GDPକୁ ବିଦା କରି NDP ଆଣିବେ ମୋଦି ସରକାର, କିନ୍ତୁ ଏହା କ’ଣ?

ନୂଆଦିଲ୍ଲୀ,୭।୧: ଭାରତର ଅର୍ଥନୀତିକୁ ମାପିବାର ମୁଖ୍ୟ ମାପକ ଗ୍ରସ୍ ଡୋମେଷ୍ଟିକ୍ ପ୍ରଡକ୍ଟ (GDP) ବଦଳରେ ନେଟ୍ ଡୋମେଷ୍ଟିକ୍ ପ୍ରଡକ୍ଟ (NDP) ଆସିପାରେ। ଦେଶର ଅର୍ଥନୀତିକୁ ଆକଳନ କରିବାର ମୂଳ ମାପକରେ ପରିବର୍ତ୍ତନ ଆଣିବା ପାଇଁ ପରିସଂଖ୍ୟାନ ମନ୍ତ୍ରଣାଳୟ ବିଚାର କରୁଥିବା ଜଣାପଡ଼ିଛି। ବିଶ୍ୱସ୍ତରୀୟ ପରିସଂଖ୍ୟାନ ନିୟମ, SNA 2025 ସୁପାରିଶକୁ ଆଧାର କରି ଏହି ପରିବର୍ତ୍ତନ କରାଯିବାର ସମ୍ଭାବନା ରହିଛି।

ଏହା ଏକ ଦେଶରେ ଉତ୍ପାଦିତ ସମସ୍ତ ସାମଗ୍ରୀ ଓ ସେବାର ମୋଟ ମୂଲ୍ୟକୁ ମାପିଥାଏ। ତେବେ ଏହା ଉତ୍ପାଦନ ପ୍ରକ୍ରିୟାରେ ବ୍ୟବହୃତ ପୁଞ୍ଜି (ମେସିନ୍, ଭିତ୍ତିଭୂମି ଆଦି)ର କ୍ଷତି ବା ମୂଲ୍ୟହ୍ରାସକୁ ଗଣନା କରି ନ ଥାଏ। ଏହା GDPରୁ ସେହି ପୁଞ୍ଜିଗତ ସମ୍ପତ୍ତିର କ୍ଷତି ବା ମୂଲ୍ୟହ୍ରାସକୁ ବାଦ୍ ଦେଇ ମାପ କରାଯାଏ।

NDP କାହିଁକି ଗୁରୁତ୍ୱପୂର୍ଣ୍ଣ?

ବିଶେଷଜ୍ଞଙ୍କ ମତରେ, NDP ଅର୍ଥନୀତିର ‘ଧାର୍ଯ୍ୟ କ୍ଷମତା’ର ଏକ ସ୍ୱଚ୍ଛ ଚିତ୍ର ଦେଇଥାଏ। ଏହା ପ୍ରକୃତରେ ଘରୋଇ ସଂସ୍ଥା ଓ ପରିବାର ପାଇଁ ଉପଲବ୍ଧ ଥିବା ଆୟର ନିକଟତମ ଆକଳନ। ଆଗାମୀ SNA 2025 ଢାଞ୍ଚା ସ୍ପଷ୍ଟ କରିଛି ଯେ, ‘ମୂଲ୍ୟହ୍ରାସକୁ ବାଦ୍ ଦେଉଥିବା ହେତୁ NDP ଅର୍ଥନୈତିକ ପ୍ରଗତିର ଏକ ଧାରଣାତ୍ମକ ଭାବେ ଉନ୍ନତ ମାପକ।’

ଭାରତ ବର୍ତ୍ତମାନ GDP ସହିତ NDP ରିପୋର୍ଟ ମଧ୍ୟ ପ୍ରକାଶ କରୁଛି। ଆର୍ଥିକ ବର୍ଷ ୨୦୨୪-୨୫ ରେ ଭାରତରେ ମୂଲ୍ୟହ୍ରାସ ପାଖାପାଖି ₹୩୭ ଲକ୍ଷ କୋଟି ଥିଲା। ଫଳରେ ₹୩୩୦.୭ ଲକ୍ଷ କୋଟି GDP ତୁଳନାରେ NDP ମାତ୍ର ₹୨୯୩.୯ ଲକ୍ଷ କୋଟି ଥିଲା। ଏହି ବଡ଼ ବ୍ୟବଧାନ ଦର୍ଶାଉଛି ଯେ ପୁଞ୍ଜିର କ୍ଷୟ ଆକଳନ କରିବା ଜରୁରୀ।

ତେବେ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, ଏହି ପରିବର୍ତ୍ତନ ତୁରନ୍ତ ହେବାର ସମ୍ଭାବନା ନାହିଁ। ଏହା ହୁଏତ ୨୦୨୯ ପରେ ହେବାକୁ ଥିବା ଜାତୀୟ ଆକାଉଣ୍ଟଗୁଡ଼ିକର ପରବର୍ତ୍ତୀ ସଂଶୋଧନ ସହିତ ଆସିପାରେ।

ଏହି ମଧ୍ୟରେ, ଭାରତ ପରିସଂଖ୍ୟାନ ପ୍ରଣାଳୀର ଏକ ବଡ଼ ପରିବର୍ତ୍ତନ ପାଇଁ ପ୍ରସ୍ତୁତି କରୁଛି। ୨୦୨୬ ଫେବୃଆରୀରେ ସରକାର GDPର ଏକ ନୂତନ ଶୃଙ୍ଖଳା ଜାରି କରିବେ, ଯେଉଁଥିରେ ଆଧାର ବର୍ଷକୁ ୨୦୧୧-୧୨ ବଦଳରେ ୨୦୨୨-୨୩ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?