ଦାୟିତ୍ୱରୁ ମୁହଁ ଫେରାଇ ହେବନାହିଁ

କାବୁଲ,୨୪।୯:ଆଫଗାନିସ୍ତାନର ଅଶ୍ରଫ ଗନି ସରକାର ଅମଳରେ କାବୁଲ ମେୟର ଥିବା ଦାଉଦ ସୁଲତାନଜୋୟ ତାଲିବାନ୍‌ ଶାସନରେ ବି ରାଜଧାନୀକୁ ଚଳାଉଛନ୍ତି। ଏବେ ସେ ତାଲିବାନ୍‌ ନିଯୁକ୍ତ ନୂଆ କାମଚଳା ପ୍ରଶାସକ ହମିଦୁଲ୍ଲା ନୋମାନିଙ୍କ ସହ ମିଶି ଅଫିସ ପରିଚାଳନା କରୁଛନ୍ତି।
ତାଲିବାନ୍‌ର ଅଗଷ୍ଟ ୧୫ କାବୁଲ ଦଖଲକୁ ମାସେରୁ ଅଧିକ ସମୟ ବିତିଲାଣି। ଆମେରିକା ସମର୍ଥତ୍ତ ପ୍ରାୟ ସମସ୍ତ ଅଧିକାରୀ ଆଫଗାନିସ୍ତାନ ଛାଡ଼ି ଚାଲିଯାଇଛନ୍ତି ଅଥବା ଭୟରେ ଆତଙ୍କବାଦୀଙ୍କ ନିକଟରେ ପଦବୀ ତ୍ୟାଗ କରିଛନ୍ତି। ତେବେ କାବୁଲର ୬୬ ବର୍ଷୀୟ ମେୟର ଦାଉଦ ସୁଲତାନଜୋୟ ଏବେ ମଧ୍ୟ ନିଜ ଅଫିସକୁ ଯାଇ କାମ କରୁଛନ୍ତି। ସୁଲତାନଜୋୟ ହେଉଛନ୍ତି ଆମେରିକାର ଜଣେ ପୂର୍ବତନ ନାଗରିକ। ତାଲିବାନ୍‌ ଶାସନରେ କାବୁଲ ମେୟର ଭାବେ ନିଯୁକ୍ତ ହୋଇଥିବା ନୋମାନିଙ୍କ ସହ ସେ ଅଫିସ ଶେୟାର କରି କାମ କରୁଛନ୍ତି। ତାଲିବାନ୍‌ କାବୁଲ ଦଖଲ କରିବାର ଦିନକ ପରେ ସୁଲତାନଜୋୟଙ୍କୁ ଯୋଗାଯୋଗ କରିଥିଲା। ସୁରକ୍ଷା ଗ୍ୟାରେଣ୍ଟି ଦେବା ସହ ସେ ନିଜ ପଦବୀରେ ରହି କାମ ଜାରି ରଖନ୍ତୁ ବୋଲି କହିଥିଲା। ତେଣୁ ସୁଲତାନଜୋୟ ମ୍ୟୁନିସିପାଲ ଅଫିସକୁ ଯାଇ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି। ଏଥିଯୋଗୁ କାବୁଲରେ ଏହା ଭିତରେ ଅନେକ ଘଟଣା ଘଟିଯାଇଥିଲେ ସୁଦ୍ଧା ପରିମଳ ଓ ସଫେଇ ଭଳି ଜରୁରୀ କାମ ଅଟକି ଯାଇନାହିଁ। ପୂର୍ବରୁ ଅଶ୍ରଫ ଗନି ସରକାର ଦରମା ବିଳମ୍ବିତ କରିଥିଲେ ଆଉ ଏବେ କର୍ମଚାରୀଙ୍କୁ ଦରମା ଦେବା ପାଇଁ ତାଲିବାନ୍‌ ହାତରେ ପାଣ୍ଠି ନାହିଁ। ତେଣୁ ବିନା ଦରମାରେ ୩ ମାସ ହେଲା କାମ କରୁଛନ୍ତି।
୧୯୫୨ ସେପ୍ଟେମ୍ବର ୧୨ରେ କାବୁଲରେ ଜନ୍ମିତ ସୁଲତାନଜୋୟ ୧୯୮୦ ଦଶକ ଆଦ୍ୟଭାଗରେ ସୋଭିଏଟ୍‌ ୟୁନିୟନ ବିରୋଧରେ ଯୁଦ୍ଧ ଲଢ଼ିଥିଲେ। ଏହା ପୂର୍ବରୁ ସେ ଆମେରିକାର ୟୁନିଭର୍ସିଟି ଅଫ୍‌ ମିଆମିରେ ପ୍ରଫେସନାଲ ପାଇଲଟ ତାଲିମ ନେଇଥିଲେ। ୨୦୦୧ ସେପ୍ଟେମ୍ବର ୧୧ରେ ଆମେରିକା ପକ୍ଷରୁ ଆଫଗାନିସ୍ତାନ ଉପରେ ଆକ୍ରମଣ ହେବା ପରେ ସେ ଗଜନି ପ୍ରଦେଶକୁ ଫେରିଆସିଥିଲେ। ୨୦୧୪ରେ ସୁଲତାନଜୋୟ ରାଷ୍ଟ୍ରପତି ନିର୍ବାଚନ ଲଢ଼ି ହାରିଯାଇଥିଲେ। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ତାଙ୍କୁ ଆମେରିକାର ନାଗରିକତ୍ୱ ତ୍ୟାଗ କରିବାକୁ ପଡ଼ିଥିଲା। କିନ୍ତୁ ତାଙ୍କ ସ୍ତ୍ରୀ ଓ ପିଲାମାନେ ଏବେ ବି ଆମେରିକା ନାଗରିକ ଥାଇ କାବୁଲରେ ରହୁଛନ୍ତି। ୨୦୨୦ ଏପ୍ରିଲ ୧ରେ ତତ୍କାଳୀନ ରାଷ୍ଟ୍ରପତି ଅଶ୍ରଫ୍‌ ଗନି ସୁଲତାନଜୋୟଙ୍କୁ କାବୁଲ ମେୟର ନିଯୁକ୍ତ କରିଥିଲେ। ସୁଲତାନଜୋୟଙ୍କ ସ୍ତ୍ରୀ ୧୯୭୨ରେ ମିସ୍‌ ଆଫଗାନିସ୍ତାନ ମୁକୁଟ ବିଜୟିନୀ ହୋଇଥିଲେ। ତାଲିବାନ୍‌ ଶାସନରେ କାବୁଲ ମେୟର ଭାବେ କାର୍ଯ୍ୟ ଜାରି ରଖିବା ନିଷ୍ପତ୍ତିକୁ ତାଙ୍କ ପରିବାରର ସମର୍ଥନ ମିଳିଛି।
ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲକୁ ଏକ ସାକ୍ଷାତ୍‌କାରରେ ସୁଲତାନଜୋୟ କହିଛନ୍ତି, ସେ ତାଲିବାନ୍‌ର ରାଜନୀତିରେ ସମ୍ପୃକ୍ତ ନୁହନ୍ତି। କାବୁଲ ବାସିନ୍ଦାଙ୍କ ପ୍ରତି ନିଜ ଉତ୍ତରଦାୟିତ୍ୱ ତୁଲାଇବା ପାଇଁ ସେ ଅଫିସ ଛାଡ଼ି ନାହାନ୍ତି। ଏହା ଏପରି ଏକ ଦାୟିତ୍ୱ, ଯହିଁରୁ ମୁହଁ ଫେରାଇ ଓହରିଯାଇ ହେବ ନାହିଁ। ତାଲିବାନ୍‌ମାନଙ୍କୁ ସେ ପସନ୍ଦ କରନ୍ତି ନାହିଁ। ତାଲିବାନ୍‌କୁ ସାହାଯ୍ୟ କରିଥିବାରୁ ନିଜ ଶାସନକୁ ବୈଧ କରିବାରେ ତାଲିବାନ୍‌ ସକ୍ଷମ ହୋଇଛି କି ବୋଲି ପ୍ରଶ୍ନ କରାଯିବାରୁ ସୁଲତାନଜୋୟ କହିଛନ୍ତି, ସେ ସାହାଯ୍ୟ କରୁନାହାନ୍ତି। କାବୁଲ ସିଟିର ସେବା କରୁଛନ୍ତି। ତାଲିବାନ୍‌ ପୂର୍ବାପେକ୍ଷା ଏବେ ସହିଷ୍ଣୁ ହୋଇଯାଇଛି। ସେ ଯାହାଙ୍କୁ ଭେଟିଥିଲେ ସେହି ବ୍ୟକ୍ତିଙ୍କ ଆଚରଣ ଅତ୍ୟନ୍ତ ଭଦ୍ର, ସେ ସବୁ ବୁଝୁଥିଲେ। ନୂଆ ମେୟର ନୋମାନି କହିଛନ୍ତି, ତାଲିବାନ୍‌କୁ ଦେଶ ଚଳାଇବା ପାଇଁ ସୁଲତାନଜୋୟଙ୍କ ଭଳି ପ୍ରଫେସନାଲଙ୍କ ଦକ୍ଷତା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ଘର ଉପରକୁ ମାଡ଼ିଗଲା ଟ୍ରକ୍, ପରିବାର ଲୋକେ…

ପଦ୍ମପୁର,୩୦ା୮(ପ୍ରଦୀପ୍ତ ଦାଶ): ପଦ୍ମପୁର-ପାଟଣାଗଡ଼ ରାସ୍ତାର ରଜାପଡ଼ାଠାରେ ଏକ ବଡ଼ ଅଘଟଣ ଘଟିଯାଇଛି । ରବିବାର ରାତି ପ୍ରାୟ ୧ଟା ସମୟରେ ଏକ ମାଲବୋଝେଇ ଟ୍ରକ ଭାରସାମ୍ୟ ହରାଇ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ପାଟଣାରେ ଚାଞ୍ଚଲ୍ୟ: କାଠ ଫାଳିଆରେ ପିଟି ସ୍ତ୍ରୀଙ୍କୁ ହତ୍ୟା, ସ୍ୱାମୀ ଅଟକ

ପାଟଣା, ୨୯/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ମଲ୍ଲିପଶି ଭୂମିଜ ସାହିରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ…

ନେପାଳ ପରେ, ଚାଇନାରେ ବିପର୍ଯ୍ୟୟ; ୪୯ ଭାରତୀୟ ନିଖୋଜ, ହେଲ୍ପଲାଇନ ନମ୍ବର ଜାରି

ବେଜିଂ,୩୦।୮: ଅଗଷ୍ଟ ୨୬ ରେ ଚାଇନା-ନେପାଳ ସୀମାରେ ଥିବା ଗାଇରୋଙ୍ଗ ବନ୍ଦରରେ ହୋଇଥିବା ଭୂସ୍ଖଳନ ପରେ ପରିସ୍ଥିତି ଜଟିଳ ରହିଛି। ଦକ୍ଷିଣ-ପଶ୍ଚିମ ଚାଇନାର ଜିଜାଙ୍ଗ ସ୍ବୟଂଶାସିତ ଅଞ୍ଚଳର…

ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ: ସାମ୍ବାଦିକତା କେବଳ ଏକ ବିଷୟ ନୁହେଁ, ଏହା ସମାଜ ପ୍ରତି ଦାୟିତ୍ୱବୋଧ ସହ…

ଭଞ୍ଜନଗର, ୩୦/୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଯୁକ୍ତ ୩ର ନବାଗତ ଛାତ୍ରୀଛାତ୍ରଙ୍କୁ…

ସେକ୍ଟର ମିଟିଂ ଚାଲିଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ବଜ୍ରପାତ, ୯ କର୍ମୀ…

ପାଟଣା,୩୦ା୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମଲ୍ଲିପୋଷି ଅଙ୍ଗନୱାଡ଼ି କେନ୍ଦ୍ରରେ ବୈଠକ ଚାଲିଥିବା ବେଳେ ବଜ୍ରପାତ ହୋଇଛି । ଶନିବାର ୨୩ ଜଣ ଅଙ୍ଗନୱାଡ଼ି…

ଆଜି ମେଷ-ସିଂହ ରାଶି ଉପରେ ବର୍ଷିବ କୃପା: ଧନଲାଭ ସହ ମିଳିବ ବଡ଼ ଖୁସି ଖବର

୩୦ ଅଗଷ୍ଟ, ରବିବାର ଦିନ ଗ୍ରହ-ନକ୍ଷତ୍ରମାନଙ୍କର ଚାଲ ଦୃଷ୍ଟିରୁ ଅନେକ ରାଶି ପାଇଁ ବିଶେଷ ରହିବାକୁ ଯାଉଛି। ଆଜି କିଛି ଜାତକଙ୍କୁ କ୍ୟାରିୟର ଏବଂ ବ୍ୟବସାୟରେ ଅଗ୍ରଗତିର…

ପୂର୍ବତନ ମନ୍ତ୍ରୀଙ୍କ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା

ନବରଙ୍ଗପୁର,୩୦ା୮(ସଦାଶିବ ପ୍ରହରାଜ): ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀ (୮୭)ଙ୍କ ରବିବାର ସକାଳ ପ୍ରାୟ ୫ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri