Categories: ଖେଳ

ଟି୧୦ ଲିଗ୍‌ରେ ୨୩ ବଲରେ ଖେଳିଲେ ୭୭ ରନ୍‌ର ବିସ୍ଫୋରକ ପାଳି

ଆବୁଧାବି,୨୮।୧୧: ଚଳିତ ଆବୁଧାବି ଟି୧୦ ଲିଗ୍‌ରେ ଶନିବାର ଅନୁଷ୍ଠିତ ଏକ ମ୍ୟାଚ୍‌ରେ ନର୍ଦନ ଓ୍ବାରିଅର୍ସ ପାଇଁ ଖେଳୁଥିବା ମୋଇନ ଅଲି ମାତ୍ର ୨୩ ବଲରେ ଖେଳିଥିଲେ ୭୭ ରନ୍‌ର ବିସ୍ଫୋରକ ପାଳି। ତାଙ୍କ ଇନିଂସରେ ସାମିଲ ଥିଲା ୩ ଚୌକା ଓ ୯ ବିଶାଳ ଛକା। ଏହି ପାଳିରେ ୩୩୪ ଷ୍ଟ୍ରାଇକରେଟ୍‌ରେ ଖେଳିଥିଲେ ଇଂଲଣ୍ଡ ଅଲରାଉଣ୍ଡର। ଏଥିଯୋଗୁ ନର୍ଦନ ଓ୍ବାରିଅର୍ସ ୧୦ ଉଇକେଟରେ ଆବୁଧାବିକୁ ହରାଇ ଦେଇଛି।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଆବୁଧାବି ୧୦ ଓଭରରେ ୬ ଉଇକେଟ ହରାଇ ୧୪୫ ରନ୍‌ କରିଥିଲା। ଦଳ ପକ୍ଷରୁ କଲିନ ଇନଗ୍ରାମ ୨୫ ବଲରେ ୬୧ (୫ ଲେଖାଏ ଚୌକା ଓ ଛକା) ରନ୍‌ର ଇନିଂସ ଖେଳିଥିଲେ। ନର୍ଦନ ଓ୍ବାରିଅର୍ସ ଲାଗି ୨ ଲେଖାଏ ଉଇକେଟ ହାତେଇଥିଲେ ରିୟାଦ ଏମରିଟ ଓ ଇମ୍ରାନ ତାହିର। ଏତେ ବଡ଼ ଟାର୍ଗେଟ ସତ୍ତ୍ୱେ ମୋଇନ ଓ କେନାର ଲୁଇସଙ୍କ ଓପନିଂ ଯୋଡ଼ି ନର୍ଦନ ଓ୍ବାରିଅର୍ସକୁ ୫ ବଲ ପୂର୍ବରୁ ମ୍ୟାଚ୍‌ ଜିତାଇ ଦେଇଥିଲେ। ମୋଇନ ୭୭ ରନ୍‌ର ପାଳି ଖେଳିଥିବା ବେଳେ ଲୁଇସ ୩୨ ବଲରେ ୬୫ (୪ ଚୌକା ଓ ୬ ଛକା) ରନ୍‌ କରି ଅପରାଜିତ ଥିଲେ।

Share