‘ଯୋଜନାବଦ୍ଧ ଭାବେ ସୈନ୍ୟବାହିନୀକୁ ଦୁର୍ବଳ କରୁଛନ୍ତି ମୋଦି ସରକାର’

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ଦେଶର ସୈନ୍ୟବାହିନୀକୁ ଯୋଜନାବଦ୍ଧ ଭାବେ ଦୁର୍ବଳ କରିବାକୁ କେନ୍ଦ୍ର ସରକାରଙ୍କ ପ୍ରଚେଷ୍ଟାକୁ କେବେହେଲେ ବରଦାସ୍ତ କରାଯିବ ନାହିଁ। ଦେଶର ସେନା ଓ ଯୁବବର୍ଗଙ୍କ ଭବିଷ୍ୟତକୁ ଅଗ୍ନିପଥ ଯୋଜନା ମାଧ୍ୟମରେ ଅନ୍ଧକାର ଭିତରକୁ ଠେଲି ଦେବାକୁ କେନ୍ଦ୍ର ସରକାର ଯେଉଁ ଅପଚେଷ୍ଟା ଚଳାଇଛନ୍ତି କଂଗ୍ରେସ ତାହା ସଫଳ ହେବାକୁ ଦେବନାହିଁ। ଅଗ୍ନିପଥ ଯୋଜନା ଦେଶର ଯୁବବର୍ଗଙ୍କ ଭବିଷ୍ୟତ ପ୍ରତି ଧୋକା ଏବଂ ବିଶ୍ୱାସଘାତକ ସଦୃଶ ବୋଲି ଭାରତୀୟ ଜାତୀୟ କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ର ସଚିନ ସାଓ୍ବନ୍ତ କହିଛନ୍ତି।
କଂଗ୍ରେସ ଭବନଠାରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସାୱନ୍ତ କହିଛନ୍ତି, ଭାରତ ଭଳି ଦେଶ ବର୍ତ୍ତମାନ ୫୦ ବର୍ଷର ରେକର୍ଡ ହାରରେ ଉକତ୍ଟ ବେକାରି ସମସ୍ୟା ଦେଇ ଗତି କରୁଛି। ସୈନ୍ୟବାହିନୀରେ ନିଯୁକ୍ତି ଅପେକ୍ଷାରେ ଥିବା ଏ ଦେଶର ଏକ କୋଟିରୁ ଊର୍ଦ୍ଧ୍ୱ ଯୁବକ ଏବେ ମୋଦି ସରକାରଙ୍କ ଅଗ୍ନିପଥ ଯୋଜନା ଯୋଗୁ ପ୍ରତାରିତ ଏବଂ ହତାଶ ହୋଇଛନ୍ତି। କେନ୍ଦ୍ରରେ ତୋଗଲକି ଢାଞ୍ଚାରେ ଚାଲିଥିବା ସରକାର ବିଭିନ୍ନ କଥାରେ ମନଇଚ୍ଛା ନିଷ୍ପତ୍ତି ନେଉଛନ୍ତି। କାହା ସହିତ ଆଲୋଚନା ନ କରି ଅଗ୍ନିପଥ ପରି ଏକ ଦିଶାହୀନ ଯୋଜନାକୁ ଲାଗୁ କରାଯାଉଛି। ଯୁବସମାଜର ହିତ ଦୃଷ୍ଟିରୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ଲାଗି ସେ ଦାବି କରିଛନ୍ତି। ପୂର୍ବରୁ ସୈନ୍ୟବାହିନୀରେ ପ୍ରତ୍ୟେକ ବର୍ଷ ୮୦ ହଜାରରୁ ଊର୍ଦ୍ଧ୍ୱ ସ୍ଥାୟୀ ଚାକିରି ପାଇଁ ନିଯୁକ୍ତି ଦିଆଯାଉଥିବା ବେଳେ ମୋଦି ସରକାରଙ୍କ ସମୟରେ ତାହା କମି କମି ୨୦୧୮ ସୁଦ୍ଧା ୫୦ ହଜାରକୁ ଖସିଆସିଲା। ଏ ବର୍ଷ ଅତିକମ୍‌ରେ ୧.୫ ଲକ୍ଷ ଚାକିରି ପାଇଁ ପ୍ରକ୍ରିୟା ଆରମ୍ଭ କରିବା ପରିବର୍ତ୍ତେ ମାତ୍ର ୪୬ ହଜାର ନିଯୁକ୍ତି, ସେ ପୁଣି ଦେଶର ସୈନ୍ୟବାହିନୀରେ ଠିକାରେ ମାତ୍ର ୪ ବର୍ଷ ପାଇଁ କାର୍ଯ୍ୟ କରିବାର ପ୍ରକ୍ରିୟା। ଉକ୍ତ ପ୍ରକ୍ରିୟାକୁ ସମଗ୍ର ଯୁବ ସମାଜର ବିରୋଧକୁ କଂଗ୍ରେସ ନୈତିକ ଭାବେ ସମର୍ଥନ କରୁଛି। ସେନାରେ ଜଣେ ସ୍ଥାୟୀ କର୍ମଚାରୀ ଜୀବନଯାକ ମେଡିକାଲ, କ୍ୟାଣ୍ଟିନ, ପେନ୍‌ସନ୍‌ ଭଳି ସୁବିଧା ପାଉଥିବା ବେଳେ ୪ ବର୍ଷିଆ ଅଗ୍ନିବୀର ଏ ସୁଯୋଗରୁ ବଞ୍ଚିତ ହୋଇଛନ୍ତି। କଂଗ୍ରେସ ପାଇଁ ଦେଶର ସୈନ୍ୟବାହିନୀରେ କାର୍ଯ୍ୟ କରୁଥିବା ସୈନିକଙ୍କ ଦରମା ଓ ପେନସନ ଆଦୌ ଦେଶର ରାଜକୋଷ ଉପରେ ବୋଝ ନୁହେଁ। ମୋଦି ସରକାରଙ୍କ ସୈନ୍ୟବାହିନୀରେ ଖର୍ଚ୍ଚକାଟ କରିବାକୁ ଯାଇ ସ୍ଥାୟୀ ନିଯୁକ୍ତିକୁ ବନ୍ଦ କରିବାର ପ୍ରକ୍ରିୟାକୁ କଂଗ୍ରେସ ବିରୋଧ କରୁଛି ବୋଲି ସାଓ୍ବନ୍ତ କହିଛନ୍ତି। ଏହି ଅବସରରେ ପିସିସି ସଭାପତି ଶରତ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିବା ସହ କେନ୍ଦ୍ର ବିରୋଧରେ ବର୍ଷିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri