ପ୍ରକାଶ କରିଛନ୍ତି। ବାସ୍ତବରେ ଲଷ୍ଟ ଷ୍ଟୋରିଜ୍‌ ମହିଳାଙ୍କ ସେକ୍ସୁଆଲ ପ୍ଲେଜର(ଯୌନ ସୁଖ) ଅଧିକାର ଉପରେ ଆଧାରିତ ଏବଂ ଏକ ସଶକ୍ତୀକରଣ କାହାଣୀ ବୋଲି କରନ୍‌ କହିଥିଲେ। କିଆରାଙ୍କୁ କରନ୍‌ ମନିଷ ମାଲ୍‌ହୋତ୍ରାଙ୍କ ଘରେ ଭେଟିବା ପରେ ତାଙ୍କୁ ଏହି ଶର୍ଟ ଫିଲ୍ମରେ ଅଭିନୟ କରିବାକୁ ଅଫର ଦେଇଥିଲେ। କିଆରା କରନ୍‌ଙ୍କୁ ପଚାରିଥିଲେ ‘କ’ଣ ଆପଣ ଏହାର ନିର୍ଦ୍ଦେଶନା ଦେଉଛନ୍ତି’। କରନ୍‌ ହଁ କହିବା ପରେ କିଆରା ତୁରନ୍ତ ଏହି ଚରିତ୍ରରେ ଅଭିନୟ କରିବା ପାଇଁ ରାଜି ହୋଇଯାଇଥିଲେ ବୋଲି ଫିଲ୍ମ ନିର୍ମାତା ଜଣକ ଉକ୍ତ ଏପିସୋଡ୍‌ରେ କହିଛନ୍ତି। କିଆରା ଲଷ୍ଟ ଷ୍ଟୋରିଜ୍‌ରେ ମେଘା ଚରିତ୍ରରେ ଅଛନ୍ତି। ମେଘା ଜଣେ ନବବିବାହିତା ହୋଇଥିବାବେଳେ ସ୍ବାମୀ ପାରସ୍‌ (ଭିକି କୌଶଲ) ସେକ୍ସୁଆଲ ପ୍ଲେଜର ଦେବାରେ ଅସମର୍ଥ ହେଉଛନ୍ତି। ଏଥିପାଇଁ ମେଘା ବିକଳ୍ପ ପନ୍ଥା ଆପଣାଇବା ଉପରେ କାହାଣୀ ଗତିଶୀଳ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri