ନୂଆଦିଲ୍ଲୀ,୧୮ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାତିରେ ଦେଶକୁ ସମ୍ବୋଧିତ କରିଛନ୍ତି। ନାରୀଶକ୍ତିକୁ କିପରି ରୋକାଯାଉଛି ଦେଶବାସୀ ଦେଖିଲେ ବୋଲି ପ୍ରଧାନମନ୍ତ୍ରୀ ସମ୍ବୋଧିତ କରି କହିଛନ୍ତି। ଏପରିକି ବିରୋଧୀ କଂଗ୍ରେସ, ଡିଏମ୍କେ, ଟିଏମ୍ସି ଏବଂ ସମାଜବାଦୀ ପାର୍ଟିକୁ ଟାର୍ଗେଟ କରିଛନ୍ତି।
ବିରୋଧୀ ନାରୀଙ୍କ ଆତ୍ମସମ୍ମାନ ଉପରେ ଆଞ୍ଚ ଆଣିଛନ୍ତି। ମହିଳା ସବୁ ଭୁଲି ପାରିବେ, ହେଲେ ଅସମ୍ମାନକୁ ଭୁଲିପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନାରୀ ଶକ୍ତି ବନ୍ଦନ ଅଧିନିୟମ କାଟ ଖାଇଲା ବେଳେ ବିରୋଧୀ ଖୁସି ମନାଇଲେ। ବିରୋଧୀ ଯେଉଁ ପାପ କରିଛନ୍ତି, ତାହାର ସଜା ଭୋଗିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ସୂଚନା ଯୋଗ୍ୟ, ସରକାର ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ସହିତ ଜଡ଼ିତ ୧୩୧ତମ ସଂଶୋଧନ ବିଲ ପାସ କରିବାରେ ବିଫଳ ହୋଇଥିଲେ। ଏହା ସଂସଦରେ ଆସନ ସଂଖ୍ୟା ୫୪୩ରୁ ୮୫୦କୁ ବୃଦ୍ଧି କରିବା ପାଇଁ ବ୍ୟବସ୍ଥା କରିଥିଲା। ଲୋକ ସଭାରେ ବିଲ ଉପରେ ୨୧ ଘଣ୍ଟା ଆଲୋଚନା ପରେ ଭୋଟିଂ ହୋଇଥିଲା। ଉପସ୍ଥିତ ୫୨୮ ଏମ୍ପି ସେମାନଙ୍କର ମତ ଦେଇଥିଲେ। ସପକ୍ଷରେ ୨୯୮ ଏବଂ ବିପକ୍ଷରେ ୨୩୦ ଭୋଟ ଥିଲା। ବିଲ ପାସ କରିବା ପାଇଁ ଦୁଇ-ତୃତୀୟାଂଶ ବହୁମତ ଆବଶ୍ୟକ ଥିଲା। ୫୨୮ରୁ ଦୁଇ-ତୃତୀୟାଂଶ ହେଉଛି ୩୫୨। ତେଣୁ ବିଲ ୫୪ ଭୋଟ୍ରେ ପରାଜିତ ହୋଇଥିଲା। ଏହାର ପ୍ରତିବାଦରେ ଭାଜପା ମହିଳା ଏମ୍ପିମାନେ ବିରୋଧୀଙ୍କ ବିରୋଧରେ ପ୍ରବଳ ପ୍ରତିବାଦ କରିଥିଲେ।