କାର୍ଯ୍ୟକ୍ଷମ ହୋଇନି ଅତ୍ୟାଧୁନିକ ମାଛ ବଜାର

ପୁରୀ ଅଫିସ,୨୩।୯: ପୁରୀ ସହରରେ ଗୋଟିଏ ଛାତ ତଳେ ସବୁ ଆମିଷଜାତ ଦ୍ରବ୍ୟ ଉପଲବ୍ଧ କରାଇବା ସହ ପ୍ରଦୂଷଣ ରୋକିବା ପାଇଁ ୨୦୧୯ ମସିହାରେ ତାଳବଣିଆରେ ଓଡ଼ିଶାର ଦ୍ୱିତୀୟ ଅତ୍ୟାଧୁନିକ ସ୍ବଚ୍ଛ ମାଛ ବଜାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ସମସ୍ତ ମାଛ ବ୍ୟବସାୟୀଙ୍କୁ ଏକକ ବଜାର ଯୋଗାଇବା ଲାଗି ଏଭଳି ପଦକ୍ଷେପ ନିଆଯାଉଥିବା ଜିଲା ପ୍ରଶାସନ କହିଥିଲା। ୨୦୨୧ ଜୁନ୍‌ ସୁଦ୍ଧା ଏହି ପ୍ରକଳ୍ପ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ତେବେ ଅବଧି ପୂରଣ ପରେ ବି କୋଠା ନିର୍ମାଣ ସରିନାହିଁ କି ବଜାର ଖୋଲିପାରିନାହିଁ। ବେପାରୀମାନେ ଏଣେତେଣେ ଦୋକାନ ଖୋଲି ଆମିଷ ଦ୍ରବ୍ୟ ବିକ୍ରି କରୁଛନ୍ତି। ଏଥିଯୋଗୁ ଜାଗା ଜବରଦଖଲ ହେବା ସହ ଯାତାୟାତରେ ସମସ୍ୟା ଉପୁଜୁଛି।
ମତ୍ସ୍ୟ ସମ୍ପଦ ବିଭାଗ ପକ୍ଷରୁ ୬ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଚାଲିଛି। ଅତ୍ୟାଧୁନିକ ଶୈଳୀରେ ବହୁତଳ ବିଶିଷ୍ଟ କୋଠା ନିର୍ମାଣ କରି ବଜାର ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଡିପିଆର୍‌ ଅନୁଯାୟୀ, ପ୍ରାଥମିକ ପର୍ଯ୍ୟାୟରେ ୨ ମହଲା ବିଶିଷ୍ଟ କୋଠା ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏଠାରେ ଦୋକାନୀମାନଙ୍କୁ ସ୍ଥାୟୀ ଦୋକାନ ଘର ଦେବା ଲାଗି ଯୋଜନା କରାଯାଇଥିଲା। ଏହାକୁ ଲାଗି ଏକ ପରିବା ବଜାର ସୃଷ୍ଟି ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଥିଲା। ମାଛ ବଜାର ନିକଟରେ ପୌରସଂସ୍ଥାର ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ର ଥିବାରୁ ମାଛରୁ ବାହାରୁ ଥିବା ବର୍ଜ୍ୟବସ୍ତୁ ପରିଚାଳନା ସହଜ ହେବ ବୋଲି କୁହାଯାଉଥିଲା। ଅନ୍ୟପକ୍ଷରେ ଏଯାବତ୍‌ ଏହି ପ୍ରକଳ୍ପର ୫୦ ପ୍ରତିଶତ କାମ ଶେଷ ହୋଇପାରିଛି। ଫଳରେ ପୁରୀ ଭଳି ଆଧ୍ୟାତ୍ମିକ ସହରରେ ଏଣେତେଣେ ଆମିଷ ଦ୍ରବ୍ୟ ବିକ୍ରି କରାଯାଉଛି। ଗୋଟିଏ ସ୍ଥାନରେ ଆମିଷ ଦ୍ରବ୍ୟ ବିକ୍ରି ହେବା ଭଳି ବ୍ୟବସ୍ଥାକୁ ପୁରୀ ସହରବାସୀ ପ୍ରଶଂସା କରୁଥିବାବେଳେ ସଂପ୍ରତି ପ୍ରକଳ୍ପ କାର୍ଯ୍ୟର ମନ୍ଥରତାକୁ ନାପସନ୍ଦ କରିଛନ୍ତି। ପ୍ରଶାସନିକ ଇଚ୍ଛାଶକ୍ତି ଅଭାବରୁ ଏଭଳି ସ୍ଥିତି ଉପୁଜିଥିବା ସାମାଜିକ କର୍ମୀ ସ୍ବାଧୀନ ପଣ୍ଡା କହିଛନ୍ତି। ସେହିପରି ମାଛ ବ୍ୟବସାୟୀ ଦିନେଶ ବେଉରା କହିଛନ୍ତି, ପ୍ରଶାସନ ଆମ ବ୍ୟବସାୟରେ ସମସ୍ୟା ସୃଷ୍ଟି କରୁଛି। ଗୋଟିଏ ଜାଗାରେ ୧୫ ଦିନ ବସିବା ପରେ ଉଠାଇ ଦେଉଛି। ବାରମ୍ବାର ଏଠାରୁ ସେଠାରୁ ହେବା ଫଳରେ ବେପାର କରିବା କଷ୍ଟକର ହୋଇପଡ଼ୁଛି। ତେଣୁ ମାଛ ବଜାର ଆମ ଭଳି ବେପାରୀଙ୍କ ପାଇଁ ନିହାତି ଦରକାର। ଏହାର କାମ ତୁରନ୍ତ ସାରି କାର୍ଯ୍ୟକ୍ଷମ କରାଯିବା ଦରକାର। ଫଳରେ ଉଭୟ ଦୋକାନୀ ଓ ଗ୍ରାହକଙ୍କ ପାଇଁ କିଣାବିକା ସହଜ ହୋଇପାରିବ। ଅନ୍ୟପକ୍ଷରେ କୋଭିଡ୍‌ ଯୋଗୁ ପ୍ରକଳ୍ପ କାର୍ଯ୍ୟ ଧିମେଇ ଯାଇଛି, ତେବେ ସମ୍ପ୍ରତି ପୁଣି ତ୍ୱରିତ ବେଗରେ କାର୍ଯ୍ୟ ତ୍ୱରାନ୍ବିତ ହେବ ବୋଲି ପ୍ରଶାସନ ପ୍ରକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri