Posted inଜାତୀୟ

ପାକିସ୍ତାନ ଉପରେ ବର୍ଷିଲେ ମୋଦି କହିଲେ, ଜମ୍ମୁ-କଶ୍ମୀରେ ଲାଗୁ ହେବାକୁ ଦେବୁ ନାହିଁ…

ନୂଆଦିଲ୍ଲୀ,୧୯।୯: ଜମ୍ମୁ କଶ୍ମୀରରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରି ମୋଦି କଂଗ୍ରେସ, ନାଶନାଲ କନଫରେନ୍ସ ଏବଂ ପିଡିପି ଉପରେ ଖୁବ ବର୍ଷିଛନ୍ତି। ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଧାରା ୩୭୦ଉପରେ ଦେଇଥିବା ବିବୃତ୍ତିରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, କଂଗ୍ରେସ-ନାଶନାଲ କନଫରେନ୍ସକୁ ନେଇ ଜ୍‌ମ୍ମୁ କଶ୍ମୀରରେ ଉତ୍ସାହ ନ ଥାଇପାରେ, କିନ୍ତୁ ପଡୋଶୀ ଦେଶ (ପାକିସ୍ତାନ) ଏହାକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ପାକିସ୍ତାନରେ କଂଗ୍ରେସ-ନାଶନାଲ କନଫରେନ୍ସ ମିଳିତ ମେଣ୍ଟ ବୃଦ୍ଧି ପାଇବାରେ ଲାଗିଛି। ତାଙ୍କର ଘୋଷଣାପତ୍ରକୁ ନେଇ ପାକିସ୍ତାନ ଖୁବ ଉତ୍ସାହିତ ଅଛି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୋଲାଖୋଲି ଭାବେ କଂଗ୍ରେସ-ନାଶନାଲ କନଫରେନ୍ସକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ ଧାରା ୩୭୦ ଏବଂ ୩୫ଏ ସମ୍ବନ୍ଧରେ କଂଗ୍ରେସ ଏବଂ ନାଶନାଲ କନଫରେନ୍ସର ଏଜେଣ୍ଡା ପାକିସ୍ତାନର ଏଜେଣ୍ଡା ସହିତ ସମାନ। ଅର୍ଥାତ୍‌ କଂଗ୍ରେସତ୍ନାଶନାଲ କନଫରେନ୍ସର ପୋଲ ପାକିସ୍ତାନ ନିଜେ ଖୋଲି ଦେଇଛି।
ଏହାପୂର୍ବରୁ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଧାରା ୩୭୦ରଦ୍ଦ କରିବାକୁ ଓକିଲାତି କରି କହିଥିଲେ ଯେ ଜମ୍ମୁ କଶ୍ମୀରରେ ଧାରା ୩୭୦ଏବଂ ୩୫ଏ ପୁନରୁଦ୍ଧାର ପାଇଁ ପାକିସ୍ତାନ ଏବଂ ନାଶନାଲ କନଫରେନ୍ସ-କଂଗ୍ରେସ ମେଣ୍ଟ ମିଳିତ ହୋଇଛି। ଗଣମାଧ୍ୟମ ଅନୁମାନ କରିଥିଲା କି କାଟରାରେ ମୋଦି ପାକିସ୍ତାନ ଉପରେ ବର୍ଷି ପାରନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି, ମୋଦି ଆଜି କଂଗ୍ରେସ-ନାଶନାଲ କନଫରେନ୍ସ ଉପରେ ଆକ୍ରମଣ କରୁଛନ୍ତି … ଜ୍‌ମ୍ମୁ କଶ୍ମୀରରେ ପାକିସ୍ତାନର ଏଜେଣ୍ଡା କାର୍ଯ୍ୟକାରୀ କରିବାକୁ ଆମେ ଅନୁମତି ଦେବୁ ନାହିଁ। ଜମ୍ମୁ କଶ୍ମୀରରେ ବିଶ୍ୱର କୌଣସି ଶକ୍ତି ଧାରା ୩୭୦ ଫେରାଇ ଆଣିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri