ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତରଙ୍କ ମରୁଡି, କାମରେ ଆସୁନି …

ମୋହନା,୧। ୧(ମନ୍ମଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ ସ୍ୱାସ୍ଥ୍ୟବସ୍ଥା ସୁଧୁରିବାର ନାଁ ନେଉନାହିଁ। ଗୋଟିଏ ପଟେ ରାଜ୍ୟରେ ଡାକ୍ତରମାନେ ଦିନକୁ ଏକ ଘଣ୍ଟା ରୋଗୀ ସେବା ବନ୍ଦ କରିଥିବା ବେଳେ ନାନାଦି ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ। ଅନ୍ୟପଟେ ମୋହନା ସହରରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ମରୁଡି ପଡିଛି।

ସୂଚନା ପ୍ରକାରେ, ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ପାଖାପାଖି ୨୫ ଜଣ ଡାକ୍ତର ରହିବା କଥା କିନ୍ତୁ ୭ ରୁ ୮ ଜଣରେ ଡାକ୍ତରଖାନା ଚାଲୁଛି। ଯାହାକି ଦୀର୍ଘଦିନ ହେବ କୌଣସି ପ୍ରକାର ସ୍ପେଶାଲିଷ୍ଟ ଡାକ୍ତର ଟିଏ ନାହିଁ। ମେଡ଼ିସିନ, ଗାଇନିକ, ସର୍ଜରୀ ଓ ପେଡାଟିକ, ଶିଶୁ ବିଶେଷଜ୍ଞ ଙ୍କ ଭଳି ସ୍ପେଶାଲିଷ୍ଟ ମେଡିକାଲରେ ନାହାନ୍ତି। ଯାହା ଫଳରେ ୩୯ ଗୋଟି ପଞ୍ଚାୟତର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ କ୍ଷେତ୍ରରେ ମୋହନା ରେ କୌଣସି ପ୍ରକାର ସୁବିଧା ନ ପାଇ ବ୍ରହ୍ମପୁର, ଭୁବନେଶ୍ୱର ଓ ବିଶାଖାପାଟଣା ଯାଇ ଖର୍ଚ୍ଚାନ୍ତ ହେଉଛନ୍ତି। ଏମିତି କି ଏହି ମେଡିକାଲ ଉପରେ ରାୟଗଡା ଜିଲ୍ଲାର କିଛି ପଞ୍ଚାୟତ ସହ କନ୍ଧମାଳ ଜିଲାର କିଛି ପଞ୍ଚାୟତ ବାସିନ୍ଦା ନିର୍ଭରଶୀଳ ହୋଇ ରହିଥାନ୍ତି। କହିବାକୁ ଗଲେ ଏହି ମେଡିକାଲଟି ୩୨୬ ନମ୍ବର ଜାତୀୟ ରାଜପଥ କଡରେ ରହିଥିବାରୁ ଜରୁରୀକାଳୀନ ଅବସ୍ଥାରେ ଲୋକେ ଆସିଥାନ୍ତି। ହେଲେ ମେଡିକାଲରେ ରୋଗୀଙ୍କ ପାଇଁ ପାନୀୟ ଜଳ ସହ ଶୌଚାଳୟ କଥା କହିଲେ ନ ସରେ। ପାନୀୟ ଜଳ ଓ ଶୌଚାଳୟ ପାଇଁ ଅନେକ ସମୟରେ ମେଡିକାଲ କର୍ତ୍ତୃପକ୍ଷ ଲିଖିତ ଅଭିଯୋଗ ଦେଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି।ଏମିତି କି ଦୁଃଖ ପରିତାପର ବିଷୟ ଯେଉଁ ଡାକ୍ତର ଓ ନର୍ସ ମାନେ ରୋଗୀଙ୍କ ସେବା ଯୋଗାଇ ଆସୁଛନ୍ତି ବର୍ଷା ଦିନ ଆସିଗଲେ ସେମାନଙ୍କ ରହିବା ଘରେ ବର୍ଷା ପାଣି ଗଳୁଛି। ଯାହା ଫଳରେ ସେମାନଙ୍କ ସରକାରୀ ବାସଭବନରେ ଜରିପାଲ ପକାଇ ରହୁଛନ୍ତି।ଅନ୍ୟପଟେ ଡିଜିଟାଲ ଏକ୍ସରେ ନ ଥିବା ହେତୁ ଲୋକେ ବାହାର କୁ ଜାଇ ଅଧିକା ଖର୍ଚ୍ଚାନ୍ତ ହେବାକୁ ପଡୁଛି। ଯଦି ପାନୀୟ ଜଳ, ଶୌଚାଳୟ, ଏକ୍ସରେ ଭଳି ସମସ୍ୟା ଦୂର ହେବ ତା ହେଲେ ଅଞ୍ଚଳବାସୀ ଉପକୃତ ହୋଇ ପାରିବେ ବୋଲି ଆଶା ରଖିଛନ୍ତି। ଆପରପକ୍ଷେ ଏହି ସମ୍ପର୍କରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଜୟ ପଣ୍ଡା କହିଛନ୍ତି ବହୁବାର ଲିଖିତ ଦିଆଯାଇଛି ଏବଂ ମୋହନାରେ ବଡ଼ ଧରଣର ନୂତନ କୋଠା ନିର୍ମାଣ ଚାଲିଛି କାର୍ଯ୍ୟ ଶେଷ ହେଲେ ଏହାର ସମାଧାନ ହେବ ବୋଲି ଆଶା ରଖିଛନ୍ତି। ହେଲେ ଦେଖା ଯାଉ କେତେ ଶୀଘ୍ର ସମସ୍ୟା ର ସମାଧାନ କରୁଛନ୍ତି ସରକାର ତାହା ଉପରେ ସମସ୍ତଙ୍କ ନଜର।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍‌: ପୁରୁଷୋତ୍ତମପୁର ଏସ୍‌ଡିପିଓ, ଗଞ୍ଜାମ ଥାନା ପ୍ରଥମ

ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍‌ ନେଟ୍‌ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍‌ଏସ୍‌) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍‌...

ଗଞ୍ଜାମ ଜିଲା ଭାଜପା  ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍‌ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ

ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri