ଅଧିକାରୀଙ୍କ ଅନୁପସ୍ଥିତି ଯୋଗୁ ବିଧାୟକଙ୍କ କ୍ଷୋଭ

ତୁମୁଡିବନ୍ଧ,୧୧ା୩: ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଶୁକ୍ରବାର ୪ତମ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକକୁ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ମାଝି ସଭାପତିତ୍ୱ କରିଥିଲେ। ବୈଠକରେ ବାଲିଗୁଡ଼ା ବିଧାୟକ ଚକ୍ରମଣି କଁହର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ସଭାପତି ମାଝି ଉପସ୍ଥିତ ଜନ ପ୍ରତିନିଧିମାନଙ୍କୁ ସ୍ବାଗତ ଭାଷଣ ଦେଇଥିଲେ। ବିଧାୟକ କଁହର ତାଙ୍କ ଅଭିଭାଷଣରେ ସମସ୍ତଙ୍କୁ ସ୍ବାଗତ କରିବା ସହିତ ବିରକ୍ତ ପ୍ରକାଶ କରିଥିଲେ। କାରଣ ବିଭାଗର ଅଧିକାରୀମାନେ ବୈଠକରେ ଯୋଗ ନଦେଇ ତାଙ୍କ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଏ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଥିଲା। କାର୍ଯ୍ୟସୂଚୀ ପ୍ରକାରେ ୧୧ ବିଷୟରେ ଆଲୋଚନା ହୋଇଥିଲା। ପ୍ରଥମେ ଜଙ୍ଗଲ ବିଭାଗ ଉପରେ ଆଲୋଚନା କରି ଜଙ୍ଗଲକୁ ନିଆଁ ନ ଲଗାଇବା ସେଥିପ୍ରତି ଜନ ସଚେତନତା ସୃଷ୍ଟି କରିବା ସହିତ ଜନ ପ୍ରତିନିଧି ମାନଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ ବିଭାଗୀୟ ଅଧିକାରୀ। ମୃତ୍ତିକା ସଂରକ୍ଷଣ ବିଭାଗ ସମ୍ବନ୍ଧରେ ଆଲୋଚନା ବେଳେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଚାଲିଥିବା କୃଷି ଭିତ୍ତିକ ବନ୍ଧ ଖନନ କାର୍ଯ୍ୟ ମେଶିନରେ କରାଯାଉଥିବା ଅଭିଯୋଗ କରି ବୈଠକରେ ପ୍ରକାଶ ପାଇଥିଲା। କୃଷି ବିଭାଗ ଉପରେ ଆଲୋଚନା କରି ସରକାର ଚାଷୀଙ୍କ ପାଇଁ ବିଭିନ୍ନ ଯୋଜନା ବାବଦରେ ଜଣାଯାଇଥିଲା। ପ୍ରାଥମିକ ଶିକ୍ଷା ଓ ମଧ୍ୟାହ୍ନ ଭୋଜନ ଉପରେ ଆଲୋଚନା ବେଳେ ବିଭାଗୀୟ ଅଧିକାରୀ ଅନୁପସ୍ଥିତ ଥିବାନେଇ ରେଜୁଲେଶନ ବହିରେ ପ୍ରୋସିଡିଂ କରିବା ଗୃହରେ ନିଷ୍ପତ୍ତି ନିଆଯାଇଛି। ମହିଳା ଓ ଶିଶୁ ବିକାଶ ଯୋଜନା ଉପରେ ଆଲୋଚନା କରି ଅଧିକାଂଶ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହୁଥିବା କହିଛନ୍ତି ଉପାଧ୍ୟକ୍ଷ ସନ୍ତୋଷ କୁମାର ସାହୁ। ସେହିପରି ଆଗକୁ ଖରାଦିନ ଆସୁଛି, ପାନୀୟ ଜଳ ଯୋଗାଣ ବାବଦରେ ସମସ୍ତ ପ୍ରକାର ପ୍ରସ୍ତୁତି କରି ରହିବା ପାଇଁ ମତ ପ୍ରକାଶ ପାଇଛି। ଖରା ଦିନରେ ଅଂଶୁଘାତ ପାଇଁ ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଅନ୍ୟାନ୍ୟ ବିଭାଗ ଉପରେ ଆଲୋଚନା କରାଯାଇଥିଲା। ବୈଠକରେ ଜିଲା ପରିଷଦ ସଭ୍ୟ ନବୀନ ପାତ୍ର, ଏମ୍‌ପି ପ୍ରତିନିଧି ପ୍ରମୋଦ କୁମାର ସାହୁ, ଉପାଧ୍ୟକ୍ଷ ସନ୍ତୋଷ କୁମାର ସାହୁ, ତୁମୁଡିବନ୍ଧ ତହସିଲଦାର ବନ ବିହାରୀ ହରପାଲ, ତୁମୁଡିବନ୍ଧ ବ୍ଲକ ବିଡିଓ ଦାୟିତ୍ୱରେ ରହିଥିବା ଏବିଡିଓ ଗୋବିନ୍ଦ ଚନ୍ଦ୍ର ଦାସ, ସମସ୍ତ ସରପଞ୍ଚ, ସମିତି ସଭ୍ୟା/ସଭ୍ୟ ଓ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ। ଶେଷରେ ଏବିଡିଓ ଦାସ ସମସ୍ତଙ୍କୁ ଧନ୍ୟବାଦ ଦେଇ ବୈଠକ ଶେଷ କରିଥିଲେ। ଶେଷରେ ବିଧାୟକଙ୍କ ଦ୍ୱାରା ତୁମୁଡିବନ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଳାକାର ଭତ୍ତା ବଣ୍ଟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri