ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ମକ୍‌ଡ୍ରିଲ୍‌

ଢେଙ୍କାନାଳ ଅଫିସ, ୭।୧୨: ଢେଙ୍କାନାଳ ଜିଲା ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ୍‌ ମେରାମଣ୍ଡଳୀ ପକ୍ଷରୁ ମଙ୍ଗଳବାର ବିପଦପୂର୍ଣ୍ଣ ସମୟରେ ପ୍ରସ୍ତୁତି ଏବଂ ପରିବେଶ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଅନସାଇଡ୍‌ ଆପାତକାଳୀନ ମକଡ୍ରିଲ୍‌ ଅନୁଷ୍ଠିତ ହୋଇଯାଇଛି। ଜିଲା କ୍ରାଇସିସ୍‌ ମ୍ୟାନେଜମେଣ୍ଟ ଗ୍ରୁପ୍‌ର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ।
ଢେଙ୍କାନାଳ ଜୋନ୍‌ ଫ୍ୟାକ୍ଟ୍ରି ଆଣ୍ଡ୍‌ ବଏଲର୍ସ ବିଭାଗର ସହକାରୀ ନିର୍ଦ୍ଦେଶିକା ଇଂ. ପୁଷ୍ପମିତ୍ରା ଜେନା ସତର୍କତାମୂଳକ ପ୍ରଦର୍ଶନୀକୁ ପ୍ରଶଂସା କରିବା ସହ ଏଥିରେ ଅଧିକ ଉନ୍ନତି ଆଣିବା ଲାଗି ପରାମର୍ଶ ଦେଇଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଗୋଳ ଜୋନ୍‌ର ଆଞ୍ଚଳିକ ଅଧିକାରୀ ଡ. ଅନୁପ ମଲ୍ଲିକ ସମ୍ଭାବ୍ୟ ଆପାତକାଳୀନ ସମୟରେ ପ୍ରଭାବୀ ପଦକ୍ଷେପ ନେବାକୁ ଆହ୍ବାନ ଦେଇଛନ୍ତି। ଢେଙ୍କାନାଳ ସହକାରୀ ଅଗ୍ନିଶମ ଅଧିକାରୀ ସୁମନ୍ତ କୁମାର ଖମାରୀ, ନବ ଲିମିଟେଡ୍‌ ଏବଂ ଜିଏମ୍‌ଆର ଲିମିଟେଡ୍‌ର ପ୍ରତିନିଧିମାନେ ଏହି ମକ୍‌ଡ୍ରିଲ୍‌ରେ ଅଂଶଗ୍ରହଣ କରିଥିଲେ। କୋକ୍‌ ଓଭନର ଗ୍ୟାସ୍‌ ହୋଲ୍‌ଡର ଇନ୍‌ଲେଟ୍‌ ହେଡର ଫ୍ଲେଞ୍ଜ୍‌ରୁ ଗ୍ୟାସ୍‌ ନିର୍ଗମନଜନିତ ସାମ୍ଭାବ୍ୟ ବିପଦର ମୁକାବିଲା କରିବା ଲାଗି ଏହି ମକ୍‌ଡ୍ରିଲ୍‌ର ଆୟୋଜନ କରାଯାଇଥିଲା। ଗଠନ କରାଯାଇଥିବା ବିଭିନ୍ନ ଟିମ୍‌ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ। ଟାଟାଷ୍ଟିଲ୍‌ ମେରାମଣ୍ଡଳୀ କୋକ୍‌ ପ୍ଲାଣ୍ଟ ମୁଖ୍ୟ ବୀରେନ୍ଦ୍ର ସିଂ, କୋକ୍‌ ଓଭାନ ବିଭାଗ ପୁଷ୍ପେନ୍ଦ୍ର କୁମାର, କୋକ୍‌ ଓଭାନ-୨ ଏମ୍‌ଏଚ୍‌ଏସ୍‌ ଏବଂ ସିଡ୍‌କ୍ୟୁ ବିଭାଗ ମୁଖ୍ୟ ଅଜିତ୍‌ କୁମାର ସିଂ, ଆଇଏମ୍‌ ଇଲେକ୍ଟ୍ରିକାଲ ମେଣ୍ଟାନାନ୍ସ ବିଭାଗ ମୁଖ୍ୟ ଦୀପଙ୍କର ସେନ୍‌ଗୁପ୍ତା, ଆଇଏମ୍‌ ମେକାନିକାଲ ମେଣ୍ଟାନାନ୍ସ ବିଭାଗ ବରିଷ୍ଠ ପ୍ରବନ୍ଧକ ମଞ୍ଜୁନାଥ ଏମ୍‌. ଗୌଡ୍‌ର, କୋକ୍‌ ଓଭନ୍‌-୧ ଉପଉପତ୍ାଦ କାରଖାନା ବରିଷ୍ଠ ପ୍ରବନ୍ଧକ ବନ୍ଦେଶ କୁମାର ମହାନ୍ତି, ଏସ୍‌ଇପିର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ। ନିରାପତ୍ତା ବିଭାଗ ମୁଖ୍ୟ ଅଗମ କୁମାର, ପ୍ରକ୍ରିୟାଗତ ନିରାପତ୍ତା ବିଭାଗ ମୁଖ୍ୟ କୁମାର ବରୁଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ: କଳସ ଯାତ୍ରାରେ ସାମିଲ ହେଲେ ବିଧାୟକ, ଆସନ୍ତା ୨୦ରେ ହେବ…

ଗଞ୍ଜାମ,୯।୨(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଳକ ହୁମା ପଞ୍ଚାୟତ ଅନ୍ତର୍ଗତ ବୋରିଗାଁସ୍ଥିତ ରାଣୀବର ପାହାଡ଼ଠାରେ ଅବସ୍ଥିତ ବାବା ଝାଡେଶ୍ୱର ମନ୍ଦିର ଠାରେ ଦୀର୍ଘ ୧୧ ଦିନ ବ୍ୟାପି…

ବରଡୋଲ ଜୈନ ପୋଲି ଫେଵରେ ନିଆଁ: ସାରା ଅଞ୍ଚଳ ଧୂଆଁମୟ

ବରଗଡ଼,୯।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଜୈନ ପୋଲି ଫେବ୍ ବସ୍ତା ଫ୍ୟାକ୍ଟ୍ରିରେ ସୋମବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଫ୍ୟାକ୍ରିର ବିଭିନ୍ନ ସାମଗ୍ରୀ ନଷ୍ଟ…

ଧରିତ୍ରୀ ପ୍ରଭାବ: ତତ୍ପରତା ଦେଖାଇଲା ବିଦ୍ୟୁତ ବିଭାଗ

ଦାରିଙ୍ଗବାଡି, ୯।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ଡାବୁଲୁମାହାଠାରୁ ତେରବାଡିକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଉପରେ ବିଦ୍ୟୁତ ତାର…

ଅସମ୍ମାନ ! ଡାଇନିଂ ଟେବୁଲରେ ବସିଲେ, ଚପଲ ପିନ୍ଧି ମହାପ୍ରସାଦ ଖାଇଲେ

ପୁରୀ୯।୨( ଅଜିତ୍ କୁମାର ମହାନ୍ତି ): ପୁଣି ମହାପ୍ରସାଦକୁ ଅପମାନ । ଡାଇନିଂ ଟେବୁଲରେ ଚପଲ ପିନ୍ଧି ବସି ଖାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର, ଏତିକି ବୃଦ୍ଧି ପାଇବ DA!

ନୂଆଦିଲ୍ଲୀ,୯।୨: ହୋଲି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ କିଛି ଆଶ୍ୱସ୍ତି ପାଇପାରନ୍ତି। ମହଙ୍ଗା ଭତ୍ତା (DA) ଏବଂ ମହଙ୍ଗା ରିଲିଫ (DR) ୨% ବୃଦ୍ଧି…

ଏବେଠୁ ଘାରିଲାଣି ଜଙ୍ଗଲ ନିଆଁ ନିୟନ୍ତ୍ରଣ ଚିନ୍ତା: ଘୁମୁସର ଉତ୍ତର ବନଖଣ୍ଡରେ…

ଭଞ୍ଜନଗର,୯।୨(ବାବୁଲା ପ୍ରଧାନ )-ରାଜ୍ୟର କେତେକ ବନଖଣ୍ଡରେ ବର୍ତ୍ତମାନ ଜଙ୍ଗଲ ନିଆଁ ଲାଗିଲାଣି। ଆଗକୁ ଅନ୍ୟ ବନଖଣ୍ଡ ଗୁଡ଼ିକରେ ମଧ୍ୟ ନିଆଁ ଲାଗିବା ସମ୍ଭାବନା ରହିଛି। ଏହାପୂର୍ବରୁ ରାଜ୍ୟ…

ନବୀନଙ୍କୁ କଡ୍ଡା କାଉଣ୍ଟର କଲେ ବାବୁ , ଲୋକହସା କଥା କହି…

ଭୁବନେଶ୍ୱର,୯।୨: ରାଜ୍ୟରେ କୃଷକଙ୍କ ସମସ୍ୟା ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ  ଚିଠି ଲେଖିଛନ୍ତି । ଏ ନେଇ ବାବୁ ସିଂ…

ତତ୍‌କ୍ଷଣାତ ୨୦ ସମସ୍ୟାର ସମାଧାନ କଲେ ଅତିରିକ୍ତ ଜିଲା ନିର୍ବାହୀ ଅଧିକାରୀ

ପୁରୁଷୋତ୍ତମପୁର,୯।୨ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ କେଏନପୁର ପଞ୍ଚାୟତରେ ଜନଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲା କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri