ବିଏମ୍‌ସି ଉପରେ ‘ମୋ ଖତ’ ବୋଝ

ଭୁବନେଶ୍ୱର, ୧।୭ (ବନ୍ଦନା ସେଠୀ): ସହରରୁ ସଂଗୃହୀତ ଓଦା ଆବର୍ଜନାକୁ ପ୍ରକ୍ରିୟାକରଣ କରାଯାଇ ସେଥିରୁ ଖତ ପ୍ରସ୍ତୁତ କରାଯିବ। ସେହି ଖତକୁ ବିକ୍ରି କରାଯିବା ସହ ଏଥିରେ ନିୟୋଜିତ ଲୋକଙ୍କ ପାଇଁ ନୂଆ ରୋଜଗାର ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଥିଲେ ରାଜ୍ୟ ସରକାର। ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସମେତ ରାଜ୍ୟର ବିଭିନ୍ନ ମହାନଗର ନିଗମକୁ ନିର୍ଦ୍ଦେଶ ଦିଆଯାଇଥିଲା। ୨୦୨୧ରୁ ବିଏମ୍‌ସି ପକ୍ଷରୁ ‘ଓ୍ବେଲ୍‌ଥ ଫ୍ରମ୍‌ ଓ୍ବେଷ୍ଟ’ ଯୋଜନା ଆରମ୍ଭ ହୋଇଥିଲା। ତେବେ ୩ବର୍ଷ ଭିତରେ ଏହି ଯୋଜନାର ଲକ୍ଷ୍ୟ ଏବେ ବିଫଳ ହୋଇଛି। ହାତୀଆଶୁଣୀଠାରେ ଥିବା ମୋ ଖତ ଗୋଦାମରେ ପ୍ରାୟ ୧ଶହ ଟନ୍‌ରୁ ଊର୍ଦ୍ଧ୍ୱ ଖତ ଗଦାହୋଇ ରହିଥିବାବେଳେ ଏମ୍‌ସିସି, ଏମ୍‌ଆର୍‌ଏଫ୍‌ ଏବଂ ମୋ ଖତ ସେଣ୍ଟରକୁ ମିଶାଇ ପ୍ରାୟ ୨ଶହ ଟନ୍‌ର ‘ମୋ ଖତ’ ବିକ୍ରି ନ ହୋଇ ପଡିରହିଛି। ଏପରିକି ଏହି ଯୋଜନାକୁ ଲୋକାଭିମୁଖୀ କରିବା ପାଇଁ ମୋ ଖତ ଦରକୁ ଖସାଇ କିଲୋପିଛା ୧୦ ଟଙ୍କା କରାଯାଇଥିଲେ ମଧ୍ୟ ଏହାକୁ କିଣିବାକୁ କେହି ରାଜି ହେଉନାହାନ୍ତି। ଫଳରେ ଏତେ ପରିମାଣର ମୋ ଖତକୁ କିଭଳି ବିକ୍ରି କରାଯିବ ସେନେଇ ବିଏମ୍‌ସିର ମୁଣ୍ଡବିନ୍ଧା ଆରମ୍ଭ ହୋଇଛି।
ଡୋର୍‌ ଟୁ ଡୋର୍‌ରୁ ସଂଗ୍ରହ ହେଉଥିବା ଆବର୍ଜନାକୁ ସହରର ୨୨ଟି ସ୍ଥାନରେ ଥିବା ୩୩ଟି ଏମ୍‌ସିସି (ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) ଓ ୨୬ଟି ଏମ୍‌ଆର୍‌ଏଫ୍‌କୁ (ମ୍ୟାରେଟରିଆଲ୍‌ ରିକଭର୍‌ ଫାସିଲିଟି)କୁ ନିଆଯାଉଛି। ସେଠାରେ ଓଦା ଓ ଶୁଖିଲାକୁ ପୃଥକ କରାଯିବା ପରେ ଓଦା ଆବର୍ଜନାକୁ ପ୍ରକ୍ରିୟାକରଣ କରାଯାଇ ସେଥିରୁ ମୋ ଖତ ପ୍ରସ୍ତୁତ ହେଉଛି। ଏମ୍‌ସିସିଗୁଡିକରେ ନିୟୋଜିତ ୬ଶହରୁ ଊର୍ଦ୍ଧ୍ୱ କର୍ମଚାରୀ ମୋ ଖତ ପ୍ରସ୍ତୁତିରେ ଲାଗିଛନ୍ତି। ଦୈନିକ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ କେ.ଜି. ଲେଖାଏ ମୋ ଖତ ବାହାରୁଥିବାବେଳେ ତାହା ସମ୍ପୃକ୍ତ ଏମ୍‌ସିସି, ଏମ୍‌ଆର୍‌ଏଫ୍‌ ଓ ଗୋଦାମରେ ଜମା କରି ରଖାଯାଉଛି। ପ୍ରଥମେ ମୋ ଖତ ୫ କେ.ଜି.କୁ ୧୨୫ ଟଙ୍କା ଅର୍ଥାତ୍‌ କେ.ଜି ପିଛା ୨୫ ଟଙ୍କା ଓ ୨୦ କେ.ଜି. ପାଇଁ ୪୪୫ଟଙ୍କା ଦର ଧାର୍ଯ୍ୟ କରାଯାଇଥିଲା। ୨୦୨୩ରେ ମୋ ଖତ ପ୍ରତି ଲୋକଙ୍କ ଗ୍ରହଣୀୟତା ବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ଏଥିରେ ରିହାତି କରାଯାଇଥିଲା। ଏବେ ମୋ ଖତର ଦାମ୍‌ କେ.ଜି. ପିଛା ମାତ୍ର ୧୦ଟଙ୍କା ରହିଛି। ହେଲେ ଯେଉଁ ଅନୁପାତରେ ମୋ ଖତ ଉତ୍ପାଦନ ହେଉଛି ତାହାର ବିକ୍ରି ହୋଇପାରୁ ନାହିଁ। ଲୋକେ କାହିଁକି ଏଥିପ୍ରତି ଆଗ୍ରହ ପ୍ରକାଶ କରୁନାହାନ୍ତି ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ମୋ ଖତ ବୋଝ ବଢ଼ୁଥିବାରୁ ବିଏମ୍‌ସି ଏବେ ବିଭିନ୍ନ ବିଭାଗକୁ ଚିଠି କରି କିଣିବାକୁ ଅନୁରୋଧ କରିଛି। କୃଷି ଓ ଉଦ୍ୟାନ କୃଷି ବିଭାଗ ସମେତ ବିଭିନ୍ନ ଘରୋଇ ଏବଂ କର୍ପୋରେଟ ଅଫିସ୍‌କୁ ମଧ୍ୟ ଚିଠି ଲେଖାଯାଇଛି। ସେମାନଙ୍କର ଲନ୍‌, ଉଦ୍ୟାନ ଏବଂ ଅଫିସ୍‌ ପରିସରର ସୌନ୍ଦର୍ଯ୍ୟକରଣ ପାଇଁ ମୋ ଖତ କିଣିବାକୁ ପ୍ରସ୍ତାବ ଦିଆଯାଇଛି। ତେବେ ଅଧିକାଂଶ ସଂସ୍ଥା ଏନେଇ ଆଗ୍ରହ ପ୍ରକାଶ କରୁ ନ ଥିବାରୁ ବିଏମ୍‌ସିର ସ୍ବଚ୍ଛସାଥୀମାନଙ୍କୁ ମୋ ଖତ ବିକ୍ରି କରିବାର ଟାର୍ଗେଟ ଦିଆଯାଇଛି। ଲୋକଙ୍କ ପାଖକୁ ଯାଅ, ତାଙ୍କୁ ବୁଝାଶୁଝା କର ଏବଂ ଯଥାଶୀଘ୍ର ଖତ ବିକ୍ରି କରି ଗୋଦାମ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଧିକାରୀଙ୍କ ଏଭଳି ନିର୍ଦ୍ଦେଶ ପରେ କାହାକୁ କେମିତି ଖତ ବିକ୍ରି କରି ଟାର୍ଗେଟ ପୂରଣ କରିବେ ସେ ନେଇ ସ୍ବଚ୍ଛସାଥୀମାନେ ହରଡ଼ଘଣାରେ ପଡିଛନ୍ତି। ଅନ୍ୟପକ୍ଷରେ ମୋ ଖତ ବିକ୍ରି ପାଇଁ ରାଜମହଲଠାରେ ଏକମାତ୍ର ମୋ ଖତ ସେଣ୍ଟର ରହିଛି। ତେଣୁ ଆଖପାଖ ଲୋକଙ୍କ ବ୍ୟତୀତ ଅନ୍ୟମାନେ ସେଠାକୁ ଯାଇ ମୋ ଖତ କିଣିବାକୁ ରାଜି ହେଉ ନ ଥିବା କୁହାଯାଉଛି।
ବିଏମ୍‌ସିର ପରିମଳ ଡେପୁଟି କମିଶନର ଡ. ମନୋରଞ୍ଜନ ସାହୁ କହିଛନ୍ତି, ରାଜ୍ୟ ସରକାରଙ୍କ ଧାର୍ଯ୍ୟ ଦର ଅନୁଯାୟୀ ମୋ ଖତ ବିକ୍ରି କରାଯାଉଛି। ମୋ ଖତ କିଣିବାକୁ ବିଭିନ୍ନ ବିଭାଗକୁ ଚିଠି କରାଯାଇଥିବାବେଳେ ଉଦ୍ୟାନକୃଷି ବିଭାଗ ଆମକୁ ୨୦ଟନ୍‌ ଖତ ମାଗିଛନ୍ତି। ଅନ୍ୟ ବିଭାଗ ଏବଂ କାର୍ଯ୍ୟାଳୟରୁ ମଧ୍ୟ ଆମକୁ ପଜିଟିଭ୍‌ ରେସ୍‌ପନ୍ସ ଆସିବ ବୋଲି ଆଶା ରହିଛି। ମୋ ଖତ ବିକ୍ରି ପାଇଁ କୌଣସି ଟେଣ୍ଡର ହୋଇନାହିଁ କିମ୍ବା ହେବାର ସମ୍ଭାବନା କ୍ଷୀଣ। ଦୈନିକ ପ୍ରାୟ ଶହେରୁ ୨ଶହ କେ.ଜି. ମୋ ଖତ ବିକ୍ରି ହେଉଛି। ଏବେ ରାଜମହଲରେ ଥିବା ସେଣ୍ଟରରେ ମୋ ଖତ ବିକ୍ରି ହେଉଛି। ଏହାବାଦ୍‌ ପ୍ରତି ଏମ୍‌ସିସି ଏବଂ ଏମ୍‌ଆର୍‌ଏଫ୍‌ରୁ ମଧ୍ୟ ମୋ ଖତ କିଣିପାରିବେ। ସହରର ଆଉ ୨ଟି ଜାଗାରେ ମୋ ଖତ ବିକ୍ରୟ ସେଣ୍ଟର ଖୋଲିବା ନେଇ ପ୍ରସ୍ତାବ ରହିଛି ବୋଲି ଡ. ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ପ୍ରଥମେ କାଟିଲେ, ପରେ ଯୋଡ଼ିଲେ

ଭବାନୀପାଟଣା,୧୦ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ହୋଇଥିଲା। ଏଥିରେ ବିଭିନ୍ନ ସଂଗଠନ ଯଥା ଅଖିଳ ଭାରତୀୟ…

ମାନସିକ ଅନଗ୍ରସରଙ୍କ ଅଧିକାର: ସେମାନଙ୍କ ପାଇଁ ମୁକ୍ତ ଆଇନ ସହାୟତା

ଦିଗପହଣ୍ଡି, ୧୦|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶନିବାର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ବିଜେଡି ସମର୍ଥିତ ଛାତ୍ରନେତାଙ୍କ ନାମାଙ୍କନ ନାକଚକୁ ନେଇ ଥାନାର ଦ୍ୱାରସ୍ଥ ହେଲା ବିଜେଡି

କେସିଙ୍ଗା, ୧୦/୧୦ (ତୁମେଶ୍ୱର ସାହୁ): ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଗତକାଲି ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ଏହି କ୍ରମରେ କଳାହାଣ୍ଡି ଜିଲାର…

ପାଇଲଟ ସ୍ମିତ୍‌ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍‌ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?