ପ୍ରଥମ ବୋଲର ଭାବେ ଆଇପିଏଲ୍‌ରେ ୨ଟି ମେଡେନ ଓଭର ପକାଇଲେ ସିରାଜ

ଆବୁଧାବି, ୨୧।୧୦: ଚଳିତ ଆଇପିଏଲ୍‌ର ୩୯ତମ ମ୍ୟାଚ୍‌ରେ ବୁଧବାର କୋଲକାତା ନାଇଟ୍‌ ରାଇଡର୍ସର ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହ ହୋଇଥିଲା। ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ୍‌ ହରାଇ ମାତ୍ର ୮୪ ରନ କରିପାରିଥିଲା। ଏହି ମ୍ୟାଚ୍‌ରେ ବାଙ୍ଗାଲୋର ଦ୍ରୁତ ବୋଲର ମହମ୍ମଦ ସିରାଜ ଏକ ବିରଳ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସିରାଜ ନିଜ ୪ ଓଭର ବୋଲିଂ କୋଟାରେ ୨ଟି ମେଡେନ ସହ ମାତ୍ର ୮ ରନ ବ୍ୟୟରେ ୩ଟି ଉଇକେଟ୍‌ ହାସଲ କରିଥିଲେ। ଏଥିସହ ଆଇପିଏଲ୍‌ ଇତିହାସରେ ପ୍ରଥମ ବୋଲର ଭାବେ ସିରାଜ ଗୋଟିଏ ମ୍ୟାଚ୍‌ରେ ୨ଟି ମେଡେନ ଓଭର ପକାଇବାରେ ବିରଳ ସୌଭାଗ୍ୟ ଲାଭ କରିଛନ୍ତି। ୨୬ ବର୍ଷୀୟ ଏହି ଡାହାଣହାତୀ ହାଇଦ୍ରାବାଦ ଦ୍ରୁତ ବୋଲର ନିଜର ପ୍ରଥମ ୩ ଓଭରରେ ୨ ରନ୍‌ ଦେଇ ୩ଟି ଉଇକେଟ୍‌ ନେଇଥିଲେ।

Share