Posted inଖେଳ

ବ୍ୟାଟିଂ ବେଳେ ବଲ୍‌ ବାଜି ଭାଙ୍ଗି ଯାଇଥିଲା ଦାନ୍ତ, ତଥାପି ଖେଳିବା ଜାରି ରଖିଥିଲେ ଏହି ମହାନ କ୍ରିକେଟର୍‌

ଭାରତର ପ୍ରସିଦ୍ଧ ଅଲରାଉଣ୍ଡ ତଥା ୧୯୮୩ ବିଶ୍ୱକପର ହିରୋ ମହିନ୍ଦର ଅମରନାଥଙ୍କ ଆଜି ୭୧ତମ ଜନ୍ମଦିନ। ସେପ୍ଟେମ୍ବର ୨୪ ୧୯୫୦ ପଟିଆଲାରେ ଜନ୍ମଗ୍ରହଣ କରିଥିବା ଅମରନାଥଙ୍କ ପିତା ଲାଲା ଅମରନାଥ ମଧ୍ୟ ଜଣେ ଲୋକପ୍ରିୟ କ୍ରିକେଟର୍‌ ଥିଲେ। ତାଙ୍କ ପିଢିକୁ ଆଗକୁ ବଢାଇବା ପାଇଁ ପ୍ରତିଶ୍ରୁତିବଦ୍ଧ ଥିଲେ ମହିନ୍ଦର। ତାଙ୍କ ଯୋଗୁ ଭାରତ ୧୯୮୩ରେ ପ୍ରଥମଥର ପାଇଁ ବିଶ୍ୱ ଚାମ୍ପିୟନ ହେବାର ସ୍ବାଦ ଚାଖିପାରିଥିଲା। ସେ ବିଶ୍ୱକପ ଫାଇନାଲରେ ‘ମ୍ୟାନ ଅଫ ଦ ମ୍ୟାଚ’ ବିବେଚିତ ହୋଇଥିଲେ।
ମହିନ୍ଦରଙ୍କ ବ୍ୟାଟିଂର ଏହି ବୈଶିଷ୍ଟ୍ୟ ହେଉଛି ଅନେକ ଦ୍ରୁତ ବୋଲର ତାଙ୍କ ଶରୀରକୁ ଟାର୍ଗେଟ କରି ବଲ୍‌ ଫିଙ୍ଗିଥିଲେ ତଥାପି ଭାରତୀୟ ବ୍ୟାଟ୍ସମ୍ୟାନ କେବେ ହାର ମାନି ନ ଥିଲେ। ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ରିଚାର୍ଡ ହାର୍ଡଲି ଏକ ମ୍ୟାଚରେ ଅମରନାଥଙ୍କୁ ବାଉନ୍ସର୍‌ ଫିଙ୍ଗିଥିଲେ। ଏଥିରେ ତାଙ୍କ ମୁଣ୍ଡ ଫାଟିଯାଇଥିଲା। ଏହାସତ୍ତ୍ୱେ ସେ ବ୍ୟାଟିଂ ଜାରି ରଖିଥିଲେ। ଥରେ ଓ୍ବେଷ୍ଟଇଣ୍ଡିଜ ପେସର୍‌ ମଲକମ ମାର୍ଶଲଙ୍କ ବଲ ଫିଙ୍ଗି ଅମରନାଥଙ୍କ ଦାନ୍ତ ଭାଙ୍ଗି ଦେଇଥିଲେ। ଏହାସତ୍ତ୍ୱେ ସେ କେବେହେଲେ ହାର ନ ମାନି ତାଙ୍କୁ ବ୍ୟାଟ୍‌ରେ ଉଚିତ୍‌ ଜବାବ ଦେଇଥିଲେ।
ସେ ଭାରତ ପାଇଁ ୬୯ଟି ଟେଷ୍ଟ ଖେଳି ୪୩୭୮ ରନ କରିବା ସହ ୩୨ଟି ଉଇକେଟ ନେଇଥିଲେ। ସେହିପରି ୮୫ଟି ଏକଦିବସୀୟ ମ୍ୟାଚ ଖେଳି ୧୯୨୪ ରନ କରି ୪୬ଟି ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri