Categories: ଖେଳ

୧୮ ବର୍ଷର କ୍ୟାରିୟର ଶେଷ

କରାଚୀ,୩।୧: ପାକିସ୍ତାନ ଅଲରାଉଣ୍ଡର ମହମ୍ମଦ ହାଫିଜ ସୋମବାର ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏଥିସହ ଶେଷ ହୋଇଛି ୧୮ ବର୍ଷର ଲମ୍ବା କ୍ରିକେଟ କ୍ୟାରିୟର। ସେ ଏବେ କେବଳ ଟି୨୦ ଫ୍ରାଞ୍ଚାଇଜ କ୍ରିକେଟ ଖେଳିବା ଜାରି ରଖିବେ।

୨୦୦୩ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ହାଫିଜ ଅନ୍ତିମ ଥର ଟି୨୦ ବିଶ୍ୱକପ୍‌ ସେମିଫାଇନାଲରେ ଖେଳିଥିଲେ। ପୂର୍ବରୁ ସେ ୨୦୨୦ ଟି୨୦ ବିଶ୍ୱକପ୍‌ରେ ଅନ୍ତର୍ଜାତୀୟ ସ୍ତରରୁ ଅବସର ନେବେ ବୋଲି ଘୋଷଣା କରିଥିଲେ। କିନ୍ତୁ କୋଭିଡ୍‌-୧୯ କାରଣରୁ ଇଭେଣ୍ଟକୁ ୨୦୨୧କୁ ଘୁଞ୍ଚାଇ ଦିଆଯାଇଥିଲା। ପାକିସ୍ତାନ ପାଇଁ ହାଫିଜ ୫୫ ଟେଷ୍ଟ, ୨୧୮ ଦିନିକିଆ ଓ ୧୧୯ ଟି୨୦ ଖେଳିଥିଲେ। ସେଥିରେ ସେ ୧୨,୭୮୦ ରନ୍‌ କରିବା ସହ ହାତେଇଥିଲେ ୨୫୩ ଉଇକେଟ।

“ମୁଁ ଗର୍ବ ଓ ଆତ୍ମସନ୍ତୋଷ ସହ ଆଜି ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଉଛି। ମୁଁ ଯେତେ ଆଶା ରଖିଥିଲି, ତା’ଠୁ ଖୁବ୍‌ ଅଧିକ କ୍ରିକେଟ ଫିଲ୍ଡରେ ହାସଲ କରିଛି। ମୋ କ୍ୟାରିୟରରେ ସାହାଯ୍ୟ ପାଇଁ ସାଥି ଖେଳାଳି, ଅଧିନାୟକ ସପୋର୍ଟ ଷ୍ଟାଫ ଓ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)କୁ ଧନ୍ୟବାଦ୍‌ ଜଣାଉଛି” ବୋଲି ହାଫିଜ କହିଛନ୍ତି।

Share