ରାଜଭବନରୁ ବାହାରିଲେ ମୋଦି: ବ୍ରହ୍ମପୁରରେ ବିଶାଳ ଜନସଭାକୁ କରିବେ ସମ୍ବୋଧିତ

ଭୁବନେଶ୍ୱର,୬।୫: ନିର୍ବାଚନ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ଅଛନ୍ତି। ସେ ରାଜଭବନରୁ ସୋମବାର ସକାଳେ ବ୍ରହ୍ମପୁର ଅଭିମୁଖେ ବାହାରିଛନ୍ତି। ବ୍ରହ୍ମପୁରରେ ମୋଦି ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ। ରାଜଭବନରୁ ବିମାନବନ୍ଦରରୁ ଅଭିମୁଖେ ଯିବାବେଳେ ତାଙ୍କୁ ଦେଖିବା ପାଇଁ ରାସ୍ତାପାର୍ଶ୍ୱରେ ବହୁ କର୍ମୀ ଏବଂ ସାଧାରଣଲୋକ ଅପେକ୍ଷା କରି ଠିଆ ହୋଇଥିଲେ। ମୋଦି ସୋମବାର ପୂର୍ବାହ୍ନ ୧୦ଟାରେ ବ୍ରହ୍ମପୁର ନିକଟସ୍ଥ କନିସି ଛକ ଏବଂ ମଧ୍ୟାହ୍ନ ୧୨.୩୦ରେ ନବରଙ୍ଗପୁରର ଚିକିଲି ଛକଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି।