ଫାଇଲ ଭିତରେ ବିଧାୟକଙ୍କ ଦାବିପତ୍ର

ଯାଜପୁର,୧୭।୭(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲାରେ ଲଘୁ ଖଣିଜ ଦ୍ରବ୍ୟ ହରିଲୁଟ ଓ ପୂର୍ବରୁ ନିର୍ଦ୍ଧାରିତ ଜରିମାନା ଆଦାୟ କ୍ଷେତ୍ରରେ ପଦକ୍ଷେପ ଆଶାନୁରୂପ ହେଉ ନ ଥିବା ଚର୍ଚ୍ଚା ହେଉଛି। ଏହାବାଦ୍‌ ଷ୍ଟୋନ କ୍ରଶରଗୁଡିକୁ ଅନୁମୋଦନଠାରୁ ବହୁ ଗୁଣ ଅଧିକ ଜମି ଦିଆଯାଇଥିବା ଅଭିଯୋଗ ହୋଇଥିବାବେଳେ ତା’ର ଚିହ୍ନଟ ଓ ସୀମା ନିର୍ଦ୍ଧାରଣ ଏଯାଏ ହୋଇ ପାରିନାହିଁ। ଏଥିପାଇଁ ଧର୍ମଶାଳା ତହସିଲଦାର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) କର୍ତ୍ତୃପକ୍ଷଙ୍କୁ ଭାଜପାର ସ୍ଥାନୀୟ ବିଧାୟକ ହିମାଂଶୁଶେଖର ସାହୁ ପ୍ରଦାନ କରିଥିବା ନିବେଦନ ପତ୍ରକୁ ଅଣଦେଖା କରାଯାଇଥିବା ବିଷୟ ପଦାକୁ ଆସିଛି।
ରାଜ୍ୟରେ ୨୦୧୫-୧୬ରୁ ୨୦୨୧-୨୨ ମଧ୍ୟରେ ଲଘୁ ଖଣିଜ ଦ୍ରବ୍ୟର ବେଆଇନ ଉତ୍ତୋଳନ, ଅନୁମୋଦିତ ପରିମାଣଠାରୁ ଅଧିକ ଉତ୍ତୋଳନ, ବିନା ଟ୍ରାନ୍‌ଜିଟ ଫର୍ମରେ ଖଣିଜ ପରିବହନ ଓ ବିକ୍ରି ମାମଲାରେ ୧୪ ଜିଲାରୁ ୧୯ କୋଟି ୮୬ ଲକ୍ଷ ୫୦ ହଜାର ୫୪୩ ଟଙ୍କା ଜରିମାନା ଆଦାୟ ହୋଇଥିଲା। କିନ୍ତୁ ଯାଜପୁର ଜିଲାରେ ଲଘୁ ଖଣିଜ ଦ୍ରବ୍ୟ କଳାପଥର ଲୁଟେରାଙ୍କଠାରୁ ଟଙ୍କାଟିଏ ବି ଆଦାୟ ହୋଇ ନ ଥିଲା। ଏନେଇ ବିଧାନସଭାରେ ପ୍ରଶ୍ନ ହୋଇଥିଲା। ଧରିତ୍ରୀରେ ସବିଶେଷ ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇବାରେ ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ପର୍ଯ୍ୟାୟକ୍ରମେ ସାଟେଲାଇଟ୍‌ ମାପଚୁପ ହୋଇଥିଲା। ମାପଚୁପ ପରେ ୨୨ ଲିଜ୍‌ଧାରୀଙ୍କ ନାମରେ ପ୍ରାୟ ୨୯୮ କୋଟି ଟଙ୍କା ଜରିମାନା ଅର୍ଥ ପୈଠ କରିବାକୁ ନିର୍ଦ୍ଦେଶ ହୋଇଥିଲା। ତେବେ ପ୍ରଶାସନ ପକ୍ଷରୁ ଆବଶ୍ୟକ ରିପୋର୍ଟ ଦାଖଲ ହୋଇ ନ ପାରିବାରୁ ସେତେବେଳେ ସଂପୃକ୍ତ ଲିଜ୍‌ଧାରୀମାନେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ, ଯାହାକି ଆଜି ପର୍ଯ୍ୟନ୍ତ ଆଦୌ ଜରିମାନା ଆଦାୟ ହୋଇ ନ ଥିବା ଜଣାପଡିଛି। ତେଣୁ ଗତ ୨୮ ତାରିଖରେ ଧର୍ମଶାଳା ବିଧାୟକ ହିମାଂଶୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଖଣି ଓ ଲଘୁ ଖଣି ନିର୍ଦ୍ଦେଶକଙ୍କୁ ପତ୍ର ଲେଖିଥିଲେ। ହେଲେ ଉକ୍ତ ପତ୍ର ପ୍ରେରଣ କରିବାର ୩ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଏଯାଏ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଲଘୁ ଖଣି ଓ କ୍ରଶର ପାଇଁ ଆବଣ୍ଟିତ ଜମିର ତଦନ୍ତ, ଚିହ୍ନଟ ଓ ସୀମା ନିର୍ଦ୍ଧାରଣ କରିବାକୁ ବିଧାୟକ ହିମାଂଶୁ ଗତ ଜୁନ ୮ ତାରିଖରେ ତହସିଲଦାରଙ୍କୁ ପତ୍ର ଲେଖିଥିଲେ। ଏହାସହ ଉତ୍କଟ ପ୍ରଦୂଷଣ ସୃଷ୍ଟି କରୁଥିବା ଖଣି ଓ କ୍ରଶର ମାଲିକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ‘ଏସ୍‌ପିସିବି’ର ଅଧ୍ୟକ୍ଷଙ୍କୁ ନିବେଦନ କରିଥିଲେ। ସେ ତହସିଲଦାରଙ୍କୁ ଦେଇଥିବା ପତ୍ରରେ ଆହୁରି ଦର୍ଶାଇଛନ୍ତି ଯେ, ଆବଣ୍ଟିତ ଜମିରୁ ଅଧିକ ଓ ଅନ୍ୟ ଅଞ୍ଚଳରୁ କଳାପଥର ଉତ୍ତୋଳନ କରିଥିବା ଲିଜ୍‌ଧାରୀଙ୍କ ବିରୋଧରେ ଯଦି ପ୍ରମାଣ ମିଳେ ତେବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ତେଣୁ ସାମୂହିକ ସ୍ବାର୍ଥ ଓ ସରକାରଙ୍କ ରାଜସ୍ବ ଲୁଟ୍‌କୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବା ଜରୁରୀ ବୋଲି ବିଧାୟକ ଦାବି କରିଥିଲେ।
ଅନ୍ୟପକ୍ଷେ ଏସ୍‌ପିସିବିର ଅଧ୍ୟକ୍ଷଙ୍କୁ ଦେଇଥିବା ପତ୍ରରେ ଆହୁରି ଦର୍ଶାଇଛନ୍ତି ଯେ, ଏସ୍‌ପିସିବିର ଗାଇଡଲାଇନକୁ ଉଲ୍ଲଂଘନ କରି ଏକାଧିକ କ୍ରଶର ୟୁନିଟ୍‌ ଓ ଖାଦାନ ଚାଲିଛି। ତେଣୁ ଏହାର ଉପଯୁକ୍ତ ଭାବେ ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ବିଧାୟକ ହିମାଂଶୁ ଅନୁରୋଧ କରିଥିଲେ। ଏହିସବୁ ଅଭିଯୋଗର ଉପଯୁକ୍ତ ତଦନ୍ତ କରାଗଲେ ୯୦ଟି କ୍ରଶରରୁ ପ୍ରାୟ ୪୦ ବେଆଇନ ଭାବେ ଚାଲିଥିବା ସ୍ପଷ୍ଟ ହେବ ବୋଲି କୁହାଯାଉଛି।
ଏ ସଂକ୍ରାନ୍ତରେ ଯାଜପୁର ଲଘୁ ଖଣି ଉପନିର୍ଦ୍ଦେଶକ(ଡିଡିଏମ୍‌) ଜୟପ୍ରକାଶ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଜରିମାନା ନିର୍ଦ୍ଦେଶ ହେବା ପରେ ସମ୍ପୃକ୍ତ ଲିଜ୍‌ଧାରୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପରେ ହାଇକୋର୍ଟଙ୍କ ପକ୍ଷରୁ ଅପିଲ ଅଥରିଟି ଉପଜିଲାପାଳ ବା ଡିଡିଏମ୍‌ଙ୍କ ନିକଟରେ ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବର୍ତ୍ତମାନ ଡିଡିଏମ୍‌ ନାୟକ ଉକ୍ତ ଅପିଲ ଉପରେ କିଏ ଚୂଡ଼ାନ୍ତ ପଦକ୍ଷେପ ନେବେ ସେ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସରକାରଙ୍କ ନିକଟରୁ ଯାହା ନିର୍ଦ୍ଦେଶ ଆସିବ ତାହା କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri