ଫାଇଲ ଭିତରେ ବିଧାୟକଙ୍କ ଦାବିପତ୍ର

ଯାଜପୁର,୧୭।୭(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲାରେ ଲଘୁ ଖଣିଜ ଦ୍ରବ୍ୟ ହରିଲୁଟ ଓ ପୂର୍ବରୁ ନିର୍ଦ୍ଧାରିତ ଜରିମାନା ଆଦାୟ କ୍ଷେତ୍ରରେ ପଦକ୍ଷେପ ଆଶାନୁରୂପ ହେଉ ନ ଥିବା ଚର୍ଚ୍ଚା ହେଉଛି। ଏହାବାଦ୍‌ ଷ୍ଟୋନ କ୍ରଶରଗୁଡିକୁ ଅନୁମୋଦନଠାରୁ ବହୁ ଗୁଣ ଅଧିକ ଜମି ଦିଆଯାଇଥିବା ଅଭିଯୋଗ ହୋଇଥିବାବେଳେ ତା’ର ଚିହ୍ନଟ ଓ ସୀମା ନିର୍ଦ୍ଧାରଣ ଏଯାଏ ହୋଇ ପାରିନାହିଁ। ଏଥିପାଇଁ ଧର୍ମଶାଳା ତହସିଲଦାର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) କର୍ତ୍ତୃପକ୍ଷଙ୍କୁ ଭାଜପାର ସ୍ଥାନୀୟ ବିଧାୟକ ହିମାଂଶୁଶେଖର ସାହୁ ପ୍ରଦାନ କରିଥିବା ନିବେଦନ ପତ୍ରକୁ ଅଣଦେଖା କରାଯାଇଥିବା ବିଷୟ ପଦାକୁ ଆସିଛି।
ରାଜ୍ୟରେ ୨୦୧୫-୧୬ରୁ ୨୦୨୧-୨୨ ମଧ୍ୟରେ ଲଘୁ ଖଣିଜ ଦ୍ରବ୍ୟର ବେଆଇନ ଉତ୍ତୋଳନ, ଅନୁମୋଦିତ ପରିମାଣଠାରୁ ଅଧିକ ଉତ୍ତୋଳନ, ବିନା ଟ୍ରାନ୍‌ଜିଟ ଫର୍ମରେ ଖଣିଜ ପରିବହନ ଓ ବିକ୍ରି ମାମଲାରେ ୧୪ ଜିଲାରୁ ୧୯ କୋଟି ୮୬ ଲକ୍ଷ ୫୦ ହଜାର ୫୪୩ ଟଙ୍କା ଜରିମାନା ଆଦାୟ ହୋଇଥିଲା। କିନ୍ତୁ ଯାଜପୁର ଜିଲାରେ ଲଘୁ ଖଣିଜ ଦ୍ରବ୍ୟ କଳାପଥର ଲୁଟେରାଙ୍କଠାରୁ ଟଙ୍କାଟିଏ ବି ଆଦାୟ ହୋଇ ନ ଥିଲା। ଏନେଇ ବିଧାନସଭାରେ ପ୍ରଶ୍ନ ହୋଇଥିଲା। ଧରିତ୍ରୀରେ ସବିଶେଷ ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇବାରେ ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ପର୍ଯ୍ୟାୟକ୍ରମେ ସାଟେଲାଇଟ୍‌ ମାପଚୁପ ହୋଇଥିଲା। ମାପଚୁପ ପରେ ୨୨ ଲିଜ୍‌ଧାରୀଙ୍କ ନାମରେ ପ୍ରାୟ ୨୯୮ କୋଟି ଟଙ୍କା ଜରିମାନା ଅର୍ଥ ପୈଠ କରିବାକୁ ନିର୍ଦ୍ଦେଶ ହୋଇଥିଲା। ତେବେ ପ୍ରଶାସନ ପକ୍ଷରୁ ଆବଶ୍ୟକ ରିପୋର୍ଟ ଦାଖଲ ହୋଇ ନ ପାରିବାରୁ ସେତେବେଳେ ସଂପୃକ୍ତ ଲିଜ୍‌ଧାରୀମାନେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ, ଯାହାକି ଆଜି ପର୍ଯ୍ୟନ୍ତ ଆଦୌ ଜରିମାନା ଆଦାୟ ହୋଇ ନ ଥିବା ଜଣାପଡିଛି। ତେଣୁ ଗତ ୨୮ ତାରିଖରେ ଧର୍ମଶାଳା ବିଧାୟକ ହିମାଂଶୁ ତୁରନ୍ତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଖଣି ଓ ଲଘୁ ଖଣି ନିର୍ଦ୍ଦେଶକଙ୍କୁ ପତ୍ର ଲେଖିଥିଲେ। ହେଲେ ଉକ୍ତ ପତ୍ର ପ୍ରେରଣ କରିବାର ୩ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ଏଯାଏ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ଲଘୁ ଖଣି ଓ କ୍ରଶର ପାଇଁ ଆବଣ୍ଟିତ ଜମିର ତଦନ୍ତ, ଚିହ୍ନଟ ଓ ସୀମା ନିର୍ଦ୍ଧାରଣ କରିବାକୁ ବିଧାୟକ ହିମାଂଶୁ ଗତ ଜୁନ ୮ ତାରିଖରେ ତହସିଲଦାରଙ୍କୁ ପତ୍ର ଲେଖିଥିଲେ। ଏହାସହ ଉତ୍କଟ ପ୍ରଦୂଷଣ ସୃଷ୍ଟି କରୁଥିବା ଖଣି ଓ କ୍ରଶର ମାଲିକଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ‘ଏସ୍‌ପିସିବି’ର ଅଧ୍ୟକ୍ଷଙ୍କୁ ନିବେଦନ କରିଥିଲେ। ସେ ତହସିଲଦାରଙ୍କୁ ଦେଇଥିବା ପତ୍ରରେ ଆହୁରି ଦର୍ଶାଇଛନ୍ତି ଯେ, ଆବଣ୍ଟିତ ଜମିରୁ ଅଧିକ ଓ ଅନ୍ୟ ଅଞ୍ଚଳରୁ କଳାପଥର ଉତ୍ତୋଳନ କରିଥିବା ଲିଜ୍‌ଧାରୀଙ୍କ ବିରୋଧରେ ଯଦି ପ୍ରମାଣ ମିଳେ ତେବେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ତେଣୁ ସାମୂହିକ ସ୍ବାର୍ଥ ଓ ସରକାରଙ୍କ ରାଜସ୍ବ ଲୁଟ୍‌କୁ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବା ଜରୁରୀ ବୋଲି ବିଧାୟକ ଦାବି କରିଥିଲେ।
ଅନ୍ୟପକ୍ଷେ ଏସ୍‌ପିସିବିର ଅଧ୍ୟକ୍ଷଙ୍କୁ ଦେଇଥିବା ପତ୍ରରେ ଆହୁରି ଦର୍ଶାଇଛନ୍ତି ଯେ, ଏସ୍‌ପିସିବିର ଗାଇଡଲାଇନକୁ ଉଲ୍ଲଂଘନ କରି ଏକାଧିକ କ୍ରଶର ୟୁନିଟ୍‌ ଓ ଖାଦାନ ଚାଲିଛି। ତେଣୁ ଏହାର ଉପଯୁକ୍ତ ଭାବେ ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ବିଧାୟକ ହିମାଂଶୁ ଅନୁରୋଧ କରିଥିଲେ। ଏହିସବୁ ଅଭିଯୋଗର ଉପଯୁକ୍ତ ତଦନ୍ତ କରାଗଲେ ୯୦ଟି କ୍ରଶରରୁ ପ୍ରାୟ ୪୦ ବେଆଇନ ଭାବେ ଚାଲିଥିବା ସ୍ପଷ୍ଟ ହେବ ବୋଲି କୁହାଯାଉଛି।
ଏ ସଂକ୍ରାନ୍ତରେ ଯାଜପୁର ଲଘୁ ଖଣି ଉପନିର୍ଦ୍ଦେଶକ(ଡିଡିଏମ୍‌) ଜୟପ୍ରକାଶ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଜରିମାନା ନିର୍ଦ୍ଦେଶ ହେବା ପରେ ସମ୍ପୃକ୍ତ ଲିଜ୍‌ଧାରୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପରେ ହାଇକୋର୍ଟଙ୍କ ପକ୍ଷରୁ ଅପିଲ ଅଥରିଟି ଉପଜିଲାପାଳ ବା ଡିଡିଏମ୍‌ଙ୍କ ନିକଟରେ ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବର୍ତ୍ତମାନ ଡିଡିଏମ୍‌ ନାୟକ ଉକ୍ତ ଅପିଲ ଉପରେ କିଏ ଚୂଡ଼ାନ୍ତ ପଦକ୍ଷେପ ନେବେ ସେ ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସରକାରଙ୍କ ନିକଟରୁ ଯାହା ନିର୍ଦ୍ଦେଶ ଆସିବ ତାହା କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri