ମୋଦି କ୍ୟାବିନେଟରେ ବଡ଼ ନିଷ୍ପତ୍ତି, କୃଷକଙ୍କ ପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୦।୯: ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଏବଂ ଅର୍ଥନୈତିକ ବ୍ୟାପାର ସମ୍ୱନ୍ଧୀୟ କ୍ୟାବିନେଟ କମିଟି (CCEA)ରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ ‘ପିଏମ ଧାରା’କୁ ମଞ୍ଜୁରୀ ପ୍ରଦାନ କରିଛି। ଏହି ବୈଠକରେ ରବି ଫସଲ ପାଇଁ ୨୦୨୭-୨୮ ବର୍ଷରେ ଗହମ ସମେତ ୬ଟି ଫସଲର ସର୍ୱନିମ୍ନ ସହାୟକ ମୂଲ୍ୟ (MSP) ବୃଦ୍ଧି କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ସରକାର କୃଷକମାନଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଆଜି କ୍ୟାବିନେଟ ବୈଠକରେ ରବି ଫସଲର MSP ବୃଦ୍ଧି ଉପରେ ମୋହର ଲାଗିଛି। ବୈଠକରେ ଗହମ, ବୁଟ, ସୋରିଷ, ଯଅ ସମେତ ୬ଟି ରବି ଫସଲର MSP ବୃଦ୍ଧି ପ୍ରସ୍ତାବରେ ଅନୁମୋଦନ ମିଳିଛି।

ରାଜଧାନୀ ଦିଲ୍ଲୀରେ ITMS ଲାଗୁ କରିବା ନେଇ କ୍ୟାବିନେଟ ମଞ୍ଜୁରୀ ମିଳିଛି। ଆର୍ଥିକ ବର୍ଷ ୨୦୨୭ରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ସବସିଡି ଜାରି ରଖିବା ପ୍ରସ୍ତାବ ପାସ ହୋଇଛି। ଏହା ବ୍ୟତୀତ ଗ୍ରୀନ ଏନର୍ଜି କରିଡର ପାଇଁ ଆର୍ଥିକ ବର୍ଷ ୨୦୨୭ ରୁ ୨୦୩୩ ପର୍ଯ୍ୟନ୍ତ ପ୍ରାୟ ୫୪,୦୦୦ କୋଟି ଟଙ୍କାର ଅନୁମୋଦନ ପ୍ରସ୍ତାବ ଉପରେ ମଧ୍ୟ ମୋହର ଲାଗିଛି।

Share