ମୋହନ ମାଝିଙ୍କ ପିଏ ମୃତ

ଭୁବନେଶ୍ୱର,୧୨ା୬ (ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ୟୁନିଟ-୮ ଡେଲଟା ବ୍ରହ୍ମାକୁମାରୀ ଆଶ୍ରମ ସମ୍ମୁଖରେ ମଙ୍ଗଳବାର ପୂର୍ବାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି। ଦୁଇ କାର୍‌ ମଝିରେ ଏକ ବାଇକ ଚାପି ହୋଇଯିବାରୁ ଚାଳକଙ୍କ ଡାହାଣ ଗୋଡ ଛିଣ୍ଡିଯିବା ସହ ତାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ପାତ୍ରପଡା ଫୁଲେଶ୍ୱରୀ ବସ୍ତିର ଚନ୍ଦନ ମହାପାତ୍ର (୩୧)। ସେ ଓଡିଶାର ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପିଏ ବୋଲି ଜଣାପଡିଛି। ଦୁର୍ଘଟଣାରେ ଦୁଇଟି କାର୍‌ ଓ ଦୁଇଟି ବାଇକ କ୍ଷତିଗ୍ରସ୍ତ ହୋଇଛି। ଅନ୍ୟଜଣେ ବାଇକ ଚାଳକ ଓ ଦୁଇ କାର୍‌ରେ ଥିବା ୪ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରୁ ଦୁର୍ଘଟଣାଗ୍ରସ୍ତ ୪ ଗାଡିକୁ ପୋଲିସ ଜବତ କରିଛି। ତେବେ କାର୍‌ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏନେଇ ମୃତକଙ୍କ ବଡଭାଇ ରାଜକୁମାର ମହାପାତ୍ର ନୟାପଲ୍ଲୀ ଥାନାରେ ଏତଲା ଦେଇଛନ୍ତି। ପୋଲିସ ଏହାକୁ ଭିତ୍ତିକରି ଏକ ମାମଲା (ନଂ.୩୪୫/୨୦୨୪) ରୁଜୁ କରି ତଦନ୍ତ ଜାରି ରଖିଛି। ମୃତ ଚନ୍ଦନ ଦିନ ପ୍ରାୟ ୧୧ଟା ବେଳେ ମୋହନ ମାଝିଙ୍କ ଅଫିସକୁ ଯାଉଥିଲେ। ଚନ୍ଦନ ତାଙ୍କ ବାଇକ ଯୋଗେ ଗୋପବନ୍ଧୁ ଛକରୁ ଜଳେଶ୍ୱର ମନ୍ଦିର ଆଡକୁ ଦ୍ରୁତଗତିରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଚନ୍ଦନ ଏକ କାର୍‌କୁ ଓଭର ଟେକ୍‌ କରିବାବେଳେ ସାମ୍ନାରୁ ଆଉଏକ କାର୍‌ ଓ ବାଇକ ଆସୁଥିଲା। ସେହି ସମୟରେ ଦୁଇଟି କାର୍‌ ମଝିରେ ଚନ୍ଦନଙ୍କ ବାଇକ ପଶିଯାଇଥିଲା। ସେହିପରି ଆଉଏକ ବାଇକ ମଧ୍ୟ କାର୍‌ ସହ ଧକ୍କା ହୋଇଥିଲା। ଏଥିରେ ଚନ୍ଦନଙ୍କ ଏକ ଗୋଡ଼ ଛିଣ୍ଡିଯାଇଥିବାବେଳେ ତାଙ୍କ ବାଇକ୍‌ ଚୂର୍‌ମାର ହୋଇଯାଇଥିଲା। ରାସ୍ତାରେ ଚନ୍ଦନ ମୁର୍ମୁଷୁ ଅବସ୍ଥାରେ ପଡି ରହିଥିବାବେଳେ କିଛିଦୂରରେ ଭିନ୍ନ ଭିନ୍ନ ସ୍ଥାନରେ ପଡିଥିବା ତାଙ୍କ ପାଦ ଓ ଜୋତା ଦୁର୍ଘଟଣା କେତେ ଭୟଙ୍କର ଥିଲା ତାହା ଜଣାପଡୁଥିଲା। ଆମ୍ବୁଲାନ୍ସ ଯୋଗେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝି କ୍ୟାପିଟାଲ ହସ୍ପିଟାଲ ଯାଇ ଚନ୍ଦନଙ୍କ ଶେଷ ଦର୍ଶନ କରିଥିଲେ। ମୃତ ଚନ୍ଦନଙ୍କ ଦୁଇବର୍ଷ ତଳେ ବିବାହ ହୋଇଥିବାବେଳେ ତାଙ୍କର ଗୋଟିଏ ପୁଅ ଅଛି। ସେ ଗତ ୭ରୁ ୮ ବର୍ଷ ମୋହନଙ୍କ ପାଖରେ କାମ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା କ୍ଷତିଗ୍ରସ୍ତ ଗାଁ ବୁଲିଲେ ବିଧାୟକ, ଚାଷୀଙ୍କ ଦୁର୍ଦ୍ଦଶା ବୁଝିଲେ

ପାରଳାଖେମୁଣ୍ଡି,୫।୧୧(ଗିରିଧାରୀ ପରିଛା): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ଲଗାଣ ବର୍ଷାରେ ଗଜପତି ଜିଲାର ଚାଷଜମି ଏବଂ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ବିଶେଷ କରି ଗୋଷାଣି ବ୍ଲକର…

ପ୍ରସ୍ତାବିତ ନୂତନ ମଦ ଭାଟି ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

ଭବାନୀପାଟଣା,୫।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ଅର୍ତଲ ପଞ୍ଚାୟତ କାନ୍ଦୁଲଝର ଗ୍ରାମରେ ଏକ ନୂତନ ମଦ ଭାଟି ଓ ଦୋକାନ ନିର୍ମାଣକୁ ନେଇ ଗ୍ରାମବାସୀଙ୍କ…

ଗଞ୍ଜାମରେ ବନ୍ୟା ବିପତ୍ତି: ଫର୍ମ ପୂରଣ ଫି’ ଛାଡ଼ ପାଇଁ ଛାତ୍ରଛାତ୍ରୀଙ୍କ ଦାବି, ଆନ୍ଦୋଳନ ଚେତାବନୀ

ଭଞ୍ଜନଗର,୫ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ଗତ ୨୮ ତାରିଖ ରାତିରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଛାତ୍ରଛାତ୍ରୀ, ଚାଷୀ, ବ୍ୟବସାୟୀଙ୍କ ସମେତ ସମାଜର ବିଭିନ୍ନ ବର୍ଗର ଲୋକେ ଗୁରୁତର…

ଶାନ୍ତିପୁରକୁ ସ୍ବତନ୍ତ୍ର ୱାର୍ଡ ମାନ୍ୟତା ଦାବି ତେଜିଲା, ଜିଲାପାଳଙ୍କୁ ଜିଲାପରିଷଦ ଉପାଧ୍ୟକ୍ଷାଙ୍କ ଦାବିପତ୍ର ପ୍ରଦାନ

ଭବାନୀପାଟଣା,୫ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଚୈଗୁଡା ପଞ୍ଚାୟତର ଶାନ୍ତିପୁର ରାଜସ୍ବ ଗ୍ରାମ ହୋଇଥିବାବେଳେ ଏ ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ୱାର୍ଡ ମାନ୍ୟତା ପାଇପାରିନାହିଁ।…

ମୁଣ୍ଡ କାଟି ଚାଷ ଜମିରେ ଫିଙ୍ଗିଦେଲେ ଦୁର୍ବୃତ୍ତ: କୋକସରାରେ ମୁଣ୍ଡବିହୀନ ମୃତଦେହ ଉଦ୍ଧାରକୁ ନେଇ ଚାଞ୍ଚଲ୍ୟ

କୋକସରା,୫ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ଲଡ଼ୁଗାଁ-ସୁପାଡ଼ ରାସ୍ତା ପାର୍ଶ୍ୱରେ ଥିବା ଏକ ଚାଷ ଜମିରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୁଣ୍ଡବିହୀନ ବୀଭତ୍ସ…

ହିନ୍ଦୀ ଶିକ୍ଷକ ରାଜେଶ ପାଇବେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ମାଲକାନଗିରି,୫।୧୧(ଗୌରିଶଙ୍କର ପଣ୍ଡା): ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ କୃଷୁୱାଡ଼ା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ରାଜେଶ କୁମାର ମେହେର ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ତୃତୀୟ…

ମଧ୍ୟବର୍ତ୍ତିକାଳୀନ ନିର୍ବାଚନରେ ବିଜୟ ହେଲେ ଭାରତୀୟ ବଂଶୋଦ୍ଭବ ଅମିଶ ଶାହା

ଓ୍ବାଶିଂଟନ,୫ା୧୧: ଭାରତୀୟ ବଂଶୋଦ୍ଭବ ୪୮ ବର୍ଷୀୟ ଡାକ୍ତର ଅମିଶ ଶାହା ଆରିଜୋନାର ପ୍ରଥମ କଂଗ୍ରେସ ନିର୍ବାଚନ ମଣ୍ଡଳୀରୁ ୟୁଏସ୍‌ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସ ନିର୍ବାଚନରେ ବିଜୟୀ ହୋଇଛନ୍ତି।…

ପୁଣି ଥରେ ଏସଆଇଆର୍‌ (SIR) ବିରୋଧରେ ଏକ ବଡ଼ ଘୋଷଣା କଲା ସିଜେପି (CJP)

ନୂଆଦିଲ୍ଲୀ,୫।୧୧: ‘କକରୋଚ ଜନତା ପାର୍ଟି’ (CJP) ନଭେମ୍ବର ୭ରେ କେରଳର କୋଚି ଠାରେ ଏକ ବଡ଼ ଧରଣର ପ୍ରତିବାଦ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଘୋଷଣା କରିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?