Posted inଖେଳ

ମା’ ହେଲେ ଏହି ପ୍ରସିଦ୍ଧ ଖେଳାଳି

ରେସଲର ବବିତା ଫୋଗାଟ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ସେ ସୋସିଆଲ ମିଡିଆରେ ପୁଅର ପ୍ରଥମ ଫଟୋ ଶେୟାର କରିଥିଲେ। ଫଟୋ ଶେୟାର କରି ହରିୟାଣାର ଚାରଖୀ ଦାଦ୍ରି ଜିଲାର ବଲାଲି ଗାଁରେ ରହୁଥିବା ବବିତା ଏକ ସୁନ୍ଦର ବାର୍ତ୍ତା ଲେଖିଛନ୍ତି – ଆମ ଛୋଟ ପୁଅକୁ ଭେଟ: ସ୍ବପ୍ନରେ ବିଶ୍ୱାସ କର, ଏଗୁଡ଼ିକ ସତ୍ୟ ହୁଏ, ଆମର ନୀଳ ରଙ୍ଗ ପୋଷାକରେ ଆସିଲା। ଡିସେମ୍ବର ୧, ୨୦୧୯ରେ ରେସଲର ବବିତା ଫୋଗଟ ରେସଲର ବିବେକ ସୁହାଗଙ୍କୁ ବିବାହ କରିଥିଲେ। ବିବେକ ତାଙ୍କ ବିବାହରେ ମାତ୍ର ୨୧ ଜଣଙ୍କୁ ଅତିଥି ଭାବେ ଡାକିଥିଲେ। ବବିତାଙ୍କ ଠାରୁ ଏକ ଟଙ୍କା ଯୌତୁକ ନେଇ ଚର୍ଚ୍ଚାରେ ଥିଲେ। ଏପରିକି ବାଜା ଏବଂ ଡିଜେ ବ୍ୟାଣ୍ଡର ବ୍ୟବସ୍ଥା କରାଯାଇ ନ ଥିଲା। ପ୍ଲାଷ୍ଟିକ ବିନା ଏହି ପୂରା ବିବାହ ସମାପ୍ତ ହୋଇଥିଲା। ବବିତାଙ୍କ ବିବାହରେ ୭ ଘେରା ପରିବର୍ତ୍ତେ ଆଠ ଘେରା ଥିଲା। ବବିତା ଦେଶ ପାଇଁ ଅନେକ ଅନ୍ତର୍ଜାତୀୟ ପଦକ ଜିତିଛନ୍ତି। ସେ କମନୱେଲଥ ଗେମ୍ସରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିବା ବେଳେ ବିଶ୍ୱ ଚାମ୍ପିଅନସିପରେ ସେ ବ୍ରୋଞ୍ଜ ପଦକ ମଧ୍ୟ ଜିତିଛନ୍ତି। ତାଙ୍କୁ ଦେଶର ସମ୍ମାନଜନକ ଅର୍ଜୁନ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି।
ବବିତା ମଧ୍ୟ ରାଜନୀତିରେ ପାଦ ଦେଇ ହରିୟାଣା ବିଧାନସଭା ନିର୍ବାଚନରେ ଭାଜପା ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ ଏଥିରେ ତାଙ୍କୁ ପରାଜୟର ସାମ୍ନାକ ରିବାକୁ ପଡିଥିଲା। ବବିତା ଫୋଗଟ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପ୍ରାପ୍ତ ପିତା ମହାବୀର ଫୋଗଟଙ୍କ ଝିଅ ଏବଂ ଆନ୍ତର୍ଜାତୀୟ ରେସଲର ଗୀତା ଫୋଗଟଙ୍କ ଭଉଣୀ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri