ବିଏମ୍‌ସି ଉପରେ ‘ମୋ ଖତ’ ବୋଝ

ଭୁବନେଶ୍ୱର, ୧।୭ (ବନ୍ଦନା ସେଠୀ): ସହରରୁ ସଂଗୃହୀତ ଓଦା ଆବର୍ଜନାକୁ ପ୍ରକ୍ରିୟାକରଣ କରାଯାଇ ସେଥିରୁ ଖତ ପ୍ରସ୍ତୁତ କରାଯିବ। ସେହି ଖତକୁ ବିକ୍ରି କରାଯିବା ସହ ଏଥିରେ ନିୟୋଜିତ ଲୋକଙ୍କ ପାଇଁ ନୂଆ ରୋଜଗାର ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଥିଲେ ରାଜ୍ୟ ସରକାର। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସମେତ ରାଜ୍ୟର ବିଭିନ୍ନ ମହାନଗର ନିଗମକୁ ନିର୍ଦ୍ଦେଶ ଦିଆଯାଇଥିଲା। ୨୦୨୧ରୁ ବିଏମ୍‌ସି ପକ୍ଷରୁ ‘ଓ୍ବେଲ୍‌ଥ ଫ୍ରମ୍‌ ଓ୍ବେଷ୍ଟ’ ଯୋଜନା ଆରମ୍ଭ ହୋଇଥିଲା। ତେବେ ୩ବର୍ଷ ଭିତରେ ଏହି ଯୋଜନାର ଲକ୍ଷ୍ୟ ଏବେ ବିଫଳ ହୋଇଛି। ହାତୀଆଶୁଣୀଠାରେ ଥିବା ମୋ ଖତ ଗୋଦାମରେ ପ୍ରାୟ ୧ଶହ ଟନ୍‌ରୁ ଊର୍ଦ୍ଧ୍ୱ ଖତ ଗଦାହୋଇ ରହିଥିବାବେଳେ ଏମ୍‌ସିସି, ଏମ୍‌ଆର୍‌ଏଫ୍‌ ଏବଂ ମୋ ଖତ ସେଣ୍ଟରକୁ ମିଶାଇ ପ୍ରାୟ ୨ଶହ ଟନ୍‌ର ‘ମୋ ଖତ’ ବିକ୍ରି ନ ହୋଇ ପଡିରହିଛି। ଏପରିକି ଏହି ଯୋଜନାକୁ ଲୋକାଭିମୁଖୀ କରିବା ପାଇଁ ମୋ ଖତ ଦରକୁ ଖସାଇ କିଲୋପିଛା ୧୦ ଟଙ୍କା କରାଯାଇଥିଲେ ମଧ୍ୟ ଏହାକୁ କିଣିବାକୁ କେହି ରାଜି ହେଉନାହାନ୍ତି। ଫଳରେ ଏତେ ପରିମାଣର ମୋ ଖତକୁ କିଭଳି ବିକ୍ରି କରାଯିବ ସେନେଇ ବିଏମ୍‌ସିର ମୁଣ୍ଡବିନ୍ଧା ଆରମ୍ଭ ହୋଇଛି।
ଡୋର୍‌ ଟୁ ଡୋର୍‌ରୁ ସଂଗ୍ରହ ହେଉଥିବା ଆବର୍ଜନାକୁ ସହରର ୨୨ଟି ସ୍ଥାନରେ ଥିବା ୩୩ଟି ଏମ୍‌ସିସି (ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) ଓ ୨୬ଟି ଏମ୍‌ଆର୍‌ଏଫ୍‌କୁ (ମ୍ୟାରେଟରିଆଲ୍‌ ରିକଭର୍‌ ଫାସିଲିଟି)କୁ ନିଆଯାଉଛି। ସେଠାରେ ଓଦା ଓ ଶୁଖିଲାକୁ ପୃଥକ କରାଯିବା ପରେ ଓଦା ଆବର୍ଜନାକୁ ପ୍ରକ୍ରିୟାକରଣ କରାଯାଇ ସେଥିରୁ ମୋ ଖତ ପ୍ରସ୍ତୁତ ହେଉଛି। ଏମ୍‌ସିସିଗୁଡିକରେ ନିୟୋଜିତ ୬ଶହରୁ ଊର୍ଦ୍ଧ୍ୱ କର୍ମଚାରୀ ମୋ ଖତ ପ୍ରସ୍ତୁତିରେ ଲାଗିଛନ୍ତି। ଦୈନିକ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ କେ.ଜି. ଲେଖାଏ ମୋ ଖତ ବାହାରୁଥିବାବେଳେ ତାହା ସମ୍ପୃକ୍ତ ଏମ୍‌ସିସି, ଏମ୍‌ଆର୍‌ଏଫ୍‌ ଓ ଗୋଦାମରେ ଜମା କରି ରଖାଯାଉଛି। ପ୍ରଥମେ ମୋ ଖତ ୫ କେ.ଜି.କୁ ୧୨୫ ଟଙ୍କା ଅର୍ଥାତ୍‌ କେ.ଜି ପିଛା ୨୫ ଟଙ୍କା ଓ ୨୦ କେ.ଜି. ପାଇଁ ୪୪୫ଟଙ୍କା ଦର ଧାର୍ଯ୍ୟ କରାଯାଇଥିଲା। ୨୦୨୩ରେ ମୋ ଖତ ପ୍ରତି ଲୋକଙ୍କ ଗ୍ରହଣୀୟତା ବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ଏଥିରେ ରିହାତି କରାଯାଇଥିଲା। ଏବେ ମୋ ଖତର ଦାମ୍‌ କେ.ଜି. ପିଛା ମାତ୍ର ୧୦ଟଙ୍କା ରହିଛି। ହେଲେ ଯେଉଁ ଅନୁପାତରେ ମୋ ଖତ ଉତ୍ପାଦନ ହେଉଛି ତାହାର ବିକ୍ରି ହୋଇପାରୁ ନାହିଁ। ଲୋକେ କାହିଁକି ଏଥିପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ମୋ ଖତ ବୋଝ ବଢ଼ୁଥିବାରୁ ବିଏମ୍‌ସି ଏବେ ବିଭିନ୍ନ ବିଭାଗକୁ ଚିଠି କରି କିଣିବାକୁ ଅନୁରୋଧ କରିଛି। କୃଷି ଓ ଉଦ୍ୟାନ କୃଷି ବିଭାଗ ସମେତ ବିଭିନ୍ନ ଘରୋଇ ଏବଂ କର୍ପୋରେଟ ଅଫିସ୍‌କୁ ମଧ୍ୟ ଚିଠି ଲେଖାଯାଇଛି। ସେମାନଙ୍କର ଲନ୍‌, ଉଦ୍ୟାନ ଏବଂ ଅଫିସ୍‌ ପରିସରର ସୌନ୍ଦର୍ଯ୍ୟକରଣ ପାଇଁ ମୋ ଖତ କିଣିବାକୁ ପ୍ରସ୍ତାବ ଦିଆଯାଇଛି। ତେବେ ଅଧିକାଂଶ ସଂସ୍ଥା ଏନେଇ ଆଗ୍ରହ ପ୍ରକାଶ କରୁ ନ ଥିବାରୁ ବିଏମ୍‌ସିର ସ୍ବଚ୍ଛସାଥୀମାନଙ୍କୁ ମୋ ଖତ ବିକ୍ରି କରିବାର ଟାର୍ଗେଟ ଦିଆଯାଇଛି। ଲୋକଙ୍କ ପାଖକୁ ଯାଅ, ତାଙ୍କୁ ବୁଝାଶୁଝା କର ଏବଂ ଯଥାଶୀଘ୍ର ଖତ ବିକ୍ରି କରି ଗୋଦାମ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଧିକାରୀଙ୍କ ଏଭଳି ନିର୍ଦ୍ଦେଶ ପରେ କାହାକୁ କେମିତି ଖତ ବିକ୍ରି କରି ଟାର୍ଗେଟ ପୂରଣ କରିବେ ସେ ନେଇ ସ୍ବଚ୍ଛସାଥୀମାନେ ହରଡ଼ଘଣାରେ ପଡିଛନ୍ତି। ଅନ୍ୟପକ୍ଷରେ ମୋ ଖତ ବିକ୍ରି ପାଇଁ ରାଜମହଲଠାରେ ଏକମାତ୍ର ମୋ ଖତ ସେଣ୍ଟର ରହିଛି। ତେଣୁ ଆଖପାଖ ଲୋକଙ୍କ ବ୍ୟତୀତ ଅନ୍ୟମାନେ ସେଠାକୁ ଯାଇ ମୋ ଖତ କିଣିବାକୁ ରାଜି ହେଉ ନ ଥିବା କୁହାଯାଉଛି।
ବିଏମ୍‌ସିର ପରିମଳ ଡେପୁଟି କମିଶନର ଡ. ମନୋରଞ୍ଜନ ସାହୁ କହିଛନ୍ତି, ରାଜ୍ୟ ସରକାରଙ୍କ ଧାର୍ଯ୍ୟ ଦର ଅନୁଯାୟୀ ମୋ ଖତ ବିକ୍ରି କରାଯାଉଛି। ମୋ ଖତ କିଣିବାକୁ ବିଭିନ୍ନ ବିଭାଗକୁ ଚିଠି କରାଯାଇଥିବାବେଳେ ଉଦ୍ୟାନକୃଷି ବିଭାଗ ଆମକୁ ୨୦ଟନ୍‌ ଖତ ମାଗିଛନ୍ତି। ଅନ୍ୟ ବିଭାଗ ଏବଂ କାର୍ଯ୍ୟାଳୟରୁ ମଧ୍ୟ ଆମକୁ ପଜିଟିଭ୍‌ ରେସ୍‌ପନ୍ସ ଆସିବ ବୋଲି ଆଶା ରହିଛି। ମୋ ଖତ ବିକ୍ରି ପାଇଁ କୌଣସି ଟେଣ୍ଡର ହୋଇନାହିଁ କିମ୍ବା ହେବାର ସମ୍ଭାବନା କ୍ଷୀଣ। ଦୈନିକ ପ୍ରାୟ ଶହେରୁ ୨ଶହ କେ.ଜି. ମୋ ଖତ ବିକ୍ରି ହେଉଛି। ଏବେ ରାଜମହଲରେ ଥିବା ସେଣ୍ଟରରେ ମୋ ଖତ ବିକ୍ରି ହେଉଛି। ଏହାବାଦ୍‌ ପ୍ରତି ଏମ୍‌ସିସି ଏବଂ ଏମ୍‌ଆର୍‌ଏଫ୍‌ରୁ ମଧ୍ୟ ମୋ ଖତ କିଣିପାରିବେ। ସହରର ଆଉ ୨ଟି ଜାଗାରେ ମୋ ଖତ ବିକ୍ରୟ ସେଣ୍ଟର ଖୋଲିବା ନେଇ ପ୍ରସ୍ତାବ ରହିଛି ବୋଲି ଡ. ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri