ଏକତରଫା ପ୍ରେମ: ବିବାହ ପରେ ବି ଯୁବତୀଙ୍କୁ ଜୋର କରି ଉଠାଇ ବନ୍ଦି କରି ରଖିଥିଲେ, ଯୁବକଙ୍କୁ…

ମୋହନା, ୭ା୧(ମନ୍ମଥ ମିଶ୍ର)- ପ୍ରେମ ସମ୍ପର୍କକୁ ନେଇ ଗଜପତି ଜିଲା ମୋହନାରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ମୋହନା ପୋଲିସ ଜଣେ ଯୁବକଙ୍କୁ ଚନ୍ଦ୍ରଗିରିରୁ ଗିରଫ କରିଛି। ସେ ହେଲେ ଲାଜାର ପ୍ରଧାନ(୨୨) । ଘଟଣାର ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ପ୍ରଧାନ (୩୦)ବୋଲି କୁହାଯାଉଛି। ସନ୍ତୋଷ ଘଟଣା ପରଠାରୁ ଫେରାର ହୋଇ ଯାଇଛନ୍ତି। ତାଙ୍କ ସାନଭାଇ ଲାଜାରଙ୍କଠାରୁ ପୋଲିସ କୋରିଆ ନିର୍ମିିତ ଏକ ମାଉଜ଼ର ଜବତ କରିଛି। ଲାଜାରଙ୍କୁ ମଙ୍ଗଳବାର ଆର.ଉଦୟଗିରି କୋର୍ଟକୁ ଚାଲାଣ କରାଯାଇଥିବା ଜଣାପଡିଛି। ତେବେଘଟଣା ସ୍ଥଳରେ ପାରଳାଖେମୁଣ୍ଡି ସାଇଣ୍ଟିଫିକ ଟିମର ଡ. ସୌମ୍ୟ ଦର୍ଶନ ମହାପାତ୍ରଙ୍କ ନେତୃତ୍ୱତ୍ରେ ଏକ ୪ ଜଣିଆ ଟିମ୍‌ ପହଞ୍ଚତ୍ ତଦନ୍ତ ଚଳାଇଛନ୍ତି। ତଦନ୍ତ ବେଳେ ଟିମ୍‌ ୩ଟି ଖୋକା ଜବତ କରିଛି। ତେବେ ସନ୍ତୋଷଙ୍କ ନାମରେ ବାହାର ରାଜ୍ୟରେ ମଧ୍ୟ ମାମଲା ରହିଥିବା ପୋଲିସ କହିଛି। ଏସ୍‌ଆଇ ବି.ନୀଳମାଧବ ରେଡ୍ଡୀ ଏହାର ତଦନ୍ତ କରୁଛନ୍ତି।

ଖବରରୁ ପ୍ରକାଶ, ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ପଞ୍ଚାୟତ ଢେପାସାହି ଗାଁର ଲାଜର ପ୍ରଧାନ ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲେ। ଏହାକୁ ନେଇ ଲାଜର ଓ ଯୁବତୀଙ୍କ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଯୁବତୀଙ୍କ ଅଭିଯୋଗକ୍ରମେ ସୋମବାର ଗ୍ରାମରେ ଏକ ବୈଠକ ବସିଥିଲା। ଲାଜର ଏକତରଫା ପ୍ରେମ କରି ଗ୍ରାମର ଜଣେ ଯୁବତୀଙ୍କୁ କିଛିଦିନ ତଳେ ଜୋର୍‌ କରି ଉଠାଇ ନେଇ ଗୋଟିଏ ଘରେ ବନ୍ଦୀ କରି ରଖିଥିବା ଅଭିଯୋଗ ବୈଠକରେ ଉଠିଥିଲା। ପରିବାର ଲୋକେ ସମ୍ପୃକ୍ତା ଯୁବତୀଙ୍କୁ ଖୋଜାଖୋଜି କରି ଆଣି ଅନ୍ୟତ୍ର ବିବାହ କରାଇଥିଲେ। କିଛି ଦିନ ପରେ ଯୁବତୀ ଜଣକ ଗାଁକୁ ଆସିଥିବା ବେଳେ ଲାଜର ପୁଣି ତାଙ୍କୁ ଜୋର୍‌ କରି ଟେକି ନେଇ ଏକ ଘରେ ବନ୍ଦୀ କରି ରଖିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସମାଧାନ ପାଇଁ ଗାଁରେ ଜଣାଇବାରୁ ଏହି ବୈଠକ ବସିଥିଲା। ସେହି ସମୟରେ ସନ୍ତୋଷ ଓ ଲାଜାର ଉପସ୍ଥିତ ଥିଲେ। ତେବେ ଏହି ସମୟରେ ସନ୍ତୋଷ ପାଖରେ ରଖିଥିବା ମଉଜରରୁ ୩ଟି ଗୁଳି ଫୁଟାଇଥିଲେ। ଫଳରେ ସେଠାରେ ଥିବା ଅନିଲ କରାଡଙ୍କ ଡାହାଣ ଗୋଡ଼ର ପାଦରେ ଗୁଳି ପଶିଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଚନ୍ଦ୍ରଗିରି ଡାକ୍ତରଖାନା ଅଣାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମାଓବାଦୀଙ୍କୁ ଡିଜିପିଙ୍କ କଡ଼ା ଚେତାବନୀ, ହିଂସା ଛାଡ଼ି ଆତ୍ମସମର୍ପଣ କର, ନଚେତ୍‌…

ଭୁବନେଶ୍ୱର,୨୭ା୨: ମାଓବାଦୀଙ୍କୁ ପୋଲିସ ଡିଜି ଓ୍ବାଇ ବି ଖୁରାନିଆ କଡ଼ା ଚେତାବନୀ ଦେଇଛନ୍ତି। ଡିଜିପି କହିଛନ୍ତି, ହିଂସା ଛାଡ଼ି ଆତ୍ମସମର୍ପଣ କର, ନଚେତ୍‌ ପରିଣାମ ଭୋଗିବ। ଏସ୍‌ଓଜି…

CBIର ମଦ ଦୁର୍ନୀତି ମାମଲା: ଅରବିନ୍ଦ କେଜରିୱାଲ ଓ ମନୀଷ ସିସୋଦିଆ ଦୋଷମୁକ୍ତ, ଆଲିଙ୍ଗନ କରି କାନ୍ଦିଲେ

ନୂଆଦିଲ୍ଲୀ,୨୭।୨: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ରାଉଜ୍ ଆଭେନ୍ୟୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି…

ଆଫଗାନିସ୍ତାନର ଆକ୍ରମଣରେ ବିଚଳିତ ହେଲାଣି ପାକିସ୍ତାନ! ଭାରତ ଉପରେ ଆଣୁଛି ବଡ଼ ଅଭିଯୋଗ

ଇସଲାମାବାଦ,୨୭।୨: ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଉତ୍ତେଜନା ଏବେ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ପରିଣତ ହୋଇଛି। ପାକିସ୍ତାନର ବିମାନ ଆକ୍ରମଣର ପ୍ରତିଶୋଧ ନେଇ ଆଫଗାନିସ୍ତାନ ଏହି ଆକ୍ରମଣ କରିଛି।…

ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ ଯଦି ବର୍ଷା ଯୋଗୁ ହୁଏ ବାତିଲ: ସେମିଫାଇନାଲକୁ ଯିବ କିଏ, ଜାଣନ୍ତୁ ସମ୍ପୂର୍ଣ୍ଣ ନିୟମ

ନୂଆଦିଲ୍ଲୀ,୨୭।୨: ୨୦୨୬ ଟି୨୦ ବିଶ୍ୱକପ ସୁପର ୮ ପର୍ଯ୍ୟାୟରେ ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ମ୍ୟାଚ ଏବେ କର ବା ମର ପ୍ରତିଯୋଗିତାରେ ପରିଣତ ହୋଇଛି। ୧…

‘ମୁଁ ଦାଢିଥିବା ଲୋକଙ୍କୁ ଭୟକରେ’, କାହିଁକି ଏମିତି କହିଲେ ପୂର୍ବତନ ଉପ ରାଷ୍ଟ୍ରପତି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୭।୨: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖର ବୁଧବାର (୨୫ ଫେବୃଆରୀ) ତାଙ୍କ ଗୃହରାଜ୍ୟ ରାଜସ୍ଥାନର ଚୁରୁ ଜିଲାରେ ପହଞ୍ଚିଥିଲେ। ସେ ପୂର୍ବତନ ଏମପି ରାମ ସିଂହ କାସୱା…

କାମ ନ କରି ମଜୁରୀ ହଡ଼ପ କରୁଛନ୍ତି ଶ୍ରମିକ: ଆସିଲା ସାଂଘାତିକ ଅଭିଯୋଗ

ଲୋଇସିଂହା,୨୬।୨(ସୁଶାନ୍ତ ବାରିକ): ଗାଁରେ ଶ୍ରମିକ ବର୍ଗର ଲୋକଙ୍କୁ କାମ ଯୋଗାଇବା ସହିତ ସେମାନଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ଆଣିବା ପାଇଁ କେନ୍ଦ୍ର ସରକାର ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନା କାର୍ଯ୍ୟକାରୀ…

ବିଧାୟକଙ୍କୁ ନବୀନ ନିବାସ ଡକରା, ଅପରାହ୍ନ ୫ଟାରେ ବଡ଼ ବୈଠକ

ଭୁବନେଶ୍ବର,୨୭।୨: ଅପରାହ୍ନ ୫ଟାରେ ନବୀନଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏନେଇ ସମସ୍ତ ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡକରା ହୋଇଛି । ରାଜ୍ୟ ସଭା ନିର୍ବାଚନକୁ…

ଆସନ୍ତା ୭ଦିନ ପର୍ଯ୍ୟନ୍ତ ଶୁଖିଲା ପାଗ, ୩ଦିନରେ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୭ା୨ (ବନ୍ଦନା ସେଠୀ): ରାଜ୍ୟରେ ବୃଦ୍ଧି ପାଇବ ଦିନ ଓ ରାତି ତାପମାତ୍ରା। ଆସନ୍ତା ୩ଦିନ ମଧ୍ୟରେ ସର୍ବାଧିକ ବା ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri