Categories: ଖେଳ

ଶେହଜାଦଙ୍କ ରେକର୍ଡ

ଆବୁ ଧାବି,୧।୧୧: ମହମ୍ମଦ ଶେହଜାଦ ରବିବାର ପ୍ରଥମ ଆଫଗାନିସ୍ତାନ ଖେଳାଳି ଭାବେ ଟି୨୦ ଫର୍ମାଟରେ ଦୁଇ ହଜାର ରନ୍‌ ପୂରଣ କରିଛନ୍ତି। ରବିବାର ଖେଳାଯାଇଥିବା ନାମ୍ବିଆ ବିପକ୍ଷ ମ୍ୟାଚ୍‌ରେ ସେ ୩୩ ବଲରେ ୪୫ ରନ୍‌ର ଇନିଂସ ଖେଳିଥିଲେ। ଫଳରେ ଅନ୍ତର୍ଜାତୀୟ ଟି୨୦ରେ ତାଙ୍କ ରନ୍‌ ସଂଖ୍ୟା ୨୦୧୧ରେ ପହଞ୍ଚିଛି। ତାଙ୍କ କ୍ୟାରିୟରରେ ରହିଛି ୧୨ ଅର୍ଦ୍ଧଶତକ ଓ ୧ ଶତକ। ଅନ୍ତର୍ଜାତୀୟ ଟି୨୦ରେ ସର୍ବାଧିକ ରନ୍‌ କରିବାର ରେକର୍ଡ ଏବେ ମଧ୍ୟ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନାମରେ ଅଛି। ସେ ୯୧ ମ୍ୟାଚ୍‌ରେ ୩୨୧୬ ରନ୍‌ କରିଛନ୍ତି।

Share