Posted inଜାତୀୟ

ପ୍ରବଳ ବର୍ଷା ଯୋଗୁ ମୋଦିଙ୍କ ପୁଣେ ଗସ୍ତ ବର୍ଷା ବାତିଲ୍‌

ନୂଆଦିଲ୍ଲୀ,୨୬।୯: ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହେତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁଣେ ଗସ୍ତ ବାତିଲ ହୋଇଛି। ମହାରାଷ୍ଟ୍ରର ଅନେକ ସହରରେ ପ୍ରବଳ ବର୍ଷା ହେତୁ ପରିସ୍ଥିତି ଚିନ୍ତାର କାରଣ ହୋଇଛି। ରାସ୍ତାରେ ଜଳ ନିଷ୍କାସନ ହୋଇ ନ ପାରିବାରୁ ସାଧାରଣ ଜୀବନ ପ୍ରଭାବିତ ହୋଇଛି। ସେପଟେ ପ୍ରଧାନମନ୍ତ୍ରୀ ମୋଦି ଗୁରୁବାର ରାଜ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ପୁଣେ ମେଟ୍ରୋ ଟ୍ରେନର ଉଦଘାଟନ କରିବା ସହିତ ସେ ୨୨,୬୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ମୂଳଦୁଆ ପକାଇବାକୁ ଯାଉଥିଲେ। ତେବେ ବର୍ଷାକୁ ଦୃଷ୍ଟିରେ ରଖି ତାଙ୍କୁ ତାଙ୍କର ଗସ୍ତ ବାତିଲ ହୋଇଛି।
ପ୍ରବଳ ବର୍ଷା ହେତୁ ପୁଣେ ଏବଂ ପିମ୍ପ୍ରି ଚିଞ୍ଚୱାଡରେ ସ୍କୁଲ ଏବଂ କଲେଜଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ପାଣିପାଗ ବିଭାଗ ଦ୍ୱାରା ଦିଆଯାଇଥିବା ଚେତାବନୀକୁ ଗମ୍ଭୀରତାର ସହ ନେବାକୁ ମୁମ୍ବାଇ ପୋଲିସ ଲୋକଙ୍କୁ ନିବେଦନ କରିଛି। ରେଳ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ହେତୁ ଗୋଭଣ୍ଡି-ମାନଖର୍ଡ ମଧ୍ୟରେ ଚାଲୁଥିବା ମୁମ୍ବାଇ ସ୍ଥାନୀୟ ଟ୍ରେନର ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା। ପୁଣେ ଜିଲ୍ଲା ପାଇଁ ଆଇଏମଡି କମଳା ଆଲର୍ଟ ଜାରି କରିଛି। ନାଗରିକମାନଙ୍କୁ ଅନାବଶ୍ୟକ ଭାବରେ ଘରୁ ବାହାରକୁ ନ ଯିବାକୁ ଏବଂ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ ପାଲଟିଛି କଏଦୀଙ୍କ VIP ଆଡ୍ଡାସ୍ଥଳ! ନେଉଛନ୍ତି ସେଲଫି, ଟାଣୁଛନ୍ତି…

କଲବୁର୍ଗି,୧୬।୧୦: କର୍ନାଟକର କଲବୁର୍ଗି ଜେଲରେ ବନ୍ଦୀମାନଙ୍କୁ ଭିଆଇପି ଟ୍ରିଟମେଣ୍ଟ ମିଳୁଛି। ଜେଲରେ ବସିଥିବା କଏଦୀ ସିଗାରେଟ ଟାଣିବା ଏବଂ ମୋବାଇଲରେ ଭିଡିଓ ତିଆରି କରିବାର ଭିଡିଓ...

ମସଜିଦରେ ‘ଜୟ ଶ୍ରୀରାମ‘ କହିବା ଅପରାଧ ନୁହେଁ, କାହିଁକି ଏମିତି କହିଲେ ହାଇକୋର୍ଟ

ବେଙ୍ଗାଲୁରୁ,୧୬।୧୦: ମସଜିଦ ଭିତରେ ‘ଜୟ ଶ୍ରୀ ରାମ’ର ସ୍ଲୋଗାନ ଦିଆଯାଇଥିବା ମାମଲାରେ କର୍ନାଟକ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୂଚନାଯୋଗ୍ୟ, ଦୁଇ ଜଣଙ୍କ ବିରୋଧରେ...

ଶତ୍ରୁତା ପରେ ବି ପାକିସ୍ତାନରୁ ଅନେକ ଜିନିଷ କିଣୁଛି ଭାରତ, ପ୍ରତି ଘର ପାଇଁ ଆବଶ୍ୟକ…

ନୂଆଦିଲ୍ଲୀ/ଇସଲାମାବାଦ,୧୬।୧୦: ୨୦୧୯ରୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାଣିଜ୍ୟ ସମ୍ପର୍କ ସ୍ଥଗିତ ରହିଛି। ଅଗଷ୍ଟ ୫, ୨୦୧୯ରେ ଭାରତ ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦...

ଓମାର ଅବଦୁଲ୍ଲା ସରକାରରୁ ନିଜକୁ କାହିଁକି ଦୂରେଇ ରଖିଲା କଂଗ୍ରେସ, ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟଜନକ କାରଣ

ନୂଆଦିଲ୍ଲୀ,୧୬।୧୦: ଜମ୍ମୁ-କଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଓମାର ଅବଦୁଲ୍ଲା ଶପଥ ନେବେ। ଲେଫ୍ଟନାଣ୍ଟ ଗଭର୍ନର ମନୋଜ ସିହ୍ନା ପୂର୍ବାହ୍ନ ୧୧ଟା ୩୦ରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ...

ବଢୁଛି ଉତ୍ତେଜନା, କଳା ହରିଣ ଶିକାରକୁ ନେଇ ସଲମାନଙ୍କ ପାଖରେ ଏମିତି ଡିମାଣ୍ଡ ରଖିଲା ବିଷ୍ଣୋଇ ସମାଜ

ମୁମ୍ବାଇ,୧୬।୧୦: ୧୯୯୮ରେ ଫିଲ୍ମ ‘ହମ ସାଥ ସାଥ ହୈ’ର ସୁଟିଂ ସମୟରେ ଅଭିନେତା ସଲମାନ ଖାନଙ୍କ ସମେତ କେତେଜଣ ଚଳଚ୍ଚିତ୍ର ସେଲିବ୍ରିଟିଙ୍କ ବିରୋଧରେ କଳା ହରିଣ...

ନିର୍ବାଚନ ପାଇଁ ରଣନୀତି ଆରମ୍ଭ, ମୋଦିଙ୍କ ସଙ୍କଟମୋଚକ ସାଜିବେ ଚମ୍ପାଇ! ଏମିତି ରହିଛି ରାଜନୈତିକ ସମୀକରଣ

ରାଞ୍ଚି,୧୬।୧୦: ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ବିଗୁଲ ବାଜିସାରିଛି। ତେବେ ନିର୍ବାଚନ ପାଇଁ ରଣନୀତି ମଧ୍ୟ ପ୍ରସ୍ତୁତ ହୋଇଛି। କିନ୍ତୁ ଏହି ରଣନୀତିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ...

ବିଦା ହେଲା ମୌସୁମୀ, ଏଥର ସାମାନ୍ୟରୁ ଅଧିକ ବର୍ଷା

ନୂଆଦିଲ୍ଲୀ,୧୬।୧୦: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦେଶରୁ ବିଦାୟ ନେଇଛି। ପାଣିପାଗ ବିଭାଗ ଅନୁଯାୟୀ, ଅକ୍ଟୋବର ୧୫, ୨୦୨୪ରେ ମୌସୁମୀ ସମଗ୍ର ଦେଶରୁ ଆନୁଷ୍ଠାନିକ ଭାବେ...

ହାଇକମାଣ୍ଡଙ୍କ ବଡ ନିଷ୍ପତ୍ତି: ଓମାର ଅବଦୁଲ୍ଲା ସରକାରରେ ସାମିଲ ହେବନି କଂଗ୍ରେସ

ନୂଆଦିଲ୍ଲୀ,୧୬।୧୦: ଜମ୍ମୁ-କଶ୍ମୀର ରାଜନୀତିରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଆଜି ନ୍ୟାଶନାଲ କନଫରେନ୍ସର ଓମାର ଅବଦୁଲ୍ଲା ଜମ୍ମୁ-କଶ୍ମୀରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri