ଧୁମ୍‌ଧାମ୍‌ରେ ପାଳନ ହେବ ପ୍ରସିଦ୍ଧ କୁଲାଡ ରଥଯାତ୍ରା

ଭଞ୍ଜନଗର,୧୨।୬(ବାବୁଲା ପ୍ରଧାନ)- ଘୁମୁସରର ରାଜା ଭଞ୍ଜ ରାଜବଂଶ ପକ୍ଷରୁ ଗଞ୍ଜାମ ଜିଲା କୁଲାଡରେ ରାଜଧାନୀ ପ୍ରତିଷ୍ଠା ହୋଇଥିଲା। ସେହି ସମୟରେ ଭଞ୍ଜ ରାଜବଂଶ ପକ୍ଷରୁ କୁଲାଡରେ ଅନେକ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ସେଥିମଧ୍ୟରୁ ଶ୍ରୀ ଜଗନ୍ନାଥ ମନ୍ଦିର ଅନ୍ୟତମ। କୁଲାଡରେ ସ୍ଥାପିତ ମନ୍ଦିରଗୁଡ଼ିକର ପରିଚାଳନା ପାଇଁ ରାଜବଂଶ ପକ୍ଷରୁ ହଜାର ହଜାର ଭରଣ ଜମି ଦାନ ସହ ବିପୁଳ ପରିମାଣର ସୁନା, ରୂପା ଅଳଙ୍କାର ମଧ୍ୟ ଦାନ କରାଯାଇଥିଲା। କୁଲାଡ ରଥଯାତ୍ରା ହେଉଛି ଇତିହାସ ପ୍ରସିଦ୍ଧ। ରଥଯାତ୍ରାରେ ଜିଲା ଏବଂ ଜିଲା ବାହାରୁ ହଜାରହଜାର ଶ୍ରଦ୍ଧାଳୁ ଯୋଗ ଦେଇଥାନ୍ତି।

ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ ପକ୍ଷରୁ ମନ୍ଦିର ପରିଚାଳନା ଦାୟିତ୍ୱ ନିଆଯାଇଛି। ତେଣୁ ଉପ ଜିଲାପାଳଙ୍କ ହାତରେ ମନ୍ଦିର ପରିଚାଳନା ଦାୟିତ୍ୱ। କିନ୍ତୁ ଆଜକୁ ବହୁ ବର୍ଷ ହେବ ମନ୍ଦିର ଜମି ଚାଷ କରୁଥିବା ବହୁ ଚାଷୀ ମନ୍ଦିରକୁ ଖଜଣା ଦେଉ ନାହାନ୍ତି। ଏଥିସହ ବହୁ ବର୍ଷ ତଳେ ମନ୍ଦିରର ସୁନା, ରୂପା ଅଳଙ୍କାର ସବୁ ଚୋରୀ ହୋଇଯାଇଥିଲା । ଆଜି ପର୍ଯ୍ୟନ୍ତ ଉକ୍ତ ଚୋରୀ ସୁନାର କୌଣସି ପତ୍ତା ମିଳୁନାହିଁ।
ତେଣୁ ମନ୍ଦିର ପରିଚାଳନାରେ ବହୁ ଅସୁବିଧା ହେଉଛି।

ଏପରକି ମନ୍ଦିର ପୂଜକଙ୍କୁ ମଧ୍ୟ ପାରିଶ୍ରମିକ ଦିଆଯାଇ ପାରୁନାହିଁ। ମନ୍ଦିରର ଅନେକ ପର୍ବ ପର୍ବାଣୀ ଅର୍ଥ ଅଭାବ ଯୋଗୁ ଆଉ ଠିକ ଭାବେ ପାଳନ ହୋଇପାରୁନାହିଁ। ବର୍ତ୍ତମାନ ରାଜସ୍ବ ବିଭାଗ ରେକର୍ଡରେ ୯୩୫ ଭରଣ ବା ୧୮୭ ଏକର ଜମି ଅଛି। ଆହୁରି ଅନେକ ଜମି ବହୁ ବର୍ଷ ପୂର୍ବେ ବିଭିନ୍ନ ଉପାୟରେ ଲୋକେ ନିଜ ନାମରେ କରିନେଲେଣି। ବର୍ତ୍ତମାନ ୧୮୭ ଏକର ଜମିରୁ ମାତ୍ର ୩୦ ଏକର ଜମିରୁ ଖଜଣା ଆଦାୟ ହେଉଛି। ବଳକା ଜମିର ଖଜଣା ଆଦାୟ ହୋଇପାରୁ ନାହିଁ। ଚାଷୀମାନେ ଜବରଦଖଲ କରି ରଖିଛନ୍ତି।

ଏହିଭଳି ପରିସ୍ଥିତିରେ ଚଳିତ ବର୍ଷ ରଥଯାତ୍ରାକୁ ଧୁମଧାମରେ ପାଳନ କରିବା ପାଇଁ ନବ ନିର୍ବାଚିତ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ନିଷ୍ପତ୍ତି ନେଇଛନ୍ତି। ବିଧାୟକଙ୍କ ନେତୃତ୍ୱରେ ଗୁରୁବାର ସନ୍ଧ୍ୟାରେ ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା।

ଏଥିରେ ଉପ ଜିଲାପାଳ ଉମାଶଙ୍କର ବେହେରା ଅଧ୍ୟକ୍ଷତା କରି ବିଗତ ଦିନରେ ଯାତ୍ରା କିଭଳି ପାଳନ ହେଉଥିଲା ଏବଂ ଚଳିତ ବର୍ଷ କିଭଳି ଯାତ୍ରା ହେବ ସେନେଇ କହିଥିଲେ। ତହସିଲଦାର ଅଭିଷ୍ପା ପଟ୍ଟନାୟକ ପ୍ରାରମ୍ଭିକ ସୂଚନା ଦେଇଥିଲେ। ଆଲୋଚନାରେ ଭାଗ ନେଇ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ କହିଥିଲେ,ଯେ ଚଳିତ ବର୍ଷ ଯାତ୍ରାକୁ ଧୁମଧାମରେ ପାଳନ କରାଯିବ। ଏଥିପାଇଁ ସିଂହଭାଗ ଖର୍ଚ୍ଚ ନିଜେ ବହନ କରିବି ବୋଲି ବୈଠକରେ ଘୋଷଣା କରିଥିଲେ।

ଏଥିସହ ମନ୍ଦିରର ଦୈନନ୍ଦିନ ପରିଚାଳନା ଓ ଆଗାମୀ ପର୍ବ ପର୍ବାଣୀ ଗୁଡିକ ମଧ୍ୟ କିଭଳି ଭଲ ଭାବରେ ପାଳନ ହେବ ସେଥିପାଇଁ ସ୍ଥାୟୀ ପନ୍ଥା ବାହାର କରାଯାଇଛି। ଯାତ୍ରା ପରେ ଏକ ସ୍ବତନ୍ତ୍ର ବୈଠକ କରାଯିବ ବୋଲି ବିଧାୟକ ନାୟକ ବୈଠକରେ କହିଥିଲେ। ଫଳରେ ଚଳିତ ରଥ ଯାତ୍ରାର ଖର୍ଚ୍ଚ କିଭଳି ଭରଣ ହେବ ତାକୁ ନେଇ ବୈଠକରେ ଚିନ୍ତାରେ ଥିବା କର୍ମଚାରୀ ଏବଂ ଭକ୍ତଙ୍କ ମନରେ ଖୁସି ଭରିଯାଇଥିଲା।

ଏଥିସହ ଚଳିତ ବର୍ଷ ଯାତ୍ରାକୁ ଆସିବାକୁ ଥିବା ଭକ୍ତଙ୍କ ସୁରକ୍ଷା, ପାନୀୟଜଳ ବ୍ୟବସ୍ଥା ପ୍ରମୁଖ ବିଷୟରେ ଆଲୋଚନା ହୋଇଥିଲା। ଚଳିତ ବର୍ଷ ଯାତ୍ରାରେ ୫୦ ହଜାରରୁ ଊଦ୍ଦର୍‌ବ ଭକ୍ତ ଯୋଗଦେବାର ସମ୍ଭାବନା ରହିଛି। ତେଣୁ ଏହାକୁ ଆଖି ଆଗରେ ରଖି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା।

କୁଲାଡ ରାଜସ୍ବ ନିରୀକ୍ଷକ ଭଗବାନ ବେହେରା ଆୟବ୍ୟୟ ହିସାବ ଉପସ୍ଥାପନ କରିଥିଲେ। ଅତିରିକ୍ତ ତହସିଲଦାର ଅବିନାଶ ମହାର ଧନ୍ୟବାଦ ପ୍ରଦାନ କରିଥିଲେ। ବୈଠକରେ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ନାୟକ, ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ନିହାର ରଞ୍ଜନ ସ୍ବାଇଁ, ବିଶ୍ବ ହିନ୍ଦୁ ପରିଷଦ ନେତା ମୁରଲୀ ପଣ୍ଡା, ଅରକ୍ଷିତ ପରିଚ୍ଛା, କୁଲାଡ ସରପଞ୍ଚ ପ୍ରତିନିଧି ପ୍ରମୁଖ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri