Posted inଜାତୀୟ

ମୋଦି ସରକାର ଆରବ ଦେଶ ସମ୍ମୁଖରେ ଠିଆ ହୋଇପାରିବେ ନାହିଁ, କେନ୍ଦ୍ର ସରକାରଙ୍କୁ ପୁଣି ଘେରିଲେ ସ୍ବାମୀ…

ନୂଆଦିଲ୍ଲୀ, ୮।୬ : ବରିଷ୍ଠ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୁବ୍ରମଣ୍ୟମ ସ୍ବାମୀ ପୁଣିଥରେ ନୁପୁର ଶର୍ମା ମାମଲାରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବୁଧବାର ସେ ଟୁଇଟ କରି କହିଛନ୍ତି ଯେ ମୋଦି ସରକାର ଆରବ ଦେଶ ବିରୁଦ୍ଧରେ ଠିଆ ହୋଇପାରିବେ ନାହିଁ। ପୂର୍ବତନ ଭାଜପା ମୁଖପାତ୍ର ନୁପୁର ଶର୍ମାଙ୍କ ଦ୍ୱାରା ମହାପୁରୁଷ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପରେ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ବିବାଦ ଲାଗି ରହିଛି।

ଅନେକ ଆରବ ଦେଶ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଡକାଇ ନିଜର ଆପତ୍ତି ଜଣାଇଥିଲେ। ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଉପଯୁକ୍ତ ଉତ୍ତର ପ୍ରଦାନ କରାଯାଇଛି।

ସୁବ୍ରମଣ୍ୟମ ସ୍ବାମୀ ନୁପୁର ଶର୍ମାଙ୍କୁ ଭାଜପାରୁ ୬ ବର୍ଷ ପାଇଁ ନିଲମ୍ବନ କରିବା ନେଇ ପ୍ରଶ୍ନ ଉଠାଇ ସାରିଛନ୍ତି। ସେ ମୋଦି ସରକାରଙ୍କ ବୈଦେଶିକ ନୀତି ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଭାରତ ସରକାର ଇସ୍ରାଏଲ ବିରୋଧରେ ଏବଂ ଆତଙ୍କବାଦୀ ସଂଗଠନ ହାମାସ ସପକ୍ଷରେ ମତ ଦେଇଥିଲେ।

ଆଫଗାନିସ୍ତାନ ସଙ୍କଟ ସମୟରେ ଭାରତ ସରକାର କାତାର ସହିତ ଯୋଗାଯୋଗରେ ରହିଥିଲେ, ଯାହାଫଳରେ ତାଲିବାନ ସହ ସମ୍ପର୍କ ସ୍ଥାପନ କରିପାରିବେ ବୋଲି ସେ ଅଭିଯୋଗ କରିଛନ୍ତି। ଦୁବାଇରେ ମନି ଲଣ୍ଡରିଂ ହୋଇଥାଏ ଏବଂ ଏହା ବିସିସିଆଇକୁ ନିୟନ୍ତ୍ରଣ କରିଥାଏ ବୋଲି ସେ କହିଛନ୍ତି।

ବିବାଦୀୟ ବିବୃତ୍ତି ପାଇଁ ମହାରାଷ୍ଟ୍ର ସମେତ କେତେକ ରାଜ୍ୟରେ ନୁପୁର ଶର୍ମାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମହାରାଷ୍ଟ୍ର ପୋଲିସ ତାଙ୍କୁ ଡକାଇଛି। ବିବୃତ୍ତି ପରେ ତାଙ୍କୁ ହତ୍ୟା କରିବାର ଧମକ ପରେ ଦିଲ୍ଲୀ ପୋଲିସ ନୁପୁର ଏବଂ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେଇଛି।

ଅପରପକ୍ଷରେ, ଏଆଇଏମଆଇଏମ ସଭାପତି ଅସଦୁଦ୍ଦିନ ଓୱାଇସି ପୁଣିଥରେ ଏହି ପ୍ରସଙ୍ଗରେ ବିବାଦ ସୃଷ୍ଟି କରିଛନ୍ତି। ମହାରାଷ୍ଟ୍ରର ଲାଟୁର ଠାରେ ଏକ ରାଲିକୁ ସମ୍ବୋଧିତ କରି ଓୱାଇସି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଭାରତର ମୁସଲମାନମାନଙ୍କ କଥା ନ ଶୁଣି ମୁସଲମାନ ଦେଶମାନଙ୍କୁ ଅଧିକ ଗୁରୁତ୍ୱ ଦେଇଛନ୍ତି।

ନୁପୁର ଶର୍ମା କିମ୍ବା ନବୀନ ଜିନ୍ଦଲଙ୍କ ନାମ ନ ନେଇ ସେ କହିଛନ୍ତି ଯେ ମହାପୁରୁଷ ମହମ୍ମଦଙ୍କ ବିରୋଧରେ ମନ୍ତବ୍ୟ ପାଇଁ ଉଭୟଙ୍କୁ ଗିରଫ କରାଯିବା ଉଚିତ। ଯେତେବେଳେ ଆମ ଦେଶର ମୁସଲମାନମାନେ ଏହି ପ୍ରସଙ୍ଗ ଉଠାଉଥିଲେ, କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା ବୋଲି ସେ କହିଛନ୍ତି। ମାତ୍ର ଏବେ ସରକାର ମୁସଲମାନ୍‌ ଦେଶଙ୍କ ଆପତ୍ତି ପରେ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। କିନ୍ତୁ ଭାରତର ମୁସଲମାନ୍‌ଙ୍କ କଥା ପ୍ରତି ଦେଇ ନଥିବା ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri