Posted inଜାତୀୟ

୨୦୦୦ ଟଙ୍କିଆ ନୋଟ ଆଣିବାକୁ ଚାହୁଁ ନ ଥିଲେ ମୋଦି: ପୂର୍ବତନ ମୁଖ୍ୟ ଶାସନ ସଚିବ…

ନୂଆଦିଲ୍ଲୀ,୨୨।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବତନ ମୁଖ୍ୟ ଶାସନ ସଚିବ ଥିବା ନୃପେନ୍ଦ୍ର ମିଶ୍ର କହିଛନ୍ତି ୨୦୧୬ ମସିହାରେ ବିମୁଦ୍ରୀକରଣ ଘଟିବା ପରେ ମଧ୍ୟ ପ୍ରଧାନମନ୍ତ୍ରୀ ୨୦୦୦ ଟଙ୍କିଆ ନୋଟ ଆଣିବା ସପକ୍ଷରେ ନ ଥିଲେ। କାରଣ ସେ ଅନୁଭବ କରିଥିଲେ ଦୈନିକ କାରବାର ଅନୁଯାୟୀ ଏହା ଠିକ ନୁହେଁ। ଗଣମାଧ୍ୟମର ରିପୋର୍ଟକୁ ଉଦ୍ଧୃତ କରି ଏହି ଖବର ସାମ୍ନାକୁ ଆସିଛି। ଅନ୍ୟପକ୍ଷରେ କଂଗ୍ରେସ ନୃପେନ୍ଦ୍ରଙ୍କ ଏହି ବିବୃତ୍ତି ନେଇ ଅସନ୍ତୋଷ ବ୍ୟକ୍ତ କରି କହିଛି ଏହା କେବଳ ଭୁଲ ଲୁଚାଇବାକୁ ଚେଷ୍ଟା।

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ଅଧିକାରୀ ନୃପେନ୍ଦ୍ରଙ୍କ ଦାବି ଉପରେ କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଦୃଢ଼ ପ୍ରତିକ୍ରିୟା ଦେଇଛନ୍ତି। ସେ ଟୁଇଟ କରି ଲେଖିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପୂର୍ବତନ ବରିଷ୍ଠ ସହଯୋଗୀ କହୁଛନ୍ତି ଆତ୍ମଘୋଷିତ ବିଶ୍ୱଗୁରୁ ନଭେମ୍ବର ୨୦୧୬ ରେ ୨୦୦୦ ଟଙ୍କିଆ ନୋଟକୁ ବିରୋଧ କରିଥିଲେ। ସେ ଆହୁରି ମଧ୍ୟ କହିବେ ବିମୁଦ୍ରୀକରଣ ପାଇଁ ତାଙ୍କ ପରାମର୍ଶଦାତାମାନେ ତାଙ୍କ ଉପରେ ଚାପ ପକାଇଥିଲେ। ଏହା ନିଜର ଭୁଲ ଘୋଡାଇବା ପାଇଁ ଏକ ହୀନ ପ୍ରୟାସ ବ୍ୟତୀତ ଆଉ କିଛି ନୁହେଁ ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧର ପ୍ରଭାବ: ବେଳକୁ ବେଳ ମହଙ୍ଗା ହେଉଛି ରାସ୍ତା କଡ଼ର ଖାଦ୍ୟ, ସାଧାରଣ ଜନତା ଚିନ୍ତାରେ

ନୂଆଦିଲ୍ଲଈ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଯୋଗୁ, ରାଜଧାନୀ ଦିଲ୍ଲୀ ଏବଂ ଏନସିଆରର ବାସିନ୍ଦାମାନେ ଗ୍ୟାସ ସିଲିଣ୍ଡର କିଣିବା ପାଇଁ ସଂଘର୍ଷ କରୁଛନ୍ତି; ଲୋକମାନେ ଲମ୍ବା ଧାଡ଼ିରେ ଠିଆ…

ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତିଙ୍କୁ ଭେଟିବା ପରେ…

ଭୁବନେଶ୍ୱର,୨୮ା୩: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ୨ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ନୂଆଦିଲ୍ଲୀରେ ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ସେ ଯୋଗଦେବେ ବୋଲି ଜଣେ…

ହର୍ମୁଜର ନାଁ ବଦଳେଇଦେଲେ ଟ୍ରମ୍ପ! କଲେ ବଡ଼ ଘୋଷଣା; ବିଶ୍ୱରେ ପଡିଲା ଚହଳ

ଓ଼୍ବାଶିଂଟନ,୨୮।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ହର୍ମୁଜ ପ୍ରଣାଳୀକୁ ନେଇ ଏକ ବିବାଦ ଦେଖାଦେଇଛି। ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଇରାନକୁ ହର୍ମୁଜ ପ୍ରଣାଳୀକୁ…

ଜଳସ୍ତର ନିମ୍ନଗାମୀ: ବଢ଼ିଲାଣି ତାତି,ସଙ୍କଟ ହେଲାଣି ପାନୀୟ ଜଳ

ମହାକାଳପଡ଼ା,୨୮ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦୀର୍ଘଦିନଧରି ପାନୀୟ ଜଳ ସଙ୍କଟ ଦେଖାଦେଇଛି। ଅଞ୍ଚଳରେ ଜଳସ୍ତର ନିମ୍ନଗାମୀ ଯୋଗୁ ନଳକୂପରୁ ଅଧିକାଂଶ ସମୟରେ…

IPL 2026 ର ପ୍ରାରମ୍ଭିକ ମ୍ୟାଚରୁ ବାଦ ପଡ଼ିଲେ ଧୋନୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ନୂଆଦିଲ୍ଲୀ,୨୮।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ଆଜି ଅର୍ଥାତ୍‌ ଶନିବାର, ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ଶନିବାର RCB ଏବଂ…

କାର ଉପରେ ପଡ଼ିଲା ଗଛ: ଆଉ ତା’ପରେ ଘଟିଲା…

ପାଟଣା,୨୮।୩(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ଗୁଳୁଦିପଶି ଗ୍ରାମର କ୍ଷେତ୍ରବାସୀ ବାରିକଙ୍କ ଘର ବାହାରେ ଥିବା ଏକ କୋଳି ଗଛ କାର…

କେସିଙ୍ଗା ରେଳ ଷ୍ଟେଶନ ପରିଦର୍ଶନ କଲେ ସମ୍ବଲପୁର ରେଳ ପ୍ରବନ୍ଧକ: ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

କେସିଙ୍ଗା,୨୮।୩(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ପ୍ରବନ୍ଧକ କେସିଙ୍ଗା ରେଳ ଷ୍ଟେଶନକୁ ଶନିବାର ପରିଦର୍ଶନ କରି ଷ୍ଟେଶନର ବିଭିନ୍ନ ସମସ୍ୟା ଉପରେ ତଦନ୍ତ କରିଥିଲେ। ଏହି ଷ୍ଟେଶନରେ ଯାତ୍ରୀଙ୍କ…

ଘରକୁ ଫେରୁଥିଲେ ଶ୍ରମିକ, ଧକ୍କା ଦେଲା ଟ୍ରାଭେଲର: ଆଉ ତା’ପରେ…

ଲୋଇସିଂହା,୨୮।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିମୁଣ୍ଡା- ବଲାଙ୍ଗୀର ରାସ୍ତାର ସରଗାଡରେ ଏକ ଅଜଣା ଗାଡ଼ି ଧକ୍କାରେ ଶନିବାର ଭୋର ସକାଳୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri