ପୁଣି ଓଡ଼ିଶା ଆସିବେ ମୋଦି; ଯାଜପୁର, ଭଦ୍ରକ ଉପରେ ଅମିତ ଶାହାଙ୍କ ନଜର

ଭୁବନେଶ୍ୱର,୨୨ା୫: ପୁଣି ପ୍ରଚାର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାଜପା ଓଡ଼ିଶା ପ୍ରଭାରୀ ବିଜୟପାଲସିଂ ତୋମାର ଏହି ସୂଚନା ଦେଇଛନ୍ତି। ଆସନ୍ତା ୨୯ ତାରିଖରେ ପ୍ରଧାନମନ୍ତ୍ରୀ ତାଙ୍କର ଏହି ଗସ୍ତରେ କେନ୍ଦ୍ରାପଡ଼ା ଓ ବାଲେଶ୍ୱରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ।

ସେହିଭଳି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ପୁଣି ଓଡ଼ିଶା ଆସୁଛନ୍ତି। ଆସନ୍ତା ୨୫ରେ ଶାହା ବାରିପଦା, ଚାନ୍ଦବାଲି, କୋରେଇ ଓ ନିମାପଡ଼ାରେ ନିର୍ବାଚନୀ ପ୍ରଚାର କରିବେ।

ଓଡ଼ିଶାରେ ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ପାଇଁ ମୋଦି ମେ’ ୬ରେ ଓଡ଼ିଶାରେ ପ୍ରଚାର ଆରମ୍ଭ କରିଥିଲେ। ଗୋଟିଏ ଦିନରେ ବ୍ରହ୍ମପୁର ଓ ନବରଙ୍ଗପୁରରେ ଦୁଇ ଦୁଇଟି ବିଶାଳ ଜନସଭା କରି ପ୍ରଧାନମନ୍ତ୍ରୀ, ବିଜେଡିର ଏକ୍ସପାଏରୀ ଡେଟ୍ ଘୋଷଣା କରିଥିଲେ ଏବଂ ଜୁନ୍ ୧୦ରେ ଭୁବନେଶ୍ୱରରେ ଭାଜପା ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ।

ଏହାପରେ ଦ୍ୱିତୀୟ ଗସ୍ତରେ ବରଗଡ଼, କଳାହାଣ୍ଡି, ବଲାଙ୍ଗୀର ଆଦି ଜିଲା ଗସ୍ତ କରି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିସାରିଲେଣି। ଏହାପରେ ଗତ ସୋମବାର ତୃତୀୟ ପର୍ଯ୍ୟାୟରେ ଆସି ପୁରୀରେ ରୋଡ଼ ଶୋ’ କରିବା ପରେ ଅନୁଗୋଳ ଏବଂ କଟକରେ ଜନସମାବେଶକୁ ସମ୍ବୋଧିତ କରି ରାଜ୍ୟ ସରକାରଙ୍କୁ ଘନଘନ ଆଣାକ୍ରମଣ କରିଥିଲେ।

ଅନ୍ୟପଟେ ମଙ୍ଗଳବାର ଅମିତ ଶାହା ନୟାଗଡ ଗସ୍ତ କରି କହିଛନ୍ତି ଯେ, ‘ଓଡ଼ିଶାରେ କୌଣସି ତାମିଲ ବାବୁ ଶାସନ କରିପାରିବେ ନାହିଁ। କଥା ଦେଉଛୁ ଭାଜପା କ୍ଷମତାକୁ ଆସିଲେ ଓଡ଼ିଆ କହୁଥିବା ଲୋକ ଶାସନ କରିବେ।” ନୟାଗଡ଼ ଜିଲା ନୟାଗଡ଼ ବ୍ଲକ ଲାଠିପଡ଼ାର ଟାଙ୍ଗୀ ପଡ଼ିଆରେ ମଙ୍ଗଳବାର ଅପରାହ୍ନରେ ଭାଜପାର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ଶାହା ବିଜେଡି ଉପରେ ବର୍ଷିବା ସହ ଓଡ଼ିଶାର ବିକାଶ ପାଇଁ ଭାଜପାକୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି। ଅନୁରୂପଭାବେ ସମ୍ବଲପୁର, କେନ୍ଦୁଝର ଏବଂ ଢେଙ୍କାନାଳର ପରଜଙ୍ଗଠାରେ ଆୟୋଜିତ ନିର୍ବାଚନ ସଭାରେ ଶାହା ତାମିଲ ପ୍ରସଙ୍ଗ ଉଠାଇବା ସହ ରାଜ୍ୟରେ ଭାଜପା କ୍ଷମତାକୁ ଆସିଲେ ଓଡ଼ିଆ କହୁଥିବା ଜଣେ ଯୁବନେତା ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଛନ୍ତି।

ତେବେ ନୟାଗଡ଼ଠାରେ ଅନୁଷ୍ଠିତ ସଭାରେ ଶାହା କହିଛନ୍ତି, ଦେଶ ମୋଦିଙ୍କୁ ତୃତୀୟ ଥର ପ୍ରଧାନମନ୍ତ୍ରୀ କରିବାକୁ ପ୍ରସ୍ତୁତ। ଏଥର ଓଡ଼ିଶାରେ ଭାଜପା ୭୫ ଆସନ ଦଖଲକରି ସରକାର ଗଠନ କରିବ ବୋଲି ଶାହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ୩ କୋଟି ଲକ୍ଷପତି ଦିଦି ଓ ୪ କୋଟି ଗରିବଙ୍କ ପାଇଁ ଘର ତିଆରି ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୌରବକୁ ନଷ୍ଟ କରାଯାଇଛି। ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବା ଓ ପୁରୀର ସମ୍ମାନ ପୁଣି ଫେରାଇ ଆଣିବା ଉପରେ ସେ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ନବୀନବାବୁ, ତୁମ ବାବୁଙ୍କ ଉତ୍ତର ଦରକାର ନାହିଁ। ମୋ ପ୍ରଶ୍ନର ଉତ୍ତର ଆପଣ ଓଡ଼ିଆରେ ଦିଅନ୍ତୁ। ରତ୍ନଭଣ୍ଡାର ଚାବି କୁଆଡ଼େ ହଜିଗଲା। ଡୁପ୍ଲିକେଟ୍‌ ଚାବିରେ ଭଣ୍ଡାର ଖୋଲାହୋଇଛି କି ନାହିଁ। ରତ୍ନଭଣ୍ଡାର ଯାଞ୍ଚ ଆୟୋଗ ରିପୋର୍ଟକୁ କାହିଁକି ଲୁଚାଇ ରଖିଛ। ଭାଜପା ସରକାର ଆସିଲେ ୧୦୦ ଦିନ ଭିତରେ ଏ ସଂକ୍ରାନ୍ତରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି। ସେହିପରି ନୟାଗଡ଼ ଜିଲାର ବନ୍ଦ ହୋଇ ପଡ଼ିଥିବା ଚିନିକଳ ୩ ମାସ ଭିତରେ ଚାଲୁ କରାଯିବ ବୋଲି ଶାହା ପ୍ରତିଶ୍ରୁତି ଦେଇଛନ୍ତି।

ଦେଶର ସବୁଠାରୁ ସମୃଦ୍ଧଶାଳୀ ରାଜ୍ୟ ଓଡ଼ିଶା। ହେଲେ ସେହି ରାଜ୍ୟ ପଛୁଆ ହୋଇ ରହିଯାଇଛି। ନବୀନବାବୁଙ୍କ ଶାସନରେ ଶିକ୍ଷା, ସ୍ବାସ୍ଥ୍ୟ, ଶିଳ୍ପ ଓ ବିକାଶ ବ୍ୟବସ୍ଥା ଭୁଶୁଡି ପଡ଼ିଛି। ବିଜେଡିକୁ ରାଜ୍ୟବାସୀ ୨୫ ବର୍ଷ ଦେଇଥିଲେ ହେଁ ଦେଶର ମାନଚିତ୍ରରେ ଓଡ଼ିଶା ପଛରେ ରହିଯାଇଛି। ଓଡ଼ିଶାବାସୀ ନବୀନବାବୁଙ୍କୁ ବହୁତ ସହିଲେଣି। ଓଡ଼ିଶାରେ ନବୀନବାବୁ କିଛି କରୁନାହାନ୍ତି। ତାଙ୍କ ବାବୁମାନେ ଶାସନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ମୃତଦେହ ନେଇ ଶ୍ମଶାନ ଯାଉଥିବା ବେଳେ ବଡ଼ ଅଘଟଣ: ଟ୍ରକ୍ ଧକ୍କା ଦେଇ ଘୋଷାଡ଼ି ନେଲା, ୫ ଗୁରୁତରଙ୍କୁ ବିଧାୟକ ନିଜ ଗାଡ଼ିରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ପୋଡ଼ାମାରି ନିକଟସ୍ଥ ରାଜନାପଲ୍ଲୀ ଗ୍ରାମ ମୁଖ୍ୟରାସ୍ତାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?