Posted inଖେଳ

ଅଶୋକ କୁମାରଙ୍କୁ ପୁରସ୍କୃତ କରିବ ମୋହନବାଗାନ

କୋଲକାତା, ୧୪ା୭ (ପି.ଟି.)-ହକି ଷ୍ଟଲଓ୍ବାର୍ଟ ଅଶୋକ କୁମାରଙ୍କୁ ଲାଇଫ୍‌ ଟାଇମ୍‌ ଆଚିଭ୍‌ମେଣ୍ଟ ପୁରସ୍କାରରେ ସମ୍ମାନିତ କରିବ ସହରର ପ୍ରତିଷ୍ଠିତ କ୍ଲବ ମୋହନ ବାଗାନ। କ୍ଲବର ସାଧାରଣ ସମ୍ପାଦକ ଶ୍ରୀଞ୍ଜୟ ବୋଷ ସୋମବାର ସୂଚନା ଦେଇଛନ୍ତି। ମୋହନବାଗାନ ୧୯୧୧ରେ ଇଷ୍ଟ ୟର୍କଶାୟାର ରେଜିମେଣ୍ଟକୁ ୨-୧ ଗୋଲରେ ପରାସ୍ତ କରି ଆଇଏଫଏ ଶିଲ୍‌ଡ ହାସଲ କରିଥିଲା। ପ୍ରଥମ ଭାରତୀୟ ଦଳ ଭାବେ ଏକ ବ୍ରିଟିଶ ଫୁଟ୍‌ବଲ ଟିମ୍‌କୁ ହରାଇଥିବାରୁ ଏହି ସଫଳତାର ବିଜୟ ଉତ୍ସବ ପ୍ରତିବର୍ଷ ଜୁଲାଇ ୨୯ରେ କ୍ଲବ ପାଳି ଆସୁଛି। କୋଭିଡ୍‌-୧୯ ମହାମାରୀ ଯୋଗୁ କ୍ଲବ ଏଥର ମୋହନବାଗାନ ଦିବସ ପାଳନ ନ କରି ଏକ ଫିଜିକାଲ ପ୍ରୋଗ୍ରାମ୍‌ କରିବା ଲାଗି କ୍ଲବର କାର୍ଯ୍ୟନିର୍ବାହୀ କମିଟି ନିଷ୍ପତ୍ତି ନେଇଛି। କୋଲକାତାରେ ଯେଉଁମାନେ ଉପଲବ୍ଧ ହେବେ ସେମାନଙ୍କୁ ହିଁ ବ୍ୟକ୍ତିଗତ ଭାବେ ପୁରସ୍କାର ପ୍ରଦାନ କରାଯିବ। ଯେଉଁମାନେ ଉପଲବ୍ଧ ନ ହେବେ ପରେ ପରିସ୍ଥିତି ସ୍ବାଭାବିକ ହେଲେ ସେମାନଙ୍କୁ ପୁରସ୍କାର ଦିଆଯିବ। ସୂଚନାଯୋଗ୍ୟ, ହକି ଯାଦୁକର ଧ୍ୟାନଚାନ୍ଦଙ୍କ ପୁଅ ଅଶୋକ କୁମାର ୧୯୭୫ରେ କୁଆଲାଲମ୍ପୁରରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅନୁଷ୍ଠିତ ହକି ବିଶ୍ୱକପ୍‌ ସ୍ବର୍ଣ୍ଣ ପଦକ ମ୍ୟାଚରେ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଗୋଲ ସ୍କୋର କରିଥିଲେ। ୧୯୭୫ ସ୍ବର୍ଣ୍ଣ ବ୍ୟତୀତ ୭୦ ବର୍ଷୀୟ ଅଶୋକ କୁମାର ୧୯୭୧ ଓ ୧୯୭୩ ବିଶ୍ୱକପ୍‌ ଯଥାକ୍ରମେ ବ୍ରୋଞ୍ଜ ଓ ରୌପ୍ୟ ଜିତିଥିଲେ। ଏହାଛଡ଼ା ୧୯୭୨ ମ୍ୟୁନିକ୍‌ ଅଲିମ୍ପିକ୍‌ରେ ମଧ୍ୟ ଏକ ବ୍ରୋଞ୍ଜ ପଦକ ପାଇଥିଲେ। ଅଶୋକ କୁମାର ୧୯୬୦ ଦଶକ ଶେଷ ଭାଗରେ ମୋହନବାଗାନରେ ଯୋଗ ଦେଇଥିଲେ। ଭାରତୀୟ ହକି ଦଳ ପାଇଁ ମନୋନୀତ ହେବା ପୂର୍ବରୁ ସେ ବେଙ୍ଗଲ ତରଫରୁ ମଧ୍ୟ ପ୍ରତିନିଧିତ୍ୱ କରିଥିଲେ। କ୍ଲବର ଫୁଟ୍‌ବଲ ରାଇଟ୍‌ ନିକଟରେ ଆର୍‌.ପି. ସଞ୍ଜୀବ ଗୋଏଙ୍କା ହାସଲ କରିଛନ୍ତି। ୮୦ ପ୍ରତିଶତ ଅଂଶଧନ ଏହି ଗ୍ରୁପ୍‌ର ରହିଛି। କ୍ଲବ ଏଣିକି ଏଟିକେ ମୋହନ ବାଗାନ ଏଫ୍‌ସି ରୂପେ ପରିଚିତ ହେବ। କ୍ଲବର ବିତ୍ତ ସମ୍ପାଦକ ଦେବାଶିଷ ଦତ୍ତ କହିଛନ୍ତି, ଆମେ କେବଳ ମାତ୍ର ଫୁଟ୍‌ବଲ ରାଇଟ୍‌ ହରାଇଛୁ। କିନ୍ତୁ ଆମର ମୋହନ ବାଗାନ ଆଥଲେଟିକ୍‌ କ୍ଲବ ନାମ ବଜାୟ ରହିଛି। ତେଣୁ ଆମ ପୁରସ୍କାର ନାମରେ କୌଣସି ପରିବର୍ତ୍ତନ ହେବାର ପ୍ରଶ୍ନ ଉଠୁନାହିଁ। ଚଳିତ ବର୍ଷର ମୋହନ ବାଗାନ ରତ୍ନ ଗୁରୁବକ୍ସ ସିଂ ଏବଂ ପଲାଶ ନନ୍ଦୀଙ୍କୁ ପ୍ରଦାନ କରାଯିବ।
ପୁରସ୍କାର ବିଜେତାଙ୍କ ତାଲିକା- ମୋହନ ବାଗାନ ରତ୍ନ: ଗୁରୁବକ୍ସ ସିଂ (ହକି) ଓ ପଲାଶ ନନ୍ଦୀ (କ୍ରିକେଟ)। ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ: ଅଶୋକ କୁମାର (ହକି), ପ୍ରଣବ ଗାଙ୍ଗୁଲି (ଫୁଟ୍‌ବଲ), ମନୋରଞ୍ଜନ ପୋରେଲ (ଆଥଲେଟିକ୍ସ)। ବେଷ୍ଟ ଫୁଟ୍‌ବଲର: ଜୋସେବା ବିଟିଆ (ସିନିୟର)। ବେଷ୍ଟ ୟୁଥ୍‌ ପ୍ଲେୟର: ସଜଲ ବାଗ୍‌ (୧୮ ବର୍ଷରୁ କମ୍‌ ଦଳ)।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri