Posted inଜାତୀୟ

ଫଳାଫଳ ଆସିବା ପୂର୍ବରୁ ନିଜର ରୋଡ଼ ମ୍ୟାପ କହିଲେ ମୋଦି, ପ୍ରଥମ ୧୦୦ ଦିନରେ କ’ଣ କରିବ ମୋଦିଙ୍କ ୩.୦ ସରକାର

ନୂଆଦିଲ୍ଲୀ,୨।୬: ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ବିଜୟ ଉପରେ ଆତ୍ମବିଶ୍ୱାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାମ ଆରମ୍ଭ କରିଛନ୍ତି। ନିର୍ବାଚନ ପ୍ରଚାର ଶେଷ ହେବା ପରେ ଦୁଇ ଦିନ ଧରି କନ୍ୟାକୁମାରୀରେ ଧ୍ୟାନ କରିବା ପରେ ପ୍ରଧାନମନ୍ତ୍ରୀ ରବିବାର ସାତୋଟି ଭିନ୍ନ ପ୍ରସଙ୍ଗରେ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏଥିମଧ୍ୟରେ ସାଇକ୍ଲୋନ ରେମଲ ଏବଂ ସମଗ୍ର ଦେଶରେ ଉତ୍ତାପ ତରଙ୍ଗ ଯୋଗୁଁ ଉତ୍ତର-ପୂର୍ବ ଭାରତର ପରିସ୍ଥିତିର ସମୀକ୍ଷା ଅନ୍ତର୍ଭୁକ୍ତ।

ଏହା ସହିତ ସେ ମୋଦି ୩.୦ ପାଇଁ ୧୦୦ ଦିନିଆ ରୋଡମ୍ୟାପ ପାଇଁ ପ୍ରସ୍ତୁତିର ସମୀକ୍ଷା ମଧ୍ୟ କରିଥିଲେ। ସାରା ଦେଶରେ ଲାଗି ରହିଥିବା ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ଲାଗି ପ୍ରସ୍ତୁତି ଓ ସମିକ୍ଷା ସମୟରେ ପ୍ରଧାନମନ୍ତ୍ରୀ ସମସ୍ତ ହସ୍ପିଟାଲ ଓ ସର୍ବସାଧାରଣ ସ୍ଥାନରେ ନିଆଁରୁ ବର୍ତ୍ତିବା ପାଇଁ ବିଦ୍ୟୁତ ଉପକରଣର ସୁରକ୍ଷା ମାନ ଅଡିଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ଉତ୍ତାପ ହେତୁ ଏସି ଏବଂ ବୈଦ୍ୟୁତିକ ଉପକରଣରେ ବ୍ଲାଷ୍ଟ ଘଟଣା ଅନେକ ସ୍ଥାନରେ ସାମ୍ନାକୁ ଆସିଛି। ଏହା ସହିତ ଜଙ୍ଗଲ ଅଗ୍ନିକାଣ୍ଡକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନିରନ୍ତର ନଜର ରଖିବାକୁ ଏବଂ ସେଠାରେ ବାୟୋମାସର ଉତ୍ତମ ବ୍ୟବହାର ପାଇଁ ରଣନୀତି ପ୍ରସ୍ତୁତ କରିବାକୁ କହିଥିଲେ। ଏହି ସମୟରେ ପାଣିପାଗ ବିଭାଗର ଅଧିକାରୀ କହିଛନ୍ତି ଯେ ଆସନ୍ତା ଦିନରେ ଗୁଜୁରାଟ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଉତ୍ତାପ ତରଙ୍ଗ ଜାରି ରହିପାରେ। ମୌସୁମୀର ଆଗମନ ସହିତ ଆରାମ ମିଳିବାର ଆଶା ଅଛି।
ପାଣିପାଗ ବିଭାଗର ଅଧିକାରୀ କହିଛନ୍ତି ଯେ ଚଳିତ ବର୍ଷ ଭାରତରେ ସାଧାରଣ କିମ୍ବା ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ସାଇକ୍ଲୋନ ରେମାଲରୁ ଆସିଥିବା ପରିସ୍ଥିତିର ସମୀକ୍ଷା କରିବାବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏହା ପ୍ରଭାବିତ ଅଞ୍ଚଳ ତଥା ଜୀବନ ଓ ସମ୍ପତ୍ତି ନଷ୍ଟ ସମ୍ପର୍କରେ ଅବଗତ କରାଯାଇଥିଲା। ଅଧିକାରୀ କହିଛନ୍ତି ଯେ ମିଜୋରାମ, ଆସାମ, ମଣିପୁର, ମେଘାଳୟ ଏବଂ ତ୍ରିପୁରାରେ ରେମାଲ ଯୋଗୁଁ ବର୍ଷା ହେତୁ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଅନେକ ଘର ନଷ୍ଟ ହୋଇଯାଇଛି। NDRF ଦଳ ଏହି ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।
ଏଥିରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସଂପୃକ୍ତ ରାଜ୍ୟ ସରକାରଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି ଏବଂ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରୁଛନ୍ତି। ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ପ୍ରଭାବିତ ରାଜ୍ୟମାନଙ୍କୁ କେନ୍ଦ୍ରୀୟ ସହାୟତାରେ କୌଣସି ହ୍ରାସ ହେବା ଉଚିତ୍‌ ନୁହେଁ। ଏହା ସହିତ ସେ ଜୁନ ୫ରେ ବିଶ୍ୱ ପରିବେଶ ଦିବସ ପାଇଁ ପ୍ରସ୍ତୁତିର ସମୀକ୍ଷା ମଧ୍ୟ କରିଥିଲେ।
ନିର୍ବାଚନ ଘୋଷଣା ପୂର୍ବରୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଗାମୀ ସରକାରଙ୍କ କାର୍ଯ୍ୟ ପାଇଁ ୧୦୦ ଦିନ ପାଇଁ ବିଭିନ୍ନ ମନ୍ତ୍ରଣାଳୟର ରୋଡମ୍ୟାପ ପ୍ରସ୍ତୁତ କରିବାର ଦାୟିତ୍ୱ ଦେଇଛନ୍ତି। ଅଢେଇ ମାସର ନିର୍ବାଚନ ପ୍ରକ୍ରିୟା ମଧ୍ୟରେ ସମସ୍ତ ମନ୍ତ୍ରଣାଳୟ ନିଜସ୍ବ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ରୋଡମ୍ୟାପ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଏଥିରେ ଆବଶ୍ୟକ ସଂଶୋଧନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବଢିଲା ଭାଜପାର ମୁଣ୍ଡବିନ୍ଧା: ବିରୋଧୀଙ୍କୁ ବୁଝାଇବାକୁ ବାଧ୍ୟ

ନୂଆଦିଲ୍ଲୀ,୨୦।୬: ଲୋକ ସଭା ବାଚସ୍ପତି ପ୍ରସଙ୍ଗରେ ଏନଡିଏ ଧ୍‌ମଧ୍ୟରେ ଭାଜପା ପ୍ରାୟ ଏକ ସହମତି ହାସଲ କରିଛି। ଭାଜପା ପ୍ରାର୍ଥୀ ସହଯୋଗୀମାନଙ୍କଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇଛନ୍ତି।...

୩୩୦୦ କୋଟି ଟଙ୍କାର ଉପହାର ଦେବେ ମୋଦି

ନୂଆଦିଲ୍ଲୀ,୨୦।୬: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ଯୋଗ ଦିବସରେ ପ୍ରଥମ ଗସ୍ତରେ ଜମ୍ମୁ କଶ୍ମୀରକୁ ୩୩୦୦ କୋଟି ଟଙ୍କା ଉପହାର...

ନିଟ୍‌ ଅନିୟମିତତା ମାମଲା: ପେପର୍‌ ଲିକ୍‌ ହୋଇଥିବା ମାନିଲେ ପରିକ୍ଷାର୍ଥୀ

ନୂଆଦିଲ୍ଲୀ,୨୦।୬: ନିଟ୍‌ ପରୀକ୍ଷା ଅନିୟମିତତାକୁ ନେଇ ବଡ଼ ଧରଣର ଖୁଲାସା ହୋଇଛି। ଏହି ମାମଲାରେ ଗିରଫ ହୋଇଥିବା ନିଟ୍‌ ପରୀକ୍ଷାର୍ଥୀ ଅନୁରାଗ ୟାଦବ ପ୍ରଶ୍ନପତ୍ର ଲିକ୍‌...

ମକ୍କାରେ ହଜ୍‌ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୯୦୦ ଟପିଲା, ୬୮ ଭାରତୀୟ ସାମିଲ

ମକ୍କା,୨୦।୬: ଚଳିତ ବର୍ଷ ହଜ୍‌ଯାତ୍ରା ପାଇଁ ସାଉଦି ଆରବର ମକ୍କା ଓ ମଦିନା ସହରରେ ୨୦ ଲକ୍ଷରୁ ଅଧିକ ବ୍ୟକ୍ତିଙ୍କ ସମାଗମ ଘଟିଥିଲା। ହେଲେ ଭୀଷଣ...

ଏନ୍‌ଡିଏ-ଇଣ୍ଡିଆକୁ ନେଇ ବଡ଼ ଭବିଷ୍ୟବାଣୀ କଲେ ପ୍ରଶାନ୍ତ କିଶୋର, କହିଲେ ଧ୍ୱଂସ ହୋଇଯିବେ…

ନୂଆଦିଲ୍ଲୀ,୨୦।୬: ରାଜନୈତିକ ବିଶ୍ଳେଷକ ତଥା ଜନସୁରାଜ ସଂଯୋଜକ ପ୍ରଶାନ୍ତ କିଶୋର ୨୦୨୪ ଲୋକ ସଭା ନିର୍ବାଚନ ଶେଷ ହେବା ପରେ ବର୍ତ୍ତମାନ ଆଉ ଏକ ବଡ଼...

କେନ୍ଦ୍ରମନ୍ତ୍ରୀ ଲେଖିଲେ, ‘ବେଢ଼ି ପଡାଓ ବଚ୍ଚାଓ୍ବ’

ଭୋପାଳ,୨୦ା୬: କେନ୍ଦ୍ରମନ୍ତ୍ରୀ ସାବିତ୍ରୀ ଠାକୁର ହିନ୍ଦୀରେ ‘ବେଟି ପଢ଼ାଓ, ବେଟି ବଚାଓ’ ସ୍ଲୋଗାନ ଲେଖିବା ଜାଣିନାହାନ୍ତି। ମଧ୍ୟପ୍ରଦେଶର ଏକ କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ...

ଅପାରଗ ଏନ୍‌ଟିଏ, ଅନ୍ଧାରରେ ଲକ୍ଷ ଲକ୍ଷ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଦେଶରେ ଡାକ୍ତରୀ, ଇଞ୍ଜିନିୟରିଂ ଓ ଫେଲୋଶିଫ୍‌ ଭଳି ସମ୍ମାନଜନକ ପାଠ୍ୟକ୍ରମଗୁଡ଼ିକରେ ନାମ ଲେଖାଇବା ପାଇଁ ଉଦ୍ଦିଷ୍ଟ ପ୍ରବେଶିକା ପରୀକ୍ଷାର ପରିଚାଳନା ଦାୟିତ୍ୱ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି...

UGC-NET ଜୁନ୍ ୨୦୨୪ ପରୀକ୍ଷା ବାତିଲ, ଅନିୟମିତତା ଭୟ ପରେ ଏନଟିଏ ନିଷ୍ପତ୍ତି

ନୂଆଦିଲ୍ଲୀ, ୧୯।୬: ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଦେଶର ବିଭିନ୍ନ ସହରରେ ୧୮ ଜୁନ୍ ୨୦୨୪ ରେ ହେବାକୁ ଥିବା ୟୁଜିସି-ଏନଇଟି ଜୁନ୍ ୨୦୨୪ ପରୀକ୍ଷାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri