Posted inଗଜପତି

କାର୍ଯ୍ୟକ୍ଷମ ହେଉନି ମୋହନା କଲେଜ ଛାତ୍ରୀ ନିବାସ

ଆର.ଉଦୟଗିରି,୭ା୭(ଡି.ଏନ.ଏ.): ଗଜପତି ଜିଲା ମୋହନା ହିଲଟପ କଲେଜରେ ଆଦିବାସୀ ଛାତ୍ରୀଙ୍କ ପାଇଁ ନିର୍ମିତ ହଷ୍ଟେଲ କୋଠା କାର୍ଯ୍ୟକ୍ଷମ ହୋଇପାରିନି। ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ ଯୋଗୁ କୋଟିଏ ଟଙ୍କାର ଏହି କୋଠା ଦୀର୍ଘ ୪ ବର୍ଷ ହେଲା କାମରେ ଲାଗିନି। ଏଥିରେ ଏବେ ଲଟାବୁଦା ମାଡ଼ିବାରେ ଲାଗିଲାଣି। ଏପଟେ ଛାତ୍ରୀମାନେ ହଷ୍ଟେଲ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏ ସମ୍ପର୍କରେ ବାରମ୍ବାର କଲେଜ କର୍ତ୍ତୃପକ୍ଷ, ପ୍ରଶାସନିକ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କେହି କର୍ଣ୍ଣପାତ କରୁ ନ ଥିବା କଲେଜର ଛାତ୍ରୀମାନେ ଅଭିଯୋଗ କରିଛନ୍ତି।
ମୋହନା ହିଲ୍‌ଟପ କଲେଜ ଜିଲାର ଏକ ପ୍ରମୁଖ କଲେଜ। ଏଠାରେ ଜିଲାର ମୋହନା, ଆର.ଉଦୟଗିରି ବ୍ଲକ ସମେତ ପଡୋଶୀ ଗଞ୍ଜାମ, କନ୍ଧମାଳ ଓ ରାୟଗଡ଼ା ଜିଲାର ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସେଥିମଧ୍ୟରୁ ୪୫ ପ୍ରତିଶତ ଆଦିବାସୀ ଛାତ୍ରୀ। ଛାତ୍ରୀମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସରକାର ୨ ଶହ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସ କୋଠା ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥଲେ। ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ମାଧ୍ୟମରେ ୧ କୋଟି ଟଙ୍କା ବ୍ୟୟରେ କୋଠା ନିର୍ମାଣ ହେଲା। ୨୦୧୮ରେ କୋଠା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନି। ଅନ୍ୟପଟେ ନିମ୍ନମାନର କାମ ଯୋଗୁ କୋଠାର ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି। ତେଣୁ ଛାତ୍ରୀମାନେ ରହିବାକୁ ନିରାପଦ ମନେ କରୁନାହାନ୍ତି। ଛାତ୍ରୀଙ୍କ ସୁବିଧା ପାଇଁ ତୁରନ୍ତ ହଷ୍ଟେଲ କୋଠା କାର୍ଯ୍ୟକ୍ଷମ କରିବାକୁ ଦାବି ହେଉଛି। ଏ ନେଇ କଲେଜ ଅଧ୍ୟକ୍ଷ ଶୁଭ୍ରକାନ୍ତ ମହାନ୍ତିଙ୍କୁ ପଚାରିବାରେ କରୋନା କଟକଣା ଯୋଗୁ ହଷ୍ଟେଲ କାର୍ଯ୍ୟକ୍ଷମ ହୋଇପାରିନଳ ଖୁବ୍‌ଶୀଘ୍ର ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ ଧକ୍କାରେ ବାଇକଚାଳକଙ୍କ ମୃତ୍ୟୁ : ୨ ଆହତ

ଆର୍‌.ଉଦୟଗିରି,୨୬।୮(ଡି.ଏନ୍‌.ଏ.) : ଗଜପତି ଜିଲା ଆର୍‌.ଉଦୟଗିରି ଥାନା ଅଞ୍ଚଳରେ ଟ୍ରକ୍‌ ଧକ୍କାରେ ଜଣେ ବାଇକଚାଳକଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି। ପୋଲିସ ସୂତ୍ରରୁ...

ମୁମ୍ବାଇରୁ ଗଜପତିକୁ ୩ ଟ୍ରକ୍‌ରେ ଫେରୁଛନ୍ତି ପ୍ରବାସୀ

ପାରଳାଖେମୁଣ୍ଡି, ୧୪ା୫ (ସ୍ବ.ପ୍ର.)- ମହାରାଷ୍ଟ୍ରର ନଭି ମୁମ୍ବାଇରୁ ଗଜପତି ଜିଲାକୁ ଟ୍ରକ୍‌ ଯୋଗେ ୧୫୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ଶ୍ରମିକ ଫେରୁଥିବା ଜଣାପଡିଛି ା ଏମାନଙ୍କ...

ପଥର ଖୋଲରୁ ୨ ମୃତଦେହ ଉଦ୍ଧାର

ଆର.ଉଦୟଗିରି,୨୬ା୧(ଡି.ଏନ.ଏ.)-ଗଜପତି ଜିଲା ଆର.ଉଦୟଗିରି ଥାନା ଖମ୍ଭାରିସାହି ଗ୍ରାମ ନିକଟସ୍ଥ ତିତ୍‌ଲି ଆମ୍ବ ପର୍ବତର ଏକ ପଥର ଖୋଲରୁ ଶନିବାର ପୋଲିସ ଜଣେ ମହିଳା ଓ ପୁରଷଙ୍କ...

ମଣ୍ଡିରୁ କିଣାଯାଉନି ଧାନ, ଚାଷୀ ନିରାଶ

କାଶୀନଗର,୨୩।୧: ଗତ ଡିସେମ୍ବର ୩୧ ତାରିଖରୁ ମିଲରମାନେ ମଣ୍ଡିରୁ ଧାନ କିଣୁ ନ ଥିବା କାଶୀନଗର ବ୍ଲକ ବଥବା ଗ୍ରାମର ଚାଷୀମାନେ ଶୁକ୍ରବାର ଅଭିଯୋଗ କରିଛନ୍ତି...

ସମ୍ପତ୍ତି ପାଇଁ ଜିଅନ୍ତା ସମାଧି ଉଦ୍ୟମ

ପାରଳାଖେମୁଣ୍ଡି, ୯ା୧୧(ଡି.ଏନ୍‌.ଏ.): ଗଜପତି ଜିଲା ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲାର ହରିପୁର ଗ୍ରାମରେ ମଙ୍ଗଳବାର ସମ୍ପତ୍ତି ପାଇଁ ମା’, ଝିଅଙ୍କୁ ଜିଅନ୍ତା ସମାଧି ଉଦ୍ୟମ...

ସ୍ତ୍ରୀଙ୍କୁ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଲେ ସ୍ବାମୀ

ପାରଳାଖେମୁଣ୍ଡ/କାଶୀନଗର,୨୫ା୫(ଡି.ଏନ୍‌.ଏ.): ପାରିବାରିକ କଳହରୁ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଇଛନ୍ତି ସ୍ବାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା କାଶୀନଗର ବ୍ଲକ...

ଚିକିତ୍ସାରେ ଅବହେଳାରୁ ଶିଶୁଙ୍କ ମୃତ୍ୟୁ ଅଭିଯୋଗ, ହସ୍ପିଟାଲରେ ଉତ୍ତେଜନା

ଗଜପତି,୧୧।୧୦: ଗଜପତି ଜିଲା ପାରଳାଖେମୁଣ୍ଡି ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ଏନେଇ ହସ୍ପିଟାଲରେ ପରିସରରେ ଉତ୍ତେଜନା ପରିସ୍ଥତି...

ହେଲା ଦଶହରା ଛୁଟି ବେଳ, ଗ୍ରାମବାସୀ ଗାଁ ରାସ୍ତା କଲେ ସମତୁଲ

ଆର୍‌. ଉଦୟଗିରି,୪।୧୦(ଡି.ଏନ୍‌.ଏ.): ଦଶହରାରେ ଗ୍ରାମବାସୀ ମିଶି ଗାଁ ରାସ୍ତା ମରାମତି କରିଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଖ୍ରୀଷ୍ଟପୁର...

Advertisement
Archives

Model This Week