Posted inଜାତୀୟ

କଂଗ୍ରେସ ଏମପିଙ୍କୁ ପାଣି ଗ୍ଲାସ ଯାଚିଲେ ମୋଦି, ଆଉ ତା’ ପରେ…

ନୂଆଦିଲ୍ଲୀ,୨।୭: ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ଆଲୋଚନା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଲୋକ ସଭାରେ ନିଜ ପ୍ରତିତ୍ତ୍ୟୁର ରଖିଥିଲେ। ମୋଦିଙ୍କ ଅଭିଭାଷଣରେ ଏପରି ଏକ ସମୟ ଆସିଥିଲା ଯେତେବେଳେ କଂଗ୍ରେସ ନେତା ତଥା ଗୃହର ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ସେମାନଙ୍କ ଦଳର ଏମପି ତଥା ଇଣ୍ଡିଆ ଆଲାଇନ୍ସକୁ ସଂସଦର ଓ୍ବେଲକୁ ଯିବାକୁ ସଙ୍କେତ ଦେଇଥିଲେ। ତେବେ ବିରୋଧୀ ଏମପିମାନେ ନିଜ ଆସନରୁ ଉଠି ମଝିକୁ ଯିବା ପୂର୍ବରୁ ବାଚସ୍ପତି ଓମ ବିର୍ଲା ରାହୁଲଙ୍କୁ ଏପରି ନ କରିବାକୁ ତାଗିଦ୍‌ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦି ଅଭିଭାଷଣ ଦେବା ସମୟରେ ବିରୋଧୀ ଦଳର ନେତା ରାହୁଲ କିଛି କହିବାକୁ ଚାହୁଁଥିଲେ। ରାହୁଲ ବୋଧହୁଏ ମଣିପୁର ପ୍ରସଙ୍ଗରେ କିଛି କହିବାକୁ ଚାହୁଁଥିଲେ। କିନ୍ତୁ ମୋଦି କହିବା ଆରମ୍ଭ କରି ଦେଇଥିବାରୁ ରାହୁଲଙ୍କୁ ଆଉ କହିବାକୁ ସୁଯୋଗ ମିଳି ନ ଥିଲା। ଯେତେବେଳେ ସ୍ପିକର ରାହୁଲଙ୍କୁ କହିବାକୁ ସୁଯୋଗ ଦେଇ ନ ଥିଲେ, ସେତେବେଳେ ରାହୁଲ ତାଙ୍କ ଦଳର ଏମପିଙ୍କୁ ସଂସଦର ଓ୍ବେଲକୁ ଆସି ନାରାବାଜି କରିବାକୁ ସଙ୍କେତ ଦେଉଥିବାର ଦେଖାଯାଇଥିଲା।

ଏହାପରେ ଇଣ୍ଡିଆ ମେଣ୍ଟର ଏମପିମାନେ ଓ୍ବେଲକୁ ଆସି ନାରାବଜି କରିଥିଲେ। ପ୍ରଧାନମନ୍ତ୍ରୀ ଭାଷଣ ଦେବାବେଳେ ମଣିପୁରର ଦୁଇ ଏମପି ହୋ ହଲ୍ଳା କରିଥିଲେ। ଧୀରେ ଧୀରେ କଂଗ୍ରେସ ଏବଂ ବିରୋଧୀ ଦଳର ସମସ୍ତ ଏମପି ବିରୋଧୀ ବେଞ୍ଚ ସମ୍ମୁଖରେ ଏକାଠି ହୋଇଥିଲେ। ରାହୁଲ ଗାନ୍ଧୀ ସମସ୍ତ ଏମପିଙ୍କୁ ଓ୍ବେଲ ଆଡକୁ ଯିବାକୁ ସଙ୍କେତ ଦେଇଥିଲେ। ମଣିପୁରର ଏମପିଙ୍କ ସହିତ କଂଗ୍ରେସର ମାଣିକମ ଟାଗୋର ଏବଂ ହିବି ଇଡେନ ରହିଥିଲେ।

ହଠାତ୍‌ ଏକ ଆଶ୍ଚର୍ଯ୍ୟକର ଘଟଣା ସଂସଦରେ ଦେଖିବାକୁ ମିଳିଥିଲା। ପ୍ରାୟ ଏକ ଘଣ୍ଟା ଧରି ଲଗାତାର ସ୍ଲୋଗାନ ଦେବା ପରେ ଥକି ଯାଇଥିବା କଂଗ୍ରେସ ଏମପି ମାଣିକମ ଟାଗୋରଙ୍କୁ ପ୍ରଧାନମନ୍ତ୍ରୀ ପାଣି ଗ୍ଲାସ ଯାଚିଥିଲେ। ମାଣିକମ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ଠିଆ ହୋଇ ଉଚ୍ଚ ସ୍ବରରେ ସ୍ଲୋଗାନ ଦେଉଥିଲେ। ପରେ ପାଣି ଗ୍ଲାସ ଧରି ମାଣିକମ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଆହୁରି ୧୮ଟଙ୍କା ବଢିଯିବ LPG ସିଲିଣ୍ଡର! ଜାରି ହେଲା ନୂଆ ଦର…

ନୂଆଦିଲ୍ଲୀ,୬।୮: ଭାରତରେ ଆଗାମୀ ଦିନରେ ଘରୋଇ ଏଲପିଜି (LPG) ସିଲିଣ୍ଡର ପିଛା ଦାମ୍ ପ୍ରାୟ ୧୮ ଟଙ୍କା ବୃଦ୍ଧି ହୋଇପାରେ। ଏହାସହିତ ପେଟ୍ରୋଲ-ଡିଜେଲ ଏବଂ ସିଏନ୍‌ଜି (CNG)ର…

ପୁଣି ହଜାର ହଜାର ଟଙ୍କା ବଢିଲା ସୁନା ଦର: ରୂପା ମୂଲ୍ୟରେ ମଧ୍ୟ…

ନୂଆଦିଲ୍ଲୀ,୬।୮: ପୁଣି ବଢିଲା ସୁନା ଦର। ଗତକାଲି ତୁଳନାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୨,୮୯୦ ବୃଦ୍ଧି ପାଇଛି। ରୂପା ମୂଲ୍ୟରେ ମଧ୍ୟ ଏକ…

Gen-Zଙ୍କ ପାଇଁ RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

ଆନ୍ଦୋଳନ ପରେ ନୂଆ ରଣନୀତି, ଅଭିଜିତ ଦୀପକେଙ୍କ ଘରେ CJPର ମାରାଥନ ବୈଠକ: ହେବ ବଡ଼ ଘୋଷଣା

ନୂଆଦିଲ୍ଲୀ, ୬।୮: ଦେଶବ୍ୟାପୀ କଥିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ବିରୋଧ କରି ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରମୁଖ ସ୍ବର ଭାବେ ଉଭା ହୋଇଥିବା କକରୋଚ…

୧୧୦୫ ଦିନ ପରେ ପାକିସ୍ତାନର ବଡ଼ ବିଜୟ: ଶେଷରେ…

ନୂଆଦିଲ୍ଲୀ,୫।୮: ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। ଚତୁର୍ଥ ଇନିଂସ୍‌ରେ ମାତ୍ର ୭୪ ରନ୍‌ରେ ଲକ୍ଷ୍ୟ ପିଛା କରି ପାକିସ୍ତାନ ସହଜରେ…

ମଝି ଆକାଶରେ ଟ୍ରମ୍ପଙ୍କ ହେଲିକପ୍ଟର ନିକଟକୁ ହଠାତ୍‌ ଚାଲିଆସିଲା ଯାତ୍ରୀବାହୀ ବିମାନ, ଆଉ ତା’ପରେ…

ୱାଶିଂଟନ, ୬।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ସେତେବେଳେ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ, ଯେତେବେଳେ ତାଙ୍କୁ ନେଇଯାଉଥିବା ସାମରିକ ହେଲିକପ୍ଟର ‘ମେରିନ ୱାନ’ କଥିତ ଭାବେ ୱାଶିଂଟନ…

ମହାକାଶରେ ହୋଇପାରେ ଜୋରଦାର ବିସ୍ଫୋରଣ! ଭାରତର ୨୦ରୁ ୨୨ ସାଟେଲାଇଟ୍‌ ଉପରେ…

ନୂଆଦିଲ୍ଲୀ,୬।୮: ଲୋକ ସଭାରେ ସରକାର ଜଣାଇଛନ୍ତି ଯେ ଭାରତର ଲୋ ଅର୍ଥ ଅରବିଟ୍ (LEO)ରେ କାର୍ଯ୍ୟରତ ୨୨ଟି ସକ୍ରିୟ ସାଟେଲାଇଟ୍ (ଉପଗ୍ରହ) ମଧ୍ୟରୁ ୨୦ଟି ଉପରେ ଧକ୍କା…

ବଡ଼ ଦୁର୍ଘଟଣା: ଭୁଶୁଡ଼ି ପଡ଼ିଲା ଶହେ ବର୍ଷ ପୁରୁଣା କୋଠା, ଗୋଟିଏ ପରିବାରର ୬ ମୃତ

ଲକ୍ଷ୍ନୌ,୬।୮: ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନଗର କୋତବାଲି ଅନ୍ତର୍ଗତ ମହୁଲି ନିକଟରେ ଏକ ଶହେ ବର୍ଷ ପୁରୁଣା ଜର୍ଜର ଘର ହଠାତ୍‌ ଭୁଶୁଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri