Posted inଜାତୀୟ

ମୋଦି ହେବେ ପୁଟିନ, ଦେଶରେ ଆଉ ହେବନି ନିର୍ବାଚନ: ଏଏପି…

ନୂଆଦିଲ୍ଲୀ,୧୧।୬ : କେନ୍ଦ୍ର ସରକାରଙ୍କ ଆଦେଶ ବିରୋଧରେ ଆମ ଆଦମୀ ପାର୍ଟି (ଏଏପି) ଦିଲ୍ଲୀରେ ଏକ ମେଗା ରାଲିର ଆୟୋଜନ କରିଛି। ଏଥିରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ଟାର୍ଗେଟ କରିଛନ୍ତି। ସିଏମ ମାନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯଦି ୨୦୨୪ ନିର୍ବାଚନରେ ଭାଜପା ଜିତେ ତେବେ ଭାରତର ସମ୍ବିଧାନରେ ପରିବର୍ତ୍ତନ ଆସିବ। ଦେଶରେ କୌଣସି ନିର୍ବାଚନ ହେବ ନାହିଁ ଏବଂ ନରେନ୍ଦ୍ର ମୋଦି ନରେନ୍ଦ୍ର ପୁଟିନ ହୋଇଯିବେ। ଭାଜପାର ଅର୍ଥ ହେଉଛି ଭାରତୀୟ ଜୁଗାଡୁ ପାର୍ଟି।

ସିଏମ ମାନ କହିଛନ୍ତି ଆଜିର ରାଲି ଏକ ଶକ୍ତି ପ୍ରଦର୍ଶନ ନୁହେଁ। ଏହା ଜନସାଧାରଣଙ୍କୁ ଜଣାଇବାକୁ ପଡିବ ନାଗରିକଙ୍କ ଅଧିକାର କିପରି ଛଡ଼ାଇ ନିଆଯାଉଛି। ଲୋକେ ଏକ ଧାଡିରେ ଭୋଟ ଦେଇ ନେତା ବାଛୁଛନ୍ତି। କିନ୍ତୁ, ମୋଦି ଏବଂ ଭାଜପାର ଲୋକମାନେ ଚାହାଁନ୍ତି ନାହିଁ ସେମାନଙ୍କ ବ୍ୟତୀତ ଅନ୍ୟ କାହାର ସରକାର ଗଠନ କରାଯାଉ। ଯଦି ନିର୍ବାଚନ ମାଧ୍ୟମରେ ଭାଜପା ସରକାର ଗଠନ ନ ହେଉଛି। ତେବେ ଏହି ଲୋକମାନେ ସରକାରଙ୍କୁ ଭାଙ୍ଗି ଘୋଡାବେପାର କରି ନୂଆ ସରକାର ଗଠନ କରନ୍ତି। ସେମାନେ ବିଧାୟକମାନଙ୍କୁ କିଣନ୍ତି। ତା’ପରେ ଉପ-ନିର୍ବାଚନ କରାଯାଏ। ସକାଳ ୪ ଟାରେ ରାଜ୍ୟପାଳଙ୍କୁ ନିଦରୁ ଉଠାଇ ମୁଖ୍ୟମନ୍ତ୍ରୀଙ୍କୁ ପୁଣି ଥରେ ଶପଥ କରାଅ। ବାକି ସବୁ ପରେ ଦେଖାଯିବ। ଦେଶରେ ଏହି ରାଜନୀତି ଚାଲିଛି ।

ଭାରତୀୟ ଜୁଗାଡୁ ପାର୍ଟି ସବୁବେଳେ କିଛି ନା କିଛି ଖେଳିବା ଜାରି ରଖନ୍ତି। ସେହିଭଳି ଦିଲ୍ଲୀରେ ଏଏପି ସରକାର ଅଛନ୍ତି। ଲୋକେ ଅରବିନ୍ଦ କେଜରିୱାଲଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ବାଛିଛନ୍ତି। ମାତ୍ର ଭାଜପା ସରକାର ଅଧ୍ୟାଦେଶ ଆଣିଛି। ଏହାଦ୍ୱାରା କେଜରିଓ୍ବାଲ କାମ କରିପାରିବେ ନାହିଁ। ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବାରେ ସକ୍ଷମ ହେବେ ନାହିଁ। ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କୁ ପରିବର୍ତ୍ତନ କରିପାରିବେ ନାହିଁ। ଯଦି ସେ ସେଗୁଡିକୁ ନିୟନ୍ତ୍ରଣ କରିପାରିବେ ନାହିଁ, ଶାସନ କିପରି ଚାଲିବ ବୋଲି ମାନ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ୍ ଗେମ୍ସରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଟିମ୍‌, ଶ୍ରୀଲଙ୍କାକୁ ହରାଇ ଜିତିଲା ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୨୨।୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛି ମହିଳା କ୍ରିକେଟ୍ ଟିମ୍ । ଫାଇନାଲ୍‌ରେ ଶ୍ରୀଲଙ୍କାକୁ ୧୪୭ ରନ୍‌ର ବଡ଼ ବ୍ୟବଧାନରେ ହରାଇ…

ଘୁଞ୍ଚିଲା ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା, ଜାଣନ୍ତୁ ପୁଣି କେବେ ହେବ…

ଖୋର୍ଦ୍ଧା,୨୨।୯(ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଉଚ୍ଚ ପ୍ରାଥମିକ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ବୃତ୍ତି ପରୀକ୍ଷା ସେପ୍ଟେମ୍ବର ୨୪ରେ ହେବା…

ରାଜନୀତିରେ ହଇଚଇ! ଗରବାକୁ ନେଇ ଭାଜପା ବିଧାୟକଙ୍କ ବିବାଦୀୟ ବୟାନ, ଭଉଣୀ-ଝିଅଙ୍କୁ…

ନୂଆଦିଲ୍ଲୀ,୨୨।୯: ନବରାତ୍ରି ପୂର୍ବରୁ ଗରବା କାର୍ଯ୍ୟକ୍ରମରେ ମୁସଲିମଙ୍କ ପ୍ରବେଶକୁ ନେଇ ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ମୁମ୍ବାଇର ବୋରିଭଲିରେ ହେବାକୁ ଥିବା ଏକ…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଫସିଲା ଆନ୍ଧ୍ରପ୍ରଦେଶ ଟ୍ରଲର: ସହଯୋଗର ହାତ ବଢ଼ାଇଲା ଗଞ୍ଜାମ ପ୍ରଶାସନ

ଛତ୍ରପୁର,୨୨।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତ ଜନିତ ପ୍ରତିକୂଳ ପାଗ ଯୋଗୁ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର ଉପକୂଳରେ ଆନ୍ଧ୍ରପ୍ରଦେଶର…

ରାସ୍ତା ଅବସ୍ଥା ଶୋଚନୀୟ: ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ, ମନ୍ତ୍ରୀ କହିଲେ…

ଗୁଡାରି,୨୨।୯(ପ୍ରମୋଦ କୁମାର ପତି): ଗୁଡାରି ସହରର ମୁଖ୍ୟ ପ୍ରବେଶ ପଥର ମରାମତି ନେଇ ମଙ୍ଗଳବାର ବିଧାନସଭାରେ ପ୍ରଶ୍ନ କରିଛନ୍ତି ବିଧାୟକ ସତ୍ୟଜିତ ଗମାଙ୍ଗ। UDAQ ୬୪:ରେ ବିଧାୟକ…

ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ୯୭ ବର୍ଷୀୟ କନ୍ଦ ବାବୁ: ଅତୁଟ ରହିଛି ବ୍ଲକ ବିଜେଡି ଅଧ୍ୟକ୍ଷ

ମହାକାଳପଡ଼ା,୨୨।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ କେନ୍ଦ୍ରାପଡା ଜିଲାରେ ପରିଚିତ ମହାକାଳପଡା ବ୍ଲକ ବିଜେଡି ସଭାପତି ଶ୍ରୀଧର ସାମଲ(୯୭) ଓରଫ୍‌ କନ୍ଦ ବାବୁ ।…

ପାଠପଢ଼ା ଭୟରେ ରାଇରଙ୍ଗପୁରରୁ ଚାଲିଆସିଲେ ୨ ନାବାଳକ, ରାଉରକେଲାରେ…

ରାଉରକେଲା,୨୨।୯(ସଙ୍ଗୀତା ଜେନା): ପାଠପଢା ଭୟରେ ମୟୂରଭଞ୍ଜ ରାଇରଙ୍ଗପୁରରୁ ୨ନାବାଳକ ସୋମବାର ରାଉରକେଲା ଚାଲି ଆସିଥିଲେ । ରାଉରକେଲା ରେଳ ଷ୍ଟେଶନ୍ ଓ ପରେ ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ…

ଦୀପାବଳି ପୂର୍ବରୁ ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା! ୭-୮% ମହଙ୍ଗା ହେବ…

ନୂଆଦିଲ୍ଲୀ,୨୨।୯: ଆଗକୁ ଆସୁଛି ଦଶହରା, ଛଠ ପୂଜା ଓ ଦୀପାବଳି ଭଳି ବଡ଼ ପାର୍ବଣ। ପାର୍ବଣ ପାଇଁ ଲୋକେ ପ୍ରସ୍ତୁତିରେ ବ୍ୟସ୍ତ ଥିବା ବେଳେ ବଢ଼ୁଥିବା ମହଙ୍ଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?