ଚର୍ଚ୍ଚାରେ ମଡେଲ୍‌ଙ୍କ ନେକ୍‌ଲେସ୍‌: ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବହୁଚର୍ଚ୍ଚିତ କାନ୍ସ ଫିଲ୍ମ ଫେଷ୍ଟିଭାଲ ଆରମ୍ଭ ହୋଇଛି। ଜୁଲାଇ ୬ରୁ ଆରମ୍ଭ ହୋଇଥିବା ଏହି ଫେଷ୍ଟିଭାଲ ଜୁଲାଇ ୧୭ ପର୍ଯ୍ୟନ୍ତ ଚାଲିବ। ପ୍ରତିବର୍ଷ ଅନେକ ହଲିଉଡ ଏବଂ ବଲିଉଡ ତାରକା କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ କାର୍ପେଟରେ ନିଜର ସୌନ୍ଦର୍ଯ୍ୟ ପ୍ରଦର୍ଶନ କରୁଥିବା ଦେଖାଯାଏ। ଏହି ଫିଲ୍ମ ମହୋତ୍ସବରେ ପ୍ରତିଥର ଜଣେ ଜଣେ କଳାକାର ଏମିତି ଥା’ନ୍ତି, ଯାହାଙ୍କ ସୌନ୍ଦର୍ଯ୍ୟ ଚର୍ଚ୍ଚାରେ ଥାଏ। ଏଥର ବିଦେଶୀ ସୁପରମୋଡେଲ ବେଲା ହଦିଦଙ୍କ ଅନନ୍ୟ ଫ୍ୟାଶନ ଚର୍ଚ୍ଚାର ପରିସରକୁ ଆସିଛି।
ବେଲା କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୧ର ରେଡ କାର୍ପେଟରେ ଅବତରଣ କରିବା ମାତ୍ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସମସ୍ତେ ତାଙ୍କ ଲୁକ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସୋସିଆଲ ମିଡିଆରେ ମଧ୍ୟ ସୌନ୍ଦର୍ଯ୍ୟ ବିଷୟରେ ଆଲୋଚନା ହେଉଛି। ବେଲା ଏହି ଫିଲ୍ମ ଫେଷଷ୍ଟିଭାଲରେ ଏକ କଳା ପୋଷାକ ସହିତ ଲାଲ କାର୍ପେଟକୁ ଆସିଥିଲେ। ଯଦିଓ ତାଙ୍କ ପୋଷାକ ନୁହେଁ ବରଂ ତାଙ୍କ ନେକ୍‌ଲେସ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ବେଲାଙ୍କ ଏହି ସୁନା ନେକ୍‌ଲେସ୍‌ଟି ଦେଖିବାକୁ ଫୁସଫୁସ ଆକାରର। ବେଲା ଡାନିଏଲ ରୋଜବେରୀର ସିଆପରେଲି ୨୦୨୧ କଲେକସନ୍‌ର ଏହି ହାର ପିନ୍ଧିଥିଲେ। ଏହି ହାରର ନାମ ଲଙ୍ଗ୍ସ ଦିଆଯାଇଛି। ବେଲା ନିଜ ବୋଲ୍ଡ ଅନ୍ଦାଜ୍‌ ପାଇଁ ଜଣାଶୁଣା। କିଛିଦିନ ପୂର୍ବରୁ ସେ କ୍ୟାଟ୍‌ଉମେନ୍‌ ଅବତାରରେ ନଜର ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରିବାର ସହ ଲଣ୍ଡନରେ କରୀନା, ଫଟୋ ଶେୟାର କରି ଲେଖିଲେ…

ମୁମ୍ବାଇ: ବ୍ରିଟେନରେ କରୀନା କପୁର ସ୍ବାମୀ ସୈଫ୍‌ ଅଲ୍ଲୀ ଖାନ୍‌ ଦୁଇ ପୁଅ ତୈମୁର ଏବଂ ଜେହ୍‌ଙ୍କ ସହ ମଜା କରୁଛନ୍ତି। ଏମାନଙ୍କ ସହ କରୀନାଙ୍କ...

ସ୍ତ୍ରୀଙ୍କ ସହ ଝଗଡ଼ା ସମୟରେ ଡିକ୍ସନାରୀ ଦେଖିଥାନ୍ତି ଏହି ଲୋକପ୍ରିୟ ଅଭିନେତା: ଜାଣନ୍ତୁ କାହିକି

କରୋନା ଭାଇରସ ଯୋଗୁ ସମଗ୍ର ବିଶ୍ୱରେ ଆତଙ୍କ ଖେଳିଯାଇଛି। ପ୍ରତିଦିନ ଅନେକ ଲୋକ ଏହି ଭାଇରସରେ ସଂକ୍ରମିତ ହେଉଛନ୍ତି। ତେବେ ଏହାରି ମଧ୍ୟରେ ଭାରତ ସରକାର...

ଫଟୋରେ କ୍ଷୀର ଢାଳିବାକୁ ନେଇ ପ୍ରଶଂସକଙ୍କୁ ଏମିତି ଜବାବ ଦେଲେ ସୋନୁ ସୁଦ: ସମସ୍ତେ କଲେ ବାଃ ବାଃ

ଦେଶରେ କରୋନା ଭଳି କଠିନ ପରିସ୍ଥିତିରେ ଲୋକଙ୍କୁ ସହାୟତାର ହାତ ବଢାଇଛନ୍ତି ଅନେକ ସେଲିବ୍ରିଟି। ଏଥିରେ ବଲିଉଡ୍‌ ଅଭିନେତା ସୋନୁ ସୁଦ ମଧ୍ୟ ସାମିଲ ଅଛନ୍ତି।...

ସ୍ତ୍ରୀଙ୍କ ଜନ୍ମଦିନରେ ଭଗବାନଙ୍କୁ ଧନ୍ୟବାଦ ଦେଲେ କୋହଲି

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ତାଙ୍କର ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ସ୍ବାମୀ ବିରାଟ କୋହଲି ତାଙ୍କୁ ଏକ ବିଶେଷ...

ସୁଶାନ୍ତଙ୍କ ମୃତ୍ୟୁକୁ ଗ୍ରହଣ କରିପାରୁ ନାହାନ୍ତି ଶ୍ରଦ୍ଧା

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ପୁରା ବଲିଉଡ୍‌ଜଗତ ସ୍ତବ୍ଦ ହୋଇପଡ଼ିଛି। ସମସ୍ତେ ନିଜ ନିଜ ଶୈଳୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। କେହି...

ପୁଣି ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ଐଶ୍ୱର୍ଯ୍ୟା, ପୋଷ୍ଟ ଶେୟାର କରି ଦେଲେ ସୂଚନା

ମୁମ୍ବାଇ: ଅଭିନେତ୍ରୀ ତଥା ନିର୍ଦ୍ଦେଶକ ଐଶ୍ୱର୍ଯ୍ୟା ରଜନୀକାନ୍ତ ଅସୁସ୍ଥ ହୋଇ ସୋମବାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏ ନେଇ ଐଶ୍ୱର୍ଯ୍ୟା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର...

ମଲାଇକାଙ୍କୁ କେବେ କରିବେ ବିବାହ? ଜାଣନ୍ତୁ କ’ଣ କହିଲେ ଅଭିନେତା

କରନ ଜୋହରଙ୍କ ଶୋ’ ‘କଫି ୱିଥ୍‌ କରନ’ରେ ଭିନ୍ନ ଭିନ୍ନ ଅଭିନେତା-ଅଭିନେତ୍ରୀ ନଜର ଆସନ୍ତି। ଏହି ଶୋ’ ମାଧ୍ୟମରେ ସେ ତାଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ...

ପ୍ରଥମ ଚଳଚ୍ଚିତ୍ରରେ ଅଭିନୟ ପାଇଁ କେତେ ଟଙ୍କା ପାରିଶ୍ରମିକ ନେଇଥିଲେ ଅମିତାଭ

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ୫୦ ବର୍ଷ ପୂରଣ କରିଛନ୍ତି ସୁପରଷ୍ଟାର ଅମିତାଭ ବଚ୍ଚନ। ଆଜିର ଦିନରେ ଅର୍ଥାତ୍‌ ନଭେମ୍ବର ୭, ୧୯୬୯ରେ ଅମିତାଭଙ୍କ ପ୍ରଥମ ଅଭିନୀତ ଚଳଚ୍ଚିତ୍ର...

Advertisement
Archives

Model This Week