Posted inଜାତୀୟ

ମୋଦି ସରକାରଙ୍କ ବଡ଼ ଘୋଷଣା, ୨୫ବର୍ଷ କାମ କରିଥିଲେ ପେନସନରେ ମିଳିବ ୫୦ପ୍ରତିଶତ

ନୂଆଦିଲ୍ଲୀ,୨୪।୮: ପେନସନ ଯୋଜନା ସମ୍ପର୍କରେ ମୋଦି ସରକାର ଏକ ବଡ ଘୋଷଣା କରିଛନ୍ତି। ଶନିବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପୁରୁଣା ପେନସନ ସ୍କିମ ଏବଂ ନୂଆ ପେନସନ ସ୍କିମ ବଦଳରେ ୟୁନିଫାଏଡ ପେନସନ ସ୍କିମ (ୟୁପିଏସ) କୁ ଅନୁମୋଦନ କରାଯାଇଛି। ସରକାର କହିଛନ୍ତି ଯେ, ୨୫ ବର୍ଷ କାମ କରିଥିବା କର୍ମଚାରୀଙ୍କୁ ପୂର୍ଣ୍ଣ ପେନସନ ମିଳିବ। ୟୁପିଏସ ଯୋଜନାରେ ୨୩ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଉପକୃତ ହେବେ। ଏହି ଯୋଜନା ୨୦୨୫ ଏପ୍ରିଲ ୧ରୁ କାର୍ଯ୍ୟକାରୀ ହେବ।

କ୍ୟାବିନେଟ ବୈଠକ ସମ୍ବନ୍ଧୀୟ ସୂଚନା ପ୍ରଦାନ କରୁଥିବାବେଳେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଯେଉଁମାନେ ୧୦ବର୍ଷ ସେବା କରିଛନ୍ତି ସେମାନେ ୧୦ହଜାର ଟଙ୍କା ପେନସନ ପାଇବେ। ଯଦି କର୍ମଚାରୀଙ୍କ ଚାକିରିବେଳେ ମୃତ୍ୟୁ ହୋଇଥାଏ ତେବେ ସେମାନଙ୍କ ସ୍ତ୍ରୀଙ୍କୁ ୬୦ ପ୍ରତିଶତ ପେନସନ ମିଳିବ। ପ୍ରତି ରାଜ୍ୟ ସରକାର ମଧ୍ୟ ଏହାକୁ କାର୍ଯ୍ୟକାରୀ କରିପାରିବେ ବୋଲି ସରକାର କହିଛନ୍ତି। କର୍ମଚାରୀଙ୍କ ଉପରେ ଏହି ଯୋଜନାର କୌଣସି ବୋଝ ରହିବ ନାହିଁ ।

ୟୁପିଏସ ଅନୁସାରେ ଯଦି ଜଣେ କର୍ମଚାରୀ ସର୍ବନିମ୍ନ ୨୫ ବର୍ଷ କାମ କରିଛନ୍ତି, ତେବେ ସେ ପେନସନ ଭାବରେ ଅବସର ନେବା ପୂର୍ବରୁ ଗତ ୧୨ ମାସ ମଧ୍ୟରେ ହାରାହାରି ବେତନର ୫୦ ପ୍ରତିଶତ ପାଇବେ। ପେନସନଧାରୀଙ୍କ ମୃତ୍ୟୁ ହେଲେ ତାଙ୍କ ପରିବାରକୁ ୬୦ ପ୍ରତିଶତ ପେନସନ ମିଳିବ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ସମସ୍ତ ଏନପିଏସ ଲୋକଙ୍କୁ ୟୁପିଏସକୁ ଯିବାର ବିକଳ୍ପ ମିଳିବ। ଏହା ସମସ୍ତଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ ଯେଉଁମାନେ ଅବସର ଗ୍ରହଣ କରିଛନ୍ତି କିମ୍ବା ଆରମ୍ଭରୁ NPS ଅଧୀନରେ ଅବସର ନେବାକୁ ଯାଉଛନ୍ତି। ଏଥିପାଇଁ ସରକାର ବକେୟା ଅର୍ଥ ଦେବେ। ୨୦୦୪ରୁ ଅବସର ନେଇଥିବା କର୍ମଚାରୀମାନେ ମଧ୍ୟ ଏହି ସୁବିଧା ପାଇବେ।

ସୂଚନାଯୋଗ୍ୟ, କେନ୍ଦ୍ରର ମୋଦି ସରକାର ସରକାରୀ କର୍ମଚାରୀଙ୍କୁ ବଡ ଉପହାର ଦେଇଛନ୍ତି । ନୂଆ ପେନସନ ଯୋଜନାକୁ ଉନ୍ନତ କରିବାକୁ ହେଉଥିବା ଦାବି ଉପରେ ଧ୍ୟାନ ଦେଇ ସରକାର ୟୁନିଫାଏଡ ପେନସନ ଯୋଜନାକୁ ଅନୁମୋଦନ କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ସରକାରୀ କର୍ମଚାରୀଙ୍କୁ ନିଶ୍ଚିତ ପେନସନ, ପାରିବାରିକ ପେନସନ ଏବଂ ନିଶ୍ଚିତ ସର୍ବନିମ୍ନ ପେନସନ ପ୍ରଦାନ କରିବା। ନୂଆ ପେନସନ ଯୋଜନାରେ ଉନ୍ନତି ଆଣିବା ପାଇଁ ଡ. ସୋମନାଥ କମିଟି ଗଠନ କରାଯାଇଥିଲା। ଏହି କମିଟି ବିସ୍ତୃତ ଆଲୋଚନା ପରେ ରିପୋର୍ଟ ଉପସ୍ଥାପନ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?