ଶାଳମଞ୍ଜି କ୍ରୟ ପ୍ରାପ୍ୟ ମିଳି ନ ଥିବାରୁ ଜନ ଅସନ୍ତୋଷ

ବାଲିଗୁଡା,୧୭।୧୦:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ତଥା ଏହାର ଆଖପାଖ ଅଞ୍ଚଳରେ ଅଧିକାଂଶ ଅଧିବାସୀ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ । ଜଙ୍ଗଲକାତ ଦ୍ରବ୍ୟକୁ ଲୋକେ ଉଚିତ ଦରରେ ବିକ୍ରି କରିବେ ସେଥିପାଇଁ ସରକାରଙ୍କ ତରଫରୁ ଦର ଧାର୍ଯ୍ୟ କରାଯାଇଥାଏ। ଆଦିବାସୀ ସମବାୟ ଉନ୍ନୟନ ନିଗମ (ଟିଡିସିସି) ଦାରା ଦର ଧାର୍ଯ୍ୟ କରି କିଣିଥାନ୍ତି। କିନ୍ତୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ସରକାରଙ୍କୁ ବିକ୍ରି କରିବା ପରେ ୪ ମାସ ବିତଯାଇଥିଲେ ମଧ୍ୟ ପ୍ରାପ୍ୟ ମିଳୁନାହିଁ । ଯାହା ଫଳରେ ମହିଳା ଗୋଷ୍ଠୀ ଓ ଲୋକେ ହନ୍ତସନ୍ତ ହେଉଛନ୍ତି । ବାଲିଗୁଡା ଆଦିବାସୀ ସମବାୟ ଉନ୍ନୟନ ନିଗମ (ଟିଡିସିସି) ଦ୍ବାରା ଶାଳମଞ୍ଜି କିଣାଯାଇଥିଲା । କିନ୍ତୁ ଲୋକେ ଆଜି ପର୍ଯ୍ୟନ୍ତ ଶାଳମଞ୍ଜି ବିକ୍ରି କରିଥିବା ଟଙ୍କା ପାଇନାହାନ୍ତି। ଶାଳମଞ୍ଜି ବିକ୍ରି ପାଇଁ ସରକାର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨ହଜାର ଟଙ୍କାରେ କିଣିବାକୁ ଦର କରିଥିଲେ। ମହିଳା ଗୋଷ୍ଠୀ ଗୋଟାଳିଙ୍କ ଠାରୁ ମଞ୍ଜି କିଣିବେ । ପରେ ତାକୁ ଆଦିବାସୀ ସମବାୟ ଉନ୍ନୟନ ନିଗମ (ଟିଡିସିସି)ରେ ବିକ୍ରି କରିବେ । ଗତ ମେ ଓ ଜୁନ ମାସ ସୁଦ୍ଧା ମହିଳା ଗୋଷ୍ଠୀ ଶାଳମଞ୍ଜି କିଣି କାର୍ଯ୍ୟାଳୟରେ ବିକ୍ରି କରିଥିଲେ । ଗତ ଜୁନ ମାସ ସୁଦ୍ଧା ୨୧ ହଜାର କୁଇଣ୍ଟାଲ ଶାଳ ମଞ୍ଜି କିଣାଯାଇଛି । ୪ ମାସ ହୋଇ ଯାଇଥିଲେ ମଧ୍ୟ ଅଦ୍ୟାବଧି ସୁଦ୍ଧା ପ୍ରାପ୍ୟ ମିଳି ନ ଥିବାରୁ ମହିଳା ଗୋଷ୍ଠୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେଉଁ ଗୋଟାଳିଙ୍କ ଠାରୁ ମଞ୍ଜି କିଣିଛନ୍ତି ସେମାନଙ୍କୁ ଦେଇ ପାରୁ ନ ଥିବାରୁ ସମସ୍ୟା ସୃଷ୍ଟି ହୋଇଛି । ଅନ୍ୟ ପଟେ ଶାଳ ମଞ୍ଜି ଗୋଟାଳି ପରିବାର ମଧ୍ୟ ସେମାନଙ୍କ ବିକ୍ରି ଟଙ୍କା ନ ପାଇ ହନ୍ତସନ୍ତ ହେଉଛନ୍ତି । ଏହାକୁ ନେଇ ବାଲିଗୁଡା ଆଦିବାସୀ ସମବାୟ ଉନ୍ନୟନ ନିଗମ (ଟିଡିସିସି) ଶାଖା ପରିଚାଳକ ହେମନ୍ତ କୁମାର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଚଳିତ ବର୍ଷ ଜୁନ ମାସ ଶେଷ ସୁଦ୍ଧା ଆମେ ୨୧ ହଜାର କୁଇଣ୍ଟାଲ ଶାଳମଞ୍ଜି କିଣିଛୁ କିନ୍ତୁ ବର୍ତ୍ତମାନ ସୁଦ୍ଧା କିଣା ଯାଇଥିବା ମଞ୍ଜିର ଅଳ୍ପ ପ୍ରାପ୍ୟ ଦିଆଯାଇଛି । ଆଉ ବଳକା ପ୍ରାପ୍ୟ ଆସିଲେ ସମସ୍ତ ବକେୟା ପ୍ରାପ୍ୟ ପ୍ରଦାନ କରାଯିବ ବୋଲି କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନି-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୭ା୮(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ଆଇଟିଆରରେ ଗୁରୁବାର ଅଗ୍ନି -୪ ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି। ଏହି ପରୀକ୍ଷଣ ଷ୍ଟ୍ରାଟେଜିକ୍‌…

ଭାଲୁ ଆକ୍ରମଣରେ ଭଉଣୀଭାଇ ମୃତ: ମୃତଦେହ ପାଖରେ ଜଗି ରହିଲା ଭାଲୁ

ଉମରକୋଟ,୭।୮(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ସୀମାନ୍ତ ଛତିଶଗଡ଼ ରାଜ୍ୟ କାଙ୍କେର ଜିଲା ମରକାଟୋଲା ଗାଁରେ ଏକ ହିଂସ୍ର ମାଈ ଭାଲୁ ଆକ୍ରମଣରେ ଗୋଟିଏ ପରିବାରର ଦୁଇ ଭଉଣୀଭାଇଙ୍କର…

୧୧ କୋଟି ଟଙ୍କାର ଲଟେରି ଟିକେଟ ଅଳିଆରୁ ଉଦ୍ଧାରକଲେ ସଫେଇ କର୍ମଚାରୀ

ରୋମ୍‌,୭ା୮:ଇଟାଲୀରେ ଜଣେ ମହିଳା ୧୧ କୋଟି ଟଙ୍କା (୧ ମିଲିୟନ/ପ୍ରାୟ ୧୦.୯ କୋଟି ଟଙ୍କା)ର ମେଗା ଲଟେରି ଜିତିବା ପରେ ଭୁଲବଶତଃ ତାହାକୁ ଅଳିଆ ଗଦାରେ ଫିଙ୍ଗି…

ଘୂର୍ଣ୍ଣିବଳୟ ପ୍ରଭାବରେ ସପ୍ତାହେ ଯାଏ ପ୍ରବଳ ବର୍ଷା: ଅରେଞ୍ଜ ଓ୍ବାର୍ନିଂ ଜାରି, ଘଣ୍ଟାପ୍ରତି…

ଭୁବନେଶ୍ୱର,୭ା୮(ବନ୍ଦନା ସେଠୀ): ଉତ୍ତର ଓଡ଼ିଶା ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚତାରେ ଉତ୍ତର-ପଶ୍ଚିମ…

ବୋହୂ ନିଖୋଜ, ଶାଶୁ ଥାନାରେ

ହାଟଡ଼ିହୀ/ଛେନାପଦୀ,୬l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଇଂଚୋଳ ଗ୍ରାମର ଜଣେ ବୋହୂ ନିଖୋଜ ହୋଇଯାଇଛନ୍ତି। ଏନେଇ ଶାଶୁ ଥାନାରେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି।…

୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ, ଥାନାରେ ମାମଲା

ହାଟଡ଼ିହୀ,୬l୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଛେନାପଦୀ ବିଷ୍ଣୁପ୍ରିୟା ବାଳାଶ୍ରମରୁ ଜଣେ ୬ଷ୍ଠ ଶ୍ରେଣୀ ଛାତ୍ର ନିଖୋଜ ହୋଇଯାଇଛନ୍ତି। ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ଛାତ୍ରଙ୍କ…

Video: ନୂଆ ରିଲ ଶେୟାର କଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ…

ନୂଆଦିଲ୍ଲୀ,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଇନଷ୍ଟାଗ୍ରାମ ରିଲ ଶେୟାର କରିଛନ୍ତି। ଏହି ରିଲ ଜାତୀୟ ହସ୍ତତନ୍ତ ଦିବସ (୭ ଅଗଷ୍ଟରେ ପାଳିତ) ଅବସରରେ ପୋଷ୍ଟ କରାଯାଇଥିଲା।…

୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ: ବନ୍ଧା ହେଲେ ଅଭିଯୁକ୍ତ

ଦେବଗଡ,୬ା୮(ଶଶାଙ୍କ ଶେଖର ଝାଙ୍କର): ୪ ବର୍ଷର ନାବାଳିକାଙ୍କୁ ଅସଦଚାରଣ ଅଭିଯୋଗରେ ଦେବଗଡ଼ ଥାନା ପୋଲିସ ଗୁରୁବାର ବାସୁଦେବପୁର ଗ୍ରାମର ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri