ଘର ଫାଟକରେ ନାଲି ବୋତଲ

ଭୁବନେଶ୍ୱର,୧।୭(ସୂର୍ଯ୍ୟକାନ୍ତ ବେହେରା): ବିଜ୍ଞାନ ଯୁଗରେ ବି ବହୁ ଅନ୍ଧବିଶ୍ୱାସକୁ ଲୋକେ ବିଶ୍ୱାସ କରି ନେଉଛନ୍ତି ବା ମାନି ଆସୁଛନ୍ତି। ବହୁ ଅନ୍ଧବିଶ୍ୱାସ ବି ବିଜ୍ଞାନ ସମ୍ମତ ଭାବେ ପ୍ରମାଣିତ ହେବା ସହ ପରୋକ୍ଷରେ ମାନବ ଜାତିର କାମରେ ଆସୁଛି। ବିଶେଷକରି ଗ୍ରାମାଞ୍ଚଳ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅଧିକାଂଶ ଲୋକ ପୁରୁଣା ପ୍ରଥା, ବିଶ୍ୱାସକୁ ଜାବୁଡ଼ି ଧରିଛନ୍ତି। ହେଲେ ରାଜଧାନୀ ଭୁବନେଶ୍ୱର ଭଳି ସହରରେ କିଛି କିଛି ଘଟଣାକୁ ନେଇ ମନରେ ନାନା ପ୍ରଶ୍ନ ଉଠୁଛି। ଦୋକାନ ବଜାର ହେଉକି ଲୋକଙ୍କ ଘର ଆଗରେ ନାଲି ପାଣି ବୋତଲ ରହୁଥିବା ବା ଟଙ୍ଗା ହେଉଥିବା ଦେଖିବାକୁ ମିଳୁଛି। ବିଶେଷକରି ରାତି ସମୟରେ ଏହା ଅଧିକ ନଜରକୁ ଆସୁଛି। ତେବେ ଏହା ପଛର କାରଣ ବା ରହସ୍ୟ ଜାଣିବାକୁ ଆମେ ଚେଷ୍ଟା କରିଥିଲୁ।
ବିଜ୍ଞାନ ସମ୍ମତ କୌଣସି ପ୍ରମାଣ ନ ଥିଲେ ମଧ୍ୟ ନାଲି ବୋତଲ ଦେଖିଲେ କୁକୁର ସେହି ସ୍ଥାନ ମାଡ଼ନ୍ତି ନାହିଁ କି ଗାଈଗୋରୁ ଭଳି ବୁଲା ଜୀବଜନ୍ତୁ ଅଳିଆ ଆବର୍ଜନା କରନ୍ତି ନାହିଁ ବୋଲି କେତେଜଣ କହିଛନ୍ତି। ଆଉ ଏହାକୁ ସହରରେ ରହୁଥିବା ବହୁ ଶିକ୍ଷତ ଲୋକ ମଧ୍ୟ ବହୁତ ବିଶ୍ୱାସର ସହ ନେଉଥିବା ଦେଖାଯାଉଛି। ଭୁବନେଶ୍ୱରରେ ରହୁଥିବା ଲୋଲକାତାର ଜଣେ ମହିଳା କହିଛନ୍ତି, ପଶ୍ଚିମବଙ୍ଗରେ ଆମେ ଏହାକୁ ଅଧିକ ବିଶ୍ୱାସ କରୁ। ଭୁବନେଶ୍ୱରରେ ମଧ୍ୟ ନାଲି ପାଣି ବୋତଲ ଘର ଆଗରେ ରହୁଥିବା ଦେଖୁଛି। କିନ୍ତୁ ନୟାପଲ୍ଲୀ ଅଞ୍ଚଳରେ ଘର ଫାଟକରେ ନାଲି ବୋତଲ ଟଙ୍ଗା ଯାଇଥିବା କୋଠାରେ ରହୁଥିବା ଭଡାଟିଆମାନେ କହିଛନ୍ତି, ଏହାଦ୍ୱାରା କିଛି ପ୍ରଭାବ ପଡୁନାହିଁ। କୁକୁରମାନେ ଘର ଫାଟକକୁ ଆସିବା ସହ ଝାଡ଼ାପରିସ୍ରା କରି ପଳାଉଛନ୍ତି। କିନ୍ତୁ ଲୋକେ କାହିଁକି କେଜାଣି ଅନ୍ଧବିଶ୍ୱାସକୁ ଆଦରି ନେଇଛନ୍ତି ତାହା ବୁଝାପଡୁନାହିଁ। ବୋତଲରେ ନାଲି ପାଣି ରଖିବା ଦ୍ୱାରା ବୁଲା ପ୍ରାଣୀ ଆଉ ଅଳିଆ କରିବେନି କି ଏଥିରେ ପରିସ୍ରା କରିବେ ନାହିଁ ବୋଲି ଲୋକେ ଯେଉଁ ବିଶ୍ୱାସ କରୁଛନ୍ତି ତାହା ଠିକ୍‌ ନୁହେଁ ବୋଲି ଅନ୍ୟ କେତେଜଣ କହିଛନ୍ତି।
ଆଦୌ ଠିକ୍‌ ନୁହେଁ, ଏହା ଅଶୁଭର ଲକ୍ଷଣ
ଘର ଆଗରେ ବୋତଲ ଟଙ୍ଗାଇବା ଗୋଟେ ଅନ୍ଧ ବିଶ୍ୱାସ। କାହା ସହିତ କୌଣସି ବନ୍ୟଜନ୍ତୁ ଆସିବା ନ ଆସିବାର କୌଣସି ସମ୍ପର୍କ ନାହିଁ। ଏହି ପନ୍ଥାକୁ ଆପଣାଇବା ଆଦୌ ଉଚିତ ନୁହେଁ। ନିର୍ଦ୍ଦିଷ୍ଟ ମାନସିକତାର କେତେଜଣ ବ୍ୟକ୍ତି ଏହାର ପ୍ରଚାର କରି ଅନ୍ଧବିଶ୍ୱାସକୁ ବୃଦ୍ଧି କରୁଛନ୍ତି। ତେଣୁ ଏଥିରୁ ଦୂରେଇ ରହିଲେ ଭଲ ହେବ। ଏହାସହ ଘର ଆଗରେ ଲାଲ ରଙ୍ଗର ଜିନିଷ ଟଙ୍ଗାଇବା ଗୃହ ପାଇଁ ଅଶୁଭ।
-ମନୋଜ କୁମାର ଲେଙ୍କା,
ଅନ୍ତର୍ଜାତୀୟ ଜ୍ୟୋତିର୍ବିଦ୍‌ ଓ ବାସ୍ତୁବିଦ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri