ଟୁଇଟ୍‌ କରି ଜଣାଇଲେ ମୁଖ୍ୟମନ୍ତ୍ରୀ: ଗଞ୍ଜାମରେ ସ୍ବାବ୍‌ ସଂଗ୍ରହ କରିବ ମୋବାଇଲ ଭ୍ୟାନ୍‌

ଛତ୍ରପୁର, ୧୧।୭(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲାରେ କରୋନା ପଜିଟିଭ ସଂଖ୍ୟା ବଢ଼ି ଚାଲିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ସୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲାକୁ ଭ୍ରାମ୍ୟମାଣ ସ୍ବାବ ସଂଗ୍ରହ ଭ୍ୟାନ ଆସିଛି। ଏହା ଓଡିଶାରେ ପ୍ରଥମ। ପ୍ରଥମେ ବ୍ରହ୍ମପୁର ମହାନଗର ନିଗମରେ ଏହି ଭ୍ୟାନ୍‌ ବୁଲି ସ୍ବାବ ସଂଗ୍ରହ କରିବ। ପରେ ଜ଼ିଲାର ଅନ୍ୟ ଅଞ୍ଚଳକୁ ମଧ୍ୟ ଯାଇ ସ୍ବାବ ସଂଗ୍ରହ କରିବ। ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗଞ୍ଜାମରେ କରୋନାର ପ୍ରତିରୋଧ ପାଇଁ ମୋବାଇଲ ସ୍ବାବ ସଂଗ୍ରହ ସେବା ଆରମ୍ଭ ହୋଇଛି। ଲୋକଙ୍କ ଘର ପାଖରେ ପହଞ୍ଚିବା ସହ ସ୍ବାବ ସଂଗ୍ରହ ପ୍ରକ୍ରିୟାକୁ ବ୍ୟାପକ କରିବା ପାଇଁ ରାଜ୍ୟ ସରକାର ନିଜ ଉଦ୍ୟମକୁ ଆହୁରି ଦୃଢ଼ କରୁଛନ୍ତି ବୋଲି ସେ କହିଛନ୍ତି।