Posted inଜାତୀୟ

ଔରଙ୍ଗାବାଦରେ ଗର୍ଜିବେ ରାଜ ଠାକରେ, ୧୬ ସର୍ତ୍ତ ସହ ରାଜ୍ୟ ସରକାର ରାଲି ପାଇଁ ଦେଇଛନ୍ତି ଅନୁମତି

ମୁମ୍ବାଇ,୧ ।୫: ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମଏନ୍‌ଏସ୍‌)ର ଅଧ୍ୟକ୍ଷ ରାଜ ଠାକରେ ରବିବାର ସନ୍ଧ୍ୟାରେ ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲାରେ ଏକ ଜନସଭାକୁ ସମ୍ବୋଧନ କରିବେ । ପ୍ରାୟ ଏକ ସପ୍ତାହ ପୂର୍ବରୁ ରାଜ ଠାକରେ ପୁଣେରୁ ଏହି ସଭା ସମ୍ପର୍କରେ ଘୋଷଣା କରିଥିଲେ ସେତେବେଳଠାରୁ ମହାରାଷ୍ଟ୍ର ରାଜନୀତିରେ ଆଲୋଚନା ଆରମ୍ଭ ହୋଇଯାଇଛି । ଆହୁରି ମଧ୍ୟ ଶୁକ୍ରବାର ପର୍ଯ୍ୟନ୍ତ ରାଜ ଠାକରେଙ୍କ ରାଲିକୁ ଔରଙ୍ଗାବାଦ ଜିଲା ପ୍ରଶାସନ ଅନୁମତି ଦେବ କି ନା ସେ ନେଇ ପ୍ରଶ୍ନ ଉଙ୍କି ମାରୁଥିଲା । ହେଲେ ଶୁକ୍ରବାର ଦ୍ୱିପ୍ରହର ପରେ ରାଜ ଠାକରେଙ୍କ ରାଲିକୁ ଅନୁମତି ମିଳିଗଲା ।
ଏହି ରାଲିକୁ ସଫଳ କରିବା ପାଇଁ ଏମଏନଏସ୍ କର୍ମୀ ଓ ମୁଖ୍ୟ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ଏବେ ମହାରାଷ୍ଟ୍ରରେ ଚର୍ଚ୍ଚା ହେଉଛିକି ରାଜ ଠାକରେ ଏହି ରାଲିରେ କେଉଁ ବିଷୟକୁ ଉଠାଇବେ । ରାଜ ଠାକରେ ଶନିବାରଠାରୁ ପୁଣେରୁ ଔରଙ୍ଗାବାଦ ପହଞ୍ଚି ଯାଇଛନ୍ତି । ତେବେ ଔରଙ୍ଗାବାଦରେ ରାଲି ପାଇଁ ୧୬ ସର୍ତ୍ତ ସହ ଅନୁମତି ମିଳିଛି । ଯେମିତିକି ପୋଲିସ ସଫା ସଫା କହିଛି ରାଲିରେ ସାମିଲ ହେଉଥିବା ସମସ୍ତ ଲୋକେ କିଛି ବି ଆପତ୍ତିଜନକ ଅବା କାହା ଆତ୍ମାକୁ ଆଘାତ ଦେଲାଭଳି ଟିପ୍ପଣି ଦେବେ ନାହିଁ । ଏମିତି କିଛି ସର୍ତ୍ତକୁ ନେଇ ରାଜ ଠାକରେ ରାଲି କରିବାକୁ ଯାଉଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri