ମୋଦିଙ୍କ ଆଜାଦ

କଂଗ୍ରେସ ଦଳ ଛାଡ଼ିବାର ୩ ଦିନ ପରେ ଅଗଷ୍ଟ ୨୯ରେ ଗୁଲାମ ନବୀ ଆଜାଦ ଅନ୍ୟତମ ବରିଷ୍ଠ ନେତା ଜୟରାମ ରମେଶଙ୍କୁ ଗାଳି କରିଥିବା ବେଳେ ଭାଜପା ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଯେହେତୁ ରମେଶ କହିଥିଲେ, ଗୁଲାମ ନବୀ ଆଜାଦ(ଜିଏନ୍‌ଏ)ଙ୍କ ଡିଏନ୍‌ଏ ମୋଦିଫାଏଡ୍‌ ହୋଇଯାଇଛି, ତାଙ୍କୁ ଉପଲକ୍ଷ୍ୟ କରି ନିଜ ଡିଏନ୍‌ଏ ଦେଖିବାକୁ ରମେଶଙ୍କୁ ଆଜାଦ କହିଛନ୍ତି। ଏଥିସହିତ ମୋଦି ଦେଖାଉଥିବା ମାନବିକତାକୁ ସେ ପ୍ରଶଂସା କରିଛନ୍ତି। ଆଜାଦ ଜମ୍ମୁ ଓ କଶ୍ମୀରର ମୁଖ୍ୟମନ୍ତ୍ରୀ ଥିବା ବେଳେ ଯେତେବେଳେ କଶ୍ମୀରରେ ଗୁଜରାଟୀ ପର୍ଯ୍ୟଟକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା ସେତେବେଳେ ସେ ମୋଦିଙ୍କୁ ଫୋନ୍‌ କରି ଏ ବିଷୟ ଜଣାଇଥିଲେ। ଏହି ଘଟଣାକୁ ମନେପକାଇ ତାଙ୍କ ବିଦାୟକାଳୀନ ଭାଷଣ ବେଳେ ମୋଦି ପାର୍ଲାମେଣ୍ଟରେ ଉକ୍ତ ବିଷୟ ଉପସ୍ଥାପନ କରିଥିଲେ। ଆଜାଦ ଆହୁରି କହିଛନ୍ତି ଯେ, ମୋଦିଙ୍କ ସ୍ତ୍ରୀ କି ପିଲା ନାହାନ୍ତି। କିନ୍ତୁ ସେ ନିଜର ମାନବିକତା ପ୍ରଦର୍ଶନ କରିଥାନ୍ତି। ଅବଶ୍ୟ ଆଜାଦ ଜାଣିନାହାନ୍ତି ଯେ, ମୋଦି ବିବାହିତ ଓ ତାଙ୍କ ପତ୍ନୀଙ୍କୁ ତ୍ୟାଗ କରିଛନ୍ତି। ତେବେ ଏଠାରେ ମୋଦିଙ୍କ କେଉଁଭଳି ମାନବିକତା ଗୁଣକୁ ଆଜାଦ ଦେଖିପାରିଥିଲେ ତାହା ତାଙ୍କୁ ଜଣା। କାରଣ ବିମୁଦ୍ରୀକରଣଠାରୁ ଆଜି ପର୍ଯ୍ୟନ୍ତ ମୋଦିଙ୍କ ପ୍ରତିଟି ପଦକ୍ଷେପ ଗରିବ ଓ ଅସହାୟଙ୍କୁ ମାଡ଼ କରିଚାଲିଛି। ଅପରପକ୍ଷରେ କଂଗ୍ରେସ ନେତାଙ୍କୁ ନୂ୍ୟନ ଦୃଷ୍ଟିରେ ଦେଖି ଆଜାଦ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଥିବା କୁହାଯାଇପାରେ।
ଯଦି ଆଜାଦଙ୍କ ରାଜନୈତିକ କ୍ୟାରିୟର ଦେଖାଯାଏ, ତେବେ ସେ ବହୁବାର କେନ୍ଦ୍ରମନ୍ତ୍ରୀ, ୫ ଥର ରାଜ୍ୟ ସଭା ସଦସ୍ୟ ଏବଂ ଥରେ ଜମ୍ମୁ ଓ କଶ୍ମୀରର ମୁଖ୍ୟମନ୍ତ୍ରୀ ଥିଲେ। ଏହାବ୍ୟତୀତ ଜଣେ ବ୍ୟକ୍ତି କେତେ ଅଧିକ ରାଜନୈତିକ ପଦପଦବୀ ହାତେଇପାରନ୍ତେ! ଏହା କେବଳ କଂଗ୍ରେସ ଦଳର ନେତା ଭାବେ ସମ୍ଭବ ହୋଇଥିଲା। ସେ ଯେତେବେଳେ କ୍ଷମତା ଉପଭୋଗ କରୁଥିଲେ ସେତେବେଳେ ଗାନ୍ଧୀ ପରିବାରର ଗୋଡ଼ ଚାଟିବାକୁ ପଛାଇ ନ ଥିଲେ। ସଚେତନ ଦେଶବାସୀ ତାଙ୍କ ଇତିହାସକୁ ଭଲ ଭାବେ ଜାଣନ୍ତି। ଏବେ କଂଗ୍ରେସ ଦୁର୍ବଳ ହୋଇପଡ଼ିଥିବାରୁ ତାହା କୋଟେରି ବା ସ୍ବତନ୍ତ୍ର ପରିଚିତ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେଉଛି ବୋଲି ଆଜାଦ ଅଭିଯୋଗ ଆଣିଛନ୍ତି। ବାରମ୍ବାର କ୍ଷମତା ଚାଖୁଥିବା ଆଜାଦ ଯୁବବର୍ଗ କେବେ କଂଗ୍ରେସର ଉଚ୍ଚସ୍ଥାନକୁ ଉଠୁ ବୋଲି ଚାହିଁ ନ ଥିଲେ। ଏଭଳି ମାନସିକତା ପୋଷଣ କରୁଥିବା ବ୍ୟକ୍ତିମାନେ ସାଧାରଣ ଲୋକଙ୍କ ପାଇଁ କିଭଳି ଚିନ୍ତା କରୁଥିବେ ବୁଝାପଡ଼ିଯାଉଛି। ଦୀର୍ଘଦିନ କ୍ଷମତାରୁ ଅପସରିଯିବା ପରେ ଓ କଂଗ୍ରେସ ଦିନକୁ ଦିନ ଭାଙ୍ଗି ପଡ଼ୁଥିବାରୁ ସେଥିରେ ଆଉ ଭବିଷ୍ୟତ ନ ଦେଖି ଆଜାଦ ତାଙ୍କର ‘ଅପ୍ରାପ୍ତ’ ୭୩ ବର୍ଷ ବୟସରେ ମଧ୍ୟ କ୍ଷମତା ଲୋଭକୁ ଛାଡ଼ିପାରୁନାହାନ୍ତି। କ୍ଷମତା ରାଜନୀତିରେ ମତ୍ତ ଥିବା ଏଭଳି ନେତାମାନେ ‘ବର୍ଷା ଯୁଆଡ଼େ ଛତା ସିଆଡ଼େ’ ନ୍ୟାୟରେ ବଞ୍ଚତ୍ବାକୁ ଚାହାନ୍ତି। ଆଜିର ସ୍ଥିତି ଦେଖିଲେ ଯୁବପିଢ଼ିଙ୍କୁ ଆଗକୁ ଯିବାକୁ ବାଟ ଛାଡ଼ୁ ନ ଥିବା ବୟସ୍କ ଆଜାଦମାନେ କଦାପି ଭାରତୀୟ ରାଜନୀତିରେ ବିସ୍ମୟ ସୃଷ୍ଟି କରିପାରିବେ ବୋଲି ବିଶ୍ୱାସ ହେଉନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri