
ନୂଆଦିଲ୍ଲୀ,୧୨।୬: ଗୁରୁବାର ଗୁଜୁରାଟରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାସ୍ଥଳକୁ ବିଏସଏଫ ଏବଂ ଏନଡିଆରଏଫ ଦଳ ପଠାଯାଇଛି। ଦୁର୍ଘଟଣାଗ୍ରସ୍ତ ବିମାନଟି ବୋଇଂର ୭୮୭ ଡ୍ରିମଲାଇନର ବୋଲି ଜଣାପଡ଼ିଛି, ଯାହା ୧୧ ବର୍ଷ ପୁରୁଣା ଥିଲା। ଏହି ବିମାନ ଦୁର୍ଘଟଣାରେ ୨୪୧ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ବିମାନଟି ଅହମଦାବାଦର ସର୍ଦ୍ଦାର ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିବା ପରେ ବିମାନବନ୍ଦର ସୀମା ପାର କରିପାରି ନ ଥିଲା ଏବଂ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।
ଏବେ ଟାଟା ଗ୍ରୁପ ଘୋଷଣା କରିଛି ଯେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ୧ କୋଟି ଟଙ୍କା ଆର୍ଥିକ ସହାୟତା ଦିଆଯିବ। ଆପଣଙ୍କୁ କହି ରଖୁଛୁ ଯେ ଏୟାର ଇଣ୍ଡିଆ ଟାଟା ଗ୍ରୁପର ମାଲିକାନା। ଏହି ଦୁର୍ଘଟଣାରେ ୨୪୧ ଜଣଙ୍କର ମୃତ୍ୟୁ ହୋଇଛି।