Posted inଜାତୀୟ

୩ ‘ପରମ ରୁଦ୍ର ସୁପର କମ୍ପ୍ୟୁଟର’ର ଉଦଘାଟନ କଲେ ମୋଦି, ଜାଣନ୍ତୁ କ’ଣ ରହିଛି ଏହାର ବିଶେଷତା

ନୂଆଦିଲ୍ଲୀ,୨୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ତିନୋଟି ସୁପର କମ୍ପ୍ୟୁଟରକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ଏହି ତିନୋଟି କମ୍ପ୍ୟୁଟର ସଂପୂର୍ଣ୍ଣ ଭାବେ ଭାରତରେ ନିର୍ମିତ ହୋଇଛ। ଉଦଘାଟନ ପୂର୍ବରୁ ଟୁଇଟରରେ ଏକ ଟୁଇଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଟେକ୍ନୋଲୋଜି ସମ୍ବନ୍ଧୀୟ ନବସୃଜନକୁ ଉତ୍ସାହିତ କର! ଆଜି ସନ୍ଧ୍ୟା ପ୍ରାୟ ୫ଟା ୩୦ ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଁ ୩ ପରମ ରୁଦ୍ର ସୁପର କମ୍ପ୍ୟୁଟିଂ ସିଷ୍ଟମ ଏବଂ ପାଣିପାଗ ଏବଂ ଜଳବାୟୁ ପାଇଁ ଏକ ହାଇ ପରଫରମାନ୍ସ କମ୍ଫ୍ୟୁଟିଂ ସିଷ୍ଟମ ଉଦଘାଟନ କରିବି। ମୁଁ ଆଗ୍ରହ ପ୍ରକାଶ କରିବି କି ବିଶେଷ ଭାବେ ଯୁବ ମିତ୍ର ଏଥିରେ ସାମିଲ ହୁଅନ୍ତୁ।
ସୂଚନାଯୋଗ୍ୟ,ଏହି ତିନୋଟି ସୁପର କମ୍ପ୍ୟୁଟର ହେଉଛି ଭାରତରେ ନିର୍ମିତ ପ୍ରଥମ ସୁପର କମ୍ପ୍ୟୁଟର। ଏକ ସରକାରୀ ବିବୃତ୍ତି ଅନୁଯାୟୀ, ଏହି ସୁପର କମ୍ପ୍ୟୁଟରଗୁଡ଼ିକୁ ଟେକ୍ନୋଲୋଜି କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ କେନ୍ଦ୍ରର ପ୍ରୟାସର ଏକ ଅଂଶ ଭାବରେ ବିକଶିତ କରାଯାଇଛି। ଏହି ତିନୋଟି ସୁପର କମ୍ପ୍ୟୁଟର ନିର୍ମାଣରେ ପ୍ରାୟ ୧୩୦କୋଟି ଟଙ୍କା ଖର୍ଚ୍ଚ ହୋଇଛି। ନ୍ୟାସନାଲ ସୁପର କମ୍ପ୍ୟୁଟିଂ ମିଶନ (NSM) ଅଧୀନରେ ଏହି କମ୍ପ୍ୟୁଟରଗୁଡିକ ସ୍ବଦେଶୀ ଭାବରେ ବିକଶିତ ହୋଇଛି। ଏହି ତିନୋଟି କମ୍ପ୍ୟୁଟର ଦିଲ୍ଲୀ, ପୁଣେ ଏବଂ କୋଲକାତାରେ ସ୍ଥାପିତ ହୋଇଛି।
ଭାରତର ବୈଜ୍ଞାନିକ ଅନୁସନ୍ଧାନ କ୍ଷମତାକୁ ବଢାଇବା ପାଇଁ ବିଜ୍ଞାନ ଏବଂ ବୈଷୟିକ ମନ୍ତ୍ରଣାଳୟ ଦ୍ୱାରା ଏହି କମ୍ପ୍ୟୁଟରଗୁଡିକ ବିକଶିତ କରାଯାଇଛି । ଏହି ସୁପର କମ୍ପ୍ୟୁଟରଗୁଡ଼ିକ ଅତ୍ୟନ୍ତ ଦ୍ରୁତ ଏବଂ ଶକ୍ତିଶାଳୀ । ଯାହାକି ଖୁବ କମ ସମୟ ମଧ୍ୟରେ ଜଟିଳ ଗଣନା ସଂପୂର୍ଣ୍ଣ କରିବାର କ୍ଷମତା ସହିତ ସଜ୍ଜିତ। ଏକ ସୁପର କମ୍ପ୍ୟୁଟର ଏକାସାଙ୍ଗରେ ଏତେ ପରିମାଣର ଡାଟା ପ୍ରକ୍ରିୟାକରଣ କରିପାରିବ, ଯାହା ସାଧାରଣ କମ୍ପ୍ୟୁଟର ସହିତ ହୋଇପାରିବ ନାହିଁ । ଏହି ସୁପର କମ୍ପ୍ୟୁଟରଗୁଡିକ ବୈଜ୍ଞାନିକ ଏବଂ ଅନୁସନ୍ଧାନ କାର୍ଯ୍ୟରେ ବ୍ୟବହୃତ ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଟପ୍‌-୩ ଧନୀ କ୍ରିକେଟର, ନେଟ୍‌ୱର୍ଥ ଜାଣିଲେ ଉଡିଜିବ ହୋସ୍‌

ନୂଆଦିଲ୍ଲୀ,୫।୮: କ୍ରିକେଟ ବିଶ୍ୱର ଦ୍ୱିତୀୟ ସବୁଠାରୁ ଲୋକପ୍ରିୟ ଖେଳ। କିନ୍ତୁ ବର୍ତ୍ତମାନ ଏହା କେବଳ ଏକ ଖେଳ ନୁହେଁ, ବରଂ କୋଟି କୋଟି ଟଙ୍କାର ଏକ ବିଶାଳ…

ଉଦୟନିଧିଙ୍କୁ କଡ଼ା ସମାଲୋଚନା କଲେ କଙ୍ଗନା, କହିଲେ-ଏହା ଏକ ଭଲ…

ନୂଆଦିଲ୍ଲୀ,୫।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କୁ ନେଇ ଦେଇଥିବା କଥିତ ଡବଲ ମିନିଂ ମନ୍ତବ୍ୟକୁ ନେଇ ବିବାଦରେ ଫସିଛନ୍ତି। ବର୍ତ୍ତମାନ ଅଭିନେତ୍ରୀ କଙ୍ଗନା…

ଜୁକରବର୍ଗଙ୍କୁ ଅଲ୍ଟିମେଟମ ଦେଲେ ସରକାର: କ୍ଷମା ମାଗ ନଚେତ୍‌…

ନୂଆଦିଲ୍ଲୀ,୫।୮: ଫେସବୁକରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ଡିଲିଟ କରିବା ସମ୍ପର୍କରେ ସଂସଦୀୟ କମିଟି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସୂତ୍ର ଅନୁଯାୟୀ, ଯୋଗାଯୋଗ ଏବଂ ସୂଚନା…

ଏଭଳି କାମ କରିବାକୁ ଯାଉଛନ୍ତି ଶେଖ ହାସିନା, ଶୁଣିକି ଛାନିଆ ହେଲା ବାଂଲାଦେଶ, ଭାରତ କହିଲା…

ଢାକା,୫।୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଏକ ନୂଆ ପଦକ୍ଷେପ ଢାକାରେ ଚହଳ ସୃଷ୍ଟି କରିଛି। ଭାରତରେ ଆଶ୍ରୟ ନେଇଥିବା ଶେଖ ହାସିନା ଦୁଇ ବର୍ଷ…

ବ୍ଲକ୍‌ ଅଫିସରେ ଚାଲିଛି ପିସି କାରବାର: ଡ୍ରେନ୍‌ କାମର ବିଲ୍‌ କରିଦେବା ପାଇଁ…

ଖଡ଼ିଆଳ,୫ା୮ (ସୁଜିତ କୁମାର ପ୍ରଧାନ): ଖଡ଼ିଆଳ ବ୍ଲକ୍‌ କାର୍ଯ୍ୟାଳୟରେ ପିସି କାରବାର ହେଉଥିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତିଙ୍କଠାରୁ ଅଫିସ କର୍ମଚାରୀ…

୧୮ ବର୍ଷର ଛାତ୍ର ହେଲେ କଲେଜ ପ୍ରଫେସର: ଭାଙ୍ଗିଗଲା ୩୦୬ ବର୍ଷର ପୁରୁଣା ରେକର୍ଡ

ଯେଉଁ ବୟସରେ ଅଧିକାଂଶ ଛାତ୍ର ସେମାନଙ୍କର କଲେଜ ଶିକ୍ଷା ଆରମ୍ଭ କରୁଛନ୍ତି, ସେହି ବୟସରେ ଆମେରିକାର ଜଣେ ଯୁବକ କଲେଜ ପ୍ରଫେସର ଭାବରେ ଛାତ୍ରମାନଙ୍କୁ ପାଠ ପଢ଼ାଉଛନ୍ତି।…

RBIର ବଡ଼ ନିଷ୍ପତ୍ତି, ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌; ଋଣଗ୍ରାହକଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୫।୮: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ମୌଦ୍ରିକ ନୀତି କମିଟି (MPC) ବୈଠକ ପରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଆରବିଆଇ ରେପୋ ରେଟ୍‌କୁ ୫.୨୫ ପ୍ରତିଶତରେ…

ଭାଙ୍ଗିଲା କେନାଲ: ଉଜୁଡିଲା ଚାଷୀଙ୍କ ଫସଲ

ରିଷିଡା,୫।୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ଉତେଇ ଜଳସେଚନ ବିଭାଗ ପକ୍ଷରୁ କର୍ଲାମୁଣ୍ଡା ବ୍ଲକ ରାଜପୁର ଗ୍ରାମର ଭୋରପଡା( ଆର ୧) ସବମାଇନର କେନାଲ ବିଭିନ୍ନ ସ୍ଥାନରେ ନୂତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri