ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ମକ୍‌ଡ୍ରିଲ୍‌

ଢେଙ୍କାନାଳ ଅଫିସ, ୭।୧୨: ଢେଙ୍କାନାଳ ଜିଲା ନରେନ୍ଦ୍ରପୁରସ୍ଥିତ ଟାଟାଷ୍ଟିଲ୍‌ ମେରାମଣ୍ଡଳୀ ପକ୍ଷରୁ ମଙ୍ଗଳବାର ବିପଦପୂର୍ଣ୍ଣ ସମୟରେ ପ୍ରସ୍ତୁତି ଏବଂ ପରିବେଶ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଅନସାଇଡ୍‌ ଆପାତକାଳୀନ ମକଡ୍ରିଲ୍‌ ଅନୁଷ୍ଠିତ ହୋଇଯାଇଛି। ଜିଲା କ୍ରାଇସିସ୍‌ ମ୍ୟାନେଜମେଣ୍ଟ ଗ୍ରୁପ୍‌ର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ।
ଢେଙ୍କାନାଳ ଜୋନ୍‌ ଫ୍ୟାକ୍ଟ୍ରି ଆଣ୍ଡ୍‌ ବଏଲର୍ସ ବିଭାଗର ସହକାରୀ ନିର୍ଦ୍ଦେଶିକା ଇଂ. ପୁଷ୍ପମିତ୍ରା ଜେନା ସତର୍କତାମୂଳକ ପ୍ରଦର୍ଶନୀକୁ ପ୍ରଶଂସା କରିବା ସହ ଏଥିରେ ଅଧିକ ଉନ୍ନତି ଆଣିବା ଲାଗି ପରାମର୍ଶ ଦେଇଛନ୍ତି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଗୋଳ ଜୋନ୍‌ର ଆଞ୍ଚଳିକ ଅଧିକାରୀ ଡ. ଅନୁପ ମଲ୍ଲିକ ସମ୍ଭାବ୍ୟ ଆପାତକାଳୀନ ସମୟରେ ପ୍ରଭାବୀ ପଦକ୍ଷେପ ନେବାକୁ ଆହ୍ବାନ ଦେଇଛନ୍ତି। ଢେଙ୍କାନାଳ ସହକାରୀ ଅଗ୍ନିଶମ ଅଧିକାରୀ ସୁମନ୍ତ କୁମାର ଖମାରୀ, ନବ ଲିମିଟେଡ୍‌ ଏବଂ ଜିଏମ୍‌ଆର ଲିମିଟେଡ୍‌ର ପ୍ରତିନିଧିମାନେ ଏହି ମକ୍‌ଡ୍ରିଲ୍‌ରେ ଅଂଶଗ୍ରହଣ କରିଥିଲେ। କୋକ୍‌ ଓଭନର ଗ୍ୟାସ୍‌ ହୋଲ୍‌ଡର ଇନ୍‌ଲେଟ୍‌ ହେଡର ଫ୍ଲେଞ୍ଜ୍‌ରୁ ଗ୍ୟାସ୍‌ ନିର୍ଗମନଜନିତ ସାମ୍ଭାବ୍ୟ ବିପଦର ମୁକାବିଲା କରିବା ଲାଗି ଏହି ମକ୍‌ଡ୍ରିଲ୍‌ର ଆୟୋଜନ କରାଯାଇଥିଲା। ଗଠନ କରାଯାଇଥିବା ବିଭିନ୍ନ ଟିମ୍‌ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ। ଟାଟାଷ୍ଟିଲ୍‌ ମେରାମଣ୍ଡଳୀ କୋକ୍‌ ପ୍ଲାଣ୍ଟ ମୁଖ୍ୟ ବୀରେନ୍ଦ୍ର ସିଂ, କୋକ୍‌ ଓଭାନ ବିଭାଗ ପୁଷ୍ପେନ୍ଦ୍ର କୁମାର, କୋକ୍‌ ଓଭାନ-୨ ଏମ୍‌ଏଚ୍‌ଏସ୍‌ ଏବଂ ସିଡ୍‌କ୍ୟୁ ବିଭାଗ ମୁଖ୍ୟ ଅଜିତ୍‌ କୁମାର ସିଂ, ଆଇଏମ୍‌ ଇଲେକ୍ଟ୍ରିକାଲ ମେଣ୍ଟାନାନ୍ସ ବିଭାଗ ମୁଖ୍ୟ ଦୀପଙ୍କର ସେନ୍‌ଗୁପ୍ତା, ଆଇଏମ୍‌ ମେକାନିକାଲ ମେଣ୍ଟାନାନ୍ସ ବିଭାଗ ବରିଷ୍ଠ ପ୍ରବନ୍ଧକ ମଞ୍ଜୁନାଥ ଏମ୍‌. ଗୌଡ୍‌ର, କୋକ୍‌ ଓଭନ୍‌-୧ ଉପଉପତ୍ାଦ କାରଖାନା ବରିଷ୍ଠ ପ୍ରବନ୍ଧକ ବନ୍ଦେଶ କୁମାର ମହାନ୍ତି, ଏସ୍‌ଇପିର ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ। ନିରାପତ୍ତା ବିଭାଗ ମୁଖ୍ୟ ଅଗମ କୁମାର, ପ୍ରକ୍ରିୟାଗତ ନିରାପତ୍ତା ବିଭାଗ ମୁଖ୍ୟ କୁମାର ବରୁଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri