ଭୁବନେଶ୍ୱର,୩ା୧: ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତି ସଭାରେ ବର୍ଷିଲେ ମୋକିମ । କଂଗ୍ରେସ ହାଇକମାଣ୍ଡଙ୍କୁ ଟାର୍ଗେଟ କରି ସେ ବର୍ଷିଛନ୍ତି । ତେବେ ରାଜ୍ୟରେ କଂଗ୍ରେସ ପତନ ପାଇଁ କେବଳ ଦିଲ୍ଲୀ ସୁପ୍ରିମୋ ହିଁ ଦାୟୀ । ପିସିସି ସଭାପତି ପଦ ବାରମ୍ବାର ପରିବର୍ତ୍ତନ କରିଥିଲେ । ଫଳରେ ଭୋଟ ପ୍ରତିଶତ କମିଛି । କମଳ ନାଥ ଓଡ଼ିଶା ଆସି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଅତୀତ କହିଥିଲେ ।
ସେତେବେଳେ ଶରତ ପଟ୍ଟନାୟକଙ୍କୁ ପିସିସି ସଭାପତି କରାଗଲା । ସେବେଠାରୁ ହିଁ କଂଗ୍ରେସର ଡାଉନଫଲ ଆରମ୍ଭ ହୋଇଥିଲା । ଆଜି ପର୍ଯ୍ୟନ୍ତ ସେହି କ୍ଷତିରୁ ଉଠି ପାରୁନାହିଁ କଂଗ୍ରେସ । ତେବେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଆଦର୍ଶନରେ କଂଗ୍ରେସ ଚାଲିବା ଉଚିତ । କିନ୍ତୁ ତାଙ୍କ ଆଦର୍ଶରେ କୌଣସି ନେତା ଚାଲିବାର ଆନ୍ତରିକତା ଦେଖାଯାଉ ନାହିଁ । ସେତେବେଳେ ସୋନିଆ ଗାନ୍ଧୀ ଜାନକୀଙ୍କ ସହ ଆଲୋଚନା କରିଥିଲେ ଆଜିର ଦିନରେ କଂଗ୍ରେସର ଏଭଳି ସ୍ଥିତି ହୋଇନଥାନ୍ତା। ତେବେ ଏଭଳି କହି କଣ ଆଭାସ ଦେଲେ ମୋକିମ । ଏହାପରେ ମୋକିମ ଆଉ ଏକ ନୂଆ ଦଳ ଗଢ଼ିବା ନେଇ ଚର୍ଚ୍ଚା ବଢ଼ିଛି ।


