Posted inଜାତୀୟ

ମୋହନ ଭାଗଓ୍ବତ-ଇଲିଆସି ସାକ୍ଷାତ: ଆରଏସଏସ ମୁସଲମାନଙ୍କ ନିକଟତର ହେଉଥିବା ନେଇ ଚର୍ଚ୍ଚା…

ନୂଆଦିଲ୍ଲୀ, ୨୨।୯ : ଆରଏସଏସ ମୁଖ୍ୟ ମୋହନ ଭାଗଓ୍ବତ ଗୁରୁବାର ଦିଲ୍ଲୀରେ ଅଲ ଇଣ୍ଡିଆ ଇମାମ ସଂଗଠନର ମୁଖ୍ୟ ଇମାମ ଡ. ଇମାମ ଉମର ଅହମ୍ମଦ ଇଲିଆସିଙ୍କୁ ଭେଟିଛନ୍ତି। ଏହାପୂର୍ବରୁ ଭାଗଓ୍ବତଙ୍କୁ ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏସ.ୟୁ କୁରେଶି ଏବଂ ଦିଲ୍ଲୀର ପୂର୍ବତନ ଉପରାଜ୍ୟପାଳ ନଜୀବ ଜଙ୍ଗ, ଜାମିରୁଦ୍ଦିନ ଶାହା, ସୟଦ ଶେରୱାନି ଏବଂ ସହିଦ ସିଦ୍ଦିକି ଙ୍କ ସମେତ କେତେକ ମୁସଲିମ ବୁଦ୍ଧିଜୀବୀମାନେ ଭେଟିଥିଲେ।

ମୁଖ୍ୟ ଇମାମ ଇଲିଆସିଙ୍କୁ ଭେଟିବା ପାଇଁ ଭାଗଓ୍ବତ ଦିଲ୍ଲୀର କସ୍ତୁରବା ଗାନ୍ଧୀ ମାର୍ଗ ମସଜିଦ ଠାରେ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ନିକଟରେ ଆରଏସଏସ ମୁସଲମାନମାନଙ୍କ ସହ ଯୋଗାଯୋଗ ବୃଦ୍ଧି କରିଛି ଏବଂ ଭାଗଓ୍ବତ ସମ୍ପ୍ରଦାୟର ନେତାଙ୍କ ସହ କେତେକ ବୈଠକ ମଧ୍ୟ କରିଛନ୍ତି। ଆରଏସଏସ ମୁସଲମାନଙ୍କ ନିକଟତର ହେଉଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ପୂର୍ବତନ ଭାଜପା ସଂଗଠନର ସାଧାରଣ ସମ୍ପାଦକ ରାମଲାଲଙ୍କ ଉଦ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ମତଭେଦ ହ୍ରାସ ପାଇଁ ସମ୍ଭାବ୍ୟ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ଏହାପୂର୍ବରୁ ମୁସଲମାନମାନଙ୍କର ଏକ ସଂଗଠନ ଜାମିଆତ-ଉଲେମା-ଇ-ହିନ୍ଦ ନେତା ମୌଲାନା ଅର୍ଶଦ ମଦାନୀ ମଧ୍ୟ ଦିଲ୍ଲୀର ଝଣ୍ଡେୱାଲାନର ସଂଘ ମୁଖ୍ୟାଳୟରେ ପହଞ୍ଚି ୩୦ ଅଗଷ୍ଟ ୨୦୧୯ ରେ ଭାଗଓ୍ବତଙ୍କୁ ଭେଟିଥିଲେ। ମୁସଲିମ ରାଷ୍ଟ୍ରିୟ ମଞ୍ଚ ନେତା ଇନ୍ଦ୍ରଶ କୁମାରଙ୍କ ଉଦ୍ୟମରେ ଅନୁଷ୍ଠିତ ଏହି ବୈଠକରେ ମଧ୍ୟ ବହୁ ଆଲୋଚନା କରାଯାଇଥିଲା। ୯ ନଭେମ୍ବର ୨୦୧୯ରେ ଅଯୋଧ୍ୟାରେ ରାମ ମନ୍ଦିର ଉପରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପୂର୍ବରୁ ଉଭୟ ସମ୍ପ୍ରଦାୟରେ ଶାନ୍ତି ବଜାୟ ରଖିବା ଦୃଷ୍ଟିକୋଣରୁ ଦୁଇ ବରିଷ୍ଠ ନେତାଙ୍କ ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଇଥିଲା।

ଆଗାମୀ ଦିନରେ କଶ୍ମୀରର କିଛି ମୁସଲମାନ ନେତାଙ୍କୁ ମଧ୍ୟ ଭାଗଓ୍ବତ ଭେଟି ପାରନ୍ତି ବୋଲି ଏକ ଆଲୋଚନା ହେଉଛି। କଶ୍ମୀରରେ ନିର୍ବାଚନ ରାଜନୀତି ଆରମ୍ଭ ହେବା ପରେ ଉପତ୍ୟକାରେ ଶାନ୍ତି ବଜାୟ ରଖିବା ଦୃଷ୍ଟିରୁ ଏହା ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଏହି ନେତାମାନେ କଶ୍ମୀର ବିଚ୍ଛିନ୍ନତାବାଦୀ ନେତାମାନଙ୍କୁ ଉପତ୍ୟକାରେ ପୁନର୍ବାର ସକ୍ରିୟ ନହେବା ଏବଂ କଶ୍ମୀରୀ ଯୁବବର୍ଗମାନଙ୍କୁ ନୂତନ ଭାରତ ସହିତ ଯୋଡିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri