Posted inଜାତୀୟ

କ୍ଷମତାରେ ମୋଦି-ବିପକ୍ଷରେ ମୋଦି-ମଧ୍ୟସ୍ଥତାରେ ବି ମୋଦି: ଦେଶ ରାଜନୀତିରେ ନାହିଁ ବିକଳ୍ପ !

ନୂଆଦିଲ୍ଲୀ, ୬।୮: ଅଯୋଧ୍ୟାରେ ରାମ ମନ୍ଦିରର ଭୂମି ପୂଜନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏକ ନୂଆ ଆକଳନ କରାଯାଉଛି। ଭୂମି ପୂଜନରେ ମୋଦି ଜୟ ଶ୍ରୀରାମ ନ କହି ଜୟ ସୀୟା ରାମ ବାରମ୍ବାର ଉଚ୍ଚାରଣ କରିଛନ୍ତି। ଏବେ ମୋଦି କ୍ଷମତାରେ ରହିଛନ୍ତି। ତାଙ୍କର ଭୂମି ପୂଜନ ନେଇ ବିପକ୍ଷ ବି ମୋଦିମୟ ହୋଇଯାଇଛନ୍ତି। ଦେଶ ରାଜନୀତିରେ ବହୁ ଦୂର ପର୍ଯ୍ୟନ୍ତ ଅନ୍ୟ କୌଣସି ବିକଳ୍ପ ଦୃଷ୍ଟି ଗୋଚର ହେଉନାହିଁ। ତେବେ ରାଜନୀତିରେ ଅସମ୍ଭବ ବି ସମ୍ଭବ ଏବଂ ସମ୍ଭବ ବି ଅସମ୍ଭବ। ମାତ୍ର ସମ୍ପ୍ରତି ମୋଦିଙ୍କ ସ୍ଥିିତି କ୍ଷମତା,ବିପକ୍ଷ ଏବଂ ମଧ୍ୟସ୍ଥତାରେ ରହିଛି ବୋଲି ରାଜନେତା ମତପୋଷଣ କରିବା ଆରମ୍ଭ କଲେଣି। ଏବେ ମୋଦି ଆଗରେ ରହିଛନ୍ତି। ପଛରେ ବି ଅଛନ୍ତି। ସେହିପରି ମଝିରେ ବି ରହିଛନ୍ତି। ଭାରତୀୟ ସଂସ୍କୃତିରେ ଲୋକଙ୍କ ଆସ୍ଥା ପାଲଟିଥିବା ରାମଙ୍କ ମନ୍ଦିର ନିର୍ମାଣର ଭୂମି ପୂଜନ ମୋଦିଙ୍କ ପାଇଁ ଏହି ସଫଳତା ଆଣି ଦେଇଛି। ଏବେ ସୋସିଆଲ୍‌ ମିଡ଼ିଆରେ ଛୋଟ ରାମଲଲାଙ୍କ ସହିତ ମନ୍ଦିର ଆଡ଼କୁ ମୋଦି ଯାଉଛନ୍ତି। ଏହି ଫଟୋରେ ମୋଦିଙ୍କ ଉଚ୍ଚତା ରାମଲଲାଙ୍କ ପ୍ରାୟ ୪ ଗୁଣା ରହିଛି। ରାମଲଲାଙ୍କ ମନ୍ଦିରର ଭୂମି ପୂଜନ ମୋଦିଙ୍କ ରାଜନୈତିକ ଛବିକୁ ୪ ଗୁଣା ବଢ଼ାଇ ଦେଇଥିବା ଏହି ଫଟୋରୁ ଅନୁମାନ କରି ହେଉଛି ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କୁ ନବୀନ ନିବାସ ଡକରା, ଅପରାହ୍ନ ୫ଟାରେ ବଡ଼ ବୈଠକ

ଭୁବନେଶ୍ବର,୨୭।୨: ଅପରାହ୍ନ ୫ଟାରେ ନବୀନଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ଏନେଇ ସମସ୍ତ ବିଜେଡି ବିଧାୟକଙ୍କୁ ନବୀନ ନିବାସ ଡକରା ହୋଇଛି । ରାଜ୍ୟ ସଭା ନିର୍ବାଚନକୁ…

ଆସନ୍ତା ୭ଦିନ ପର୍ଯ୍ୟନ୍ତ ଶୁଖିଲା ପାଗ, ୩ଦିନରେ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୭ା୨ (ବନ୍ଦନା ସେଠୀ): ରାଜ୍ୟରେ ବୃଦ୍ଧି ପାଇବ ଦିନ ଓ ରାତି ତାପମାତ୍ରା। ଆସନ୍ତା ୩ଦିନ ମଧ୍ୟରେ ସର୍ବାଧିକ ବା ଦିନ ତାପମାତ୍ରାରେ ୨ରୁ ୩ ଡିଗ୍ରୀ…

ବିଜେଡି ବୈଠକକୁ ନେଇ ଉଠିଲା ପ୍ରଶ୍ନ: ବଢୁଛି ଅସନ୍ତୋଷ

ଭୁବନେଶ୍ୱର, ୨୭।୨(ସୁନିତ୍‌ ମିଶ୍ର):ବିଜେଡିର ରାଜନୈତିକ ବ୍ୟାପାର କମିଟି (ପିଏସି) ବୈଠକ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସଠାରେ ଗୁରୁବାର…

ଲାଇସେନ୍ସ ଫି ୧୦% ବୃଦ୍ଧି, ମହଙ୍ଗା ହୋଇପାରେ ମଦ ଦର

ନୂଆଦିଲ୍ଲୀ,୨୭ା୨: ଦିଲ୍ଲୀରେ ମଦ ଏବେ ମହଙ୍ଗା ହୋଇପାରେ । ନୂତନ ଉତ୍ପାଦ ନୀତି ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନଥିବା ବେଳେ, ଦିଲ୍ଲୀ ସରକାର “ହୋଟେଲ, କ୍ଲବ ଏବଂ ରେଷ୍ଟୁରାଣ୍ଟ” ବର୍ଗରେ୨୦୨୬-୨୭ଆର୍ଥିକ…

ବିଜୟ ସତ୍ତ୍ୱେ ଭାରତକୁ ମିଳିଲାନି ଫାଇଦା: ଏବେ ବି ଟେନ୍‌ସନ୍‌ରେ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୨୭।୨: ଭାରତ ୨୦୨୬ ଟି-୨୦ ବିଶ୍ୱକପର ସୁପର ୮ ପର୍ଯ୍ୟାୟରେ ଜିମ୍ବାୱେକୁ ପରାସ୍ତ କରି ସେମିଫାଇନାଲ ସ୍ଥାନ ପାଇଁ ଆଶା ଉଜ୍ଜୀବିତ ରଖିଛି। ଚେନ୍ନାଇର ଏମଏ ଚିଦାମ୍ବରମ…

ଅନ୍‌ଲାଇନ କଣ୍ଟେଣ୍ଟ ପାଇଁ ଉତ୍ତରଦାୟୀ ରୁହନ୍ତୁ ଡିଜିଟାଲ ପ୍ଲାଟ୍‌ଫର୍ମ: ଅଶ୍ୱିନୀ

ନୂଆଦିଲ୍ଲୀ,୨୭ା୨(ପି.ଟି.): ଡିଜିଟାଲ ପ୍ଲାଟ୍‌ଫର୍ମଗୁଡ଼ିକରେ ପ୍ରକାଶ ପାଉଥିବା ଅନ୍‌ଲାଇନ କଣ୍ଟେଣ୍ଟ ପାଇଁ ସେମାନଙ୍କୁ ଉତ୍ତରଦାୟିତ୍ୱ ନେବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। କଣ୍ଟେଣ୍ଟ ବା ବିଷୟବସ୍ତୁର…

୬,୬,୬,୬,୬….ମାତ୍ର ୧୪ ବଲ୍‌ରେ କମାଲ୍‌ କରିଦେଲେ ବୈଭବ ସୂର୍ଯ୍ୟବଂଶ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୬।୨: IPL 2026 ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀ ପୁଣି ଥରେ ଚମତ୍କାର ଫର୍ମରେ ଅଛନ୍ତି। ସେ ଚଳିତ DY ପାଟିଲ T20 ଟୁର୍ନାମେଣ୍ଟରେ ଏହି ସଫଳତା ହାସଲ…

କ୍ରିକେଟର ରିଙ୍କୁ ସିଂଙ୍କ ବାପାଙ୍କ ଦେହାନ୍ତ, ଲିଭର କ୍ୟାନସରରେ ପୀଡ଼ିତ….

ନୂଆଦିଲ୍ଲୀ,୨୭ା୨: ଭାରତୀୟ କ୍ରିକେଟର ରିଙ୍କୁ ସିଂଙ୍କ ପିତାଙ୍କ ଦେହାନ୍ତ ହୋଇଛି । ସେ ଗ୍ରେଟର ନୋଏଡାର ଯଥାର୍ଥ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ରିଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri