ଦାୟିତ୍ୱରୁ ମୁହଁ ଫେରାଇ ହେବନାହିଁ

କାବୁଲ,୨୪।୯:ଆଫଗାନିସ୍ତାନର ଅଶ୍ରଫ ଗନି ସରକାର ଅମଳରେ କାବୁଲ ମେୟର ଥିବା ଦାଉଦ ସୁଲତାନଜୋୟ ତାଲିବାନ୍‌ ଶାସନରେ ବି ରାଜଧାନୀକୁ ଚଳାଉଛନ୍ତି। ଏବେ ସେ ତାଲିବାନ୍‌ ନିଯୁକ୍ତ ନୂଆ କାମଚଳା ପ୍ରଶାସକ ହମିଦୁଲ୍ଲା ନୋମାନିଙ୍କ ସହ ମିଶି ଅଫିସ ପରିଚାଳନା କରୁଛନ୍ତି।
ତାଲିବାନ୍‌ର ଅଗଷ୍ଟ ୧୫ କାବୁଲ ଦଖଲକୁ ମାସେରୁ ଅଧିକ ସମୟ ବିତିଲାଣି। ଆମେରିକା ସମର୍ଥତ୍ତ ପ୍ରାୟ ସମସ୍ତ ଅଧିକାରୀ ଆଫଗାନିସ୍ତାନ ଛାଡ଼ି ଚାଲିଯାଇଛନ୍ତି ଅଥବା ଭୟରେ ଆତଙ୍କବାଦୀଙ୍କ ନିକଟରେ ପଦବୀ ତ୍ୟାଗ କରିଛନ୍ତି। ତେବେ କାବୁଲର ୬୬ ବର୍ଷୀୟ ମେୟର ଦାଉଦ ସୁଲତାନଜୋୟ ଏବେ ମଧ୍ୟ ନିଜ ଅଫିସକୁ ଯାଇ କାମ କରୁଛନ୍ତି। ସୁଲତାନଜୋୟ ହେଉଛନ୍ତି ଆମେରିକାର ଜଣେ ପୂର୍ବତନ ନାଗରିକ। ତାଲିବାନ୍‌ ଶାସନରେ କାବୁଲ ମେୟର ଭାବେ ନିଯୁକ୍ତ ହୋଇଥିବା ନୋମାନିଙ୍କ ସହ ସେ ଅଫିସ ଶେୟାର କରି କାମ କରୁଛନ୍ତି। ତାଲିବାନ୍‌ କାବୁଲ ଦଖଲ କରିବାର ଦିନକ ପରେ ସୁଲତାନଜୋୟଙ୍କୁ ଯୋଗାଯୋଗ କରିଥିଲା। ସୁରକ୍ଷା ଗ୍ୟାରେଣ୍ଟି ଦେବା ସହ ସେ ନିଜ ପଦବୀରେ ରହି କାମ ଜାରି ରଖନ୍ତୁ ବୋଲି କହିଥିଲା। ତେଣୁ ସୁଲତାନଜୋୟ ମ୍ୟୁନିସିପାଲ ଅଫିସକୁ ଯାଇ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି। ଏଥିଯୋଗୁ କାବୁଲରେ ଏହା ଭିତରେ ଅନେକ ଘଟଣା ଘଟିଯାଇଥିଲେ ସୁଦ୍ଧା ପରିମଳ ଓ ସଫେଇ ଭଳି ଜରୁରୀ କାମ ଅଟକି ଯାଇନାହିଁ। ପୂର୍ବରୁ ଅଶ୍ରଫ ଗନି ସରକାର ଦରମା ବିଳମ୍ବିତ କରିଥିଲେ ଆଉ ଏବେ କର୍ମଚାରୀଙ୍କୁ ଦରମା ଦେବା ପାଇଁ ତାଲିବାନ୍‌ ହାତରେ ପାଣ୍ଠି ନାହିଁ। ତେଣୁ ବିନା ଦରମାରେ ୩ ମାସ ହେଲା କାମ କରୁଛନ୍ତି।
୧୯୫୨ ସେପ୍ଟେମ୍ବର ୧୨ରେ କାବୁଲରେ ଜନ୍ମିତ ସୁଲତାନଜୋୟ ୧୯୮୦ ଦଶକ ଆଦ୍ୟଭାଗରେ ସୋଭିଏଟ୍‌ ୟୁନିୟନ ବିରୋଧରେ ଯୁଦ୍ଧ ଲଢ଼ିଥିଲେ। ଏହା ପୂର୍ବରୁ ସେ ଆମେରିକାର ୟୁନିଭର୍ସିଟି ଅଫ୍‌ ମିଆମିରେ ପ୍ରଫେସନାଲ ପାଇଲଟ ତାଲିମ ନେଇଥିଲେ। ୨୦୦୧ ସେପ୍ଟେମ୍ବର ୧୧ରେ ଆମେରିକା ପକ୍ଷରୁ ଆଫଗାନିସ୍ତାନ ଉପରେ ଆକ୍ରମଣ ହେବା ପରେ ସେ ଗଜନି ପ୍ରଦେଶକୁ ଫେରିଆସିଥିଲେ। ୨୦୧୪ରେ ସୁଲତାନଜୋୟ ରାଷ୍ଟ୍ରପତି ନିର୍ବାଚନ ଲଢ଼ି ହାରିଯାଇଥିଲେ। ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ତାଙ୍କୁ ଆମେରିକାର ନାଗରିକତ୍ୱ ତ୍ୟାଗ କରିବାକୁ ପଡ଼ିଥିଲା। କିନ୍ତୁ ତାଙ୍କ ସ୍ତ୍ରୀ ଓ ପିଲାମାନେ ଏବେ ବି ଆମେରିକା ନାଗରିକ ଥାଇ କାବୁଲରେ ରହୁଛନ୍ତି। ୨୦୨୦ ଏପ୍ରିଲ ୧ରେ ତତ୍କାଳୀନ ରାଷ୍ଟ୍ରପତି ଅଶ୍ରଫ୍‌ ଗନି ସୁଲତାନଜୋୟଙ୍କୁ କାବୁଲ ମେୟର ନିଯୁକ୍ତ କରିଥିଲେ। ସୁଲତାନଜୋୟଙ୍କ ସ୍ତ୍ରୀ ୧୯୭୨ରେ ମିସ୍‌ ଆଫଗାନିସ୍ତାନ ମୁକୁଟ ବିଜୟିନୀ ହୋଇଥିଲେ। ତାଲିବାନ୍‌ ଶାସନରେ କାବୁଲ ମେୟର ଭାବେ କାର୍ଯ୍ୟ ଜାରି ରଖିବା ନିଷ୍ପତ୍ତିକୁ ତାଙ୍କ ପରିବାରର ସମର୍ଥନ ମିଳିଛି।
ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ନାଲକୁ ଏକ ସାକ୍ଷାତ୍‌କାରରେ ସୁଲତାନଜୋୟ କହିଛନ୍ତି, ସେ ତାଲିବାନ୍‌ର ରାଜନୀତିରେ ସମ୍ପୃକ୍ତ ନୁହନ୍ତି। କାବୁଲ ବାସିନ୍ଦାଙ୍କ ପ୍ରତି ନିଜ ଉତ୍ତରଦାୟିତ୍ୱ ତୁଲାଇବା ପାଇଁ ସେ ଅଫିସ ଛାଡ଼ି ନାହାନ୍ତି। ଏହା ଏପରି ଏକ ଦାୟିତ୍ୱ, ଯହିଁରୁ ମୁହଁ ଫେରାଇ ଓହରିଯାଇ ହେବ ନାହିଁ। ତାଲିବାନ୍‌ମାନଙ୍କୁ ସେ ପସନ୍ଦ କରନ୍ତି ନାହିଁ। ତାଲିବାନ୍‌କୁ ସାହାଯ୍ୟ କରିଥିବାରୁ ନିଜ ଶାସନକୁ ବୈଧ କରିବାରେ ତାଲିବାନ୍‌ ସକ୍ଷମ ହୋଇଛି କି ବୋଲି ପ୍ରଶ୍ନ କରାଯିବାରୁ ସୁଲତାନଜୋୟ କହିଛନ୍ତି, ସେ ସାହାଯ୍ୟ କରୁନାହାନ୍ତି। କାବୁଲ ସିଟିର ସେବା କରୁଛନ୍ତି। ତାଲିବାନ୍‌ ପୂର୍ବାପେକ୍ଷା ଏବେ ସହିଷ୍ଣୁ ହୋଇଯାଇଛି। ସେ ଯାହାଙ୍କୁ ଭେଟିଥିଲେ ସେହି ବ୍ୟକ୍ତିଙ୍କ ଆଚରଣ ଅତ୍ୟନ୍ତ ଭଦ୍ର, ସେ ସବୁ ବୁଝୁଥିଲେ। ନୂଆ ମେୟର ନୋମାନି କହିଛନ୍ତି, ତାଲିବାନ୍‌କୁ ଦେଶ ଚଳାଇବା ପାଇଁ ସୁଲତାନଜୋୟଙ୍କ ଭଳି ପ୍ରଫେସନାଲଙ୍କ ଦକ୍ଷତା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?