ବିଧାୟକଙ୍କ ପାଖରେ ମୋରଡା ବ୍ଲକର ହିସାବ ନାହିଁ

ମୋରଡ଼ା,୧୭।୧୦(ସ୍ମାରକ ମାଜୀ): ସାରା ରାଜ୍ୟରେ ଆମ ଓଡିଶା ନବୀନ ଓଡିଶା ଯୋଜନାରେ ଗ୍ରାମାଞ୍ଚଳର ବିକାଶ ପ୍ରକ୍ରିୟା ଆଗକୁ ହେବାକୁ ଥିବା ବେଳେ ଆଜି ମୟୁରଭଞ୍ଜ ଜିଲାରେ ଏହାର ଶୁଭାରମ୍ଭ ହୋଇଛି l ଏହି ପରିପ୍ରେକ୍ଷୀରେ ମୋରଡ଼ା ବ୍ଲକ ଅଧୀନ ପାଟପୁରସ୍ଥିତ ମିନି ଷ୍ଟାଡିୟମ ଠାରେ ଆମ ଓଡିଶା ନବୀନ ଓଡିଶା ଯୋଜନାର ଶୁଭାରମ୍ଭ ହୋଇଯାଇଛି।
ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୋରଡା ବିଧାୟକ ରାଜକିଶୋର ଦାସ,ଏଡିଏମ ରୁଦ୍ରନାରାୟଣ ମହାନ୍ତି, ବିଡ଼ିଓ ଜୟକୃଷ୍ଣ ପାତ୍ର, ତହସିଲଦାର ଅନନ୍ତ କୁମାର ହାଁସଦା, ବ୍ଲକ ଅଧକ୍ଷ ପିଥନାଥ ସୋରେନ, ଉପାଧ୍ୟକ୍ଷା ଜେମାମଣି ମହାନ୍ତ, ଜିଲାପରିଷଦ ସଭ୍ୟ ଅଭିରାମ ଭୋଇ, ଜିଲା ପରିଷଦ ସଭ୍ୟା, ମିଶନଶକ୍ତି ମହିଳା ଏବଂ ହଜାର ହଜାର ଲୋକେ ଉପସ୍ଥିତ ଥିଲେ l ଭର୍ଚୁଆଲ ମୋଡ଼ରେ ମଞ୍ଚ ପରିଚାଳନା କରିଥିଲେ ୫ ଟି ସଚିବ ଭିକେ. ପାଣ୍ଡିଆନ। l
ମୟୁରଭଞ୍ଜ ଜିଲାର ବଡ଼ସାହି, ବାଙ୍ଗିରିପୋଷି, ବାରିପଦା ଓ଼ ମୋରଡା ର୍ନିବାଚନମଣ୍ଡଳୀ ପାଇଁ ୧୧୧କୋଟି ୫୦ ଲକ୍ଷ ବ୍ୟୟରେ ମୋଟା ୩ହଜାର ୮୧ଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମୋଡ଼ରେ ଶୁଭାରମ୍ଭ କରିଥିଲେ।

ତେବେ ମୋରଡା ବ୍ଲକବାସୀଙ୍କ ଦୀର୍ଘଦିନର ଦାବି ଯଥା ରାଜାବନ୍ଧର ଉନ୍ନତିକରଣ ସହିତ ପର୍ଯ୍ୟଟନସ୍ଥଳୀର ମାନ୍ୟତା, ଚିତ୍ରଡା-ମୋରଡା ମୁଖ୍ୟ ରାସ୍ତାର ବିପଦ ସଙ୍କୁଳ ଅବସ୍ଥାରେ ଥିବା ଶିଳଦା ପୋଲର ନୂତନ ନର୍ମାଣ ପ୍ରଭୃତି ତଥା ମୋରଡା ବ୍ଲକର ଉନ୍ନତି ଦିଗରେ ବିଧାୟକ କଣ ବିକାଶ କରିଛନ୍ତି ସେ ବାବଦରେ କିଛି କହି ନ ଥିଲେ,ଯାହାକୁ ନେଇ ମୋରଡା ବ୍ଲକର ଉନ୍ନତିର ହିସାବ ବିଧାୟକ ଶ୍ରୀ ଦାସଙ୍କ ପାଖରେ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।