ମହୁ ଚାଷ କରନ୍ତୁ ଲକ୍ଷପତି ଦିଦି ବନନ୍ତୁ :ବିଧାୟକଙ୍କ ବଡ଼ ଘୋଷଣା ଭଞ୍ଜନଗର ବ୍ଲକର ୨୫ ଶହ ଗ୍ରୁପକୁ ଦିଆଯିବ….

ଭଞ୍ଜନଗର,୧୭/୮(ବାବୁଲା ପ୍ରଧାନ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ବନ ସୁରକ୍ଷା ସମିତି କର୍ମକର୍ତ୍ତାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ତେଣୁ ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ ଏବଂ ଘୁମୁସର ଉତ୍ତର ବନଖଣ୍ଡ ପକ୍ଷରୁ ମିଳିତ ଭାବେ ଆଜକୁ ୭ ଦିନ ହେବ ମହୁଚାଷ ଉପରେ ତାଲିମ ଚାଲିଥିଲା। ତାହା ରବିବାର ଉଦଯାପିତ ହୋଇଯାଇଛି। ଏଥିରେ ୫୦ ଜଣ ମହିଳା ଓ ପୁରୁଷଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଏହାପରେ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଆବଶ୍ୟକ ଉପକରଣ ଯୋଗାଇ ଦିଆଯାଇଥିଲା। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାଷୀ ମାନଙ୍କୁ ମହୁ ଚାଷ ବାକ୍ସ, ମହୁ ଅମଳ ଯନ୍ତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ବିଧାୟକ ନାୟକ କହିଥିଲେ ଯେ ସମାଜର ସମସ୍ତ ବର୍ଗର ଲୋକଙ୍କ ଉନ୍ନତି ପାଇଁ ଡବଲ ଇଞ୍ଜିନ ସରକାର ନୂଆଁ ନୂଆଁ ପଦକ୍ଷେପ ନେଇଛନ୍ତି। ଏହାଦ୍ବାରା ଲୋକଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ଆସିପାରୁଛି ବୋଲି ବିଧାୟକ କହିଥିଲେ। ଏହି ବନଖଣ୍ଡରେ ବନ୍ୟପ୍ରାଣୀ ଶିକାର , ଜଙ୍ଗଲ ପୋଡ଼ି କମିଛି। ସରକାର ସ୍ୱୟଂ ସହାୟିକା ଗୋଷ୍ଠୀକୁ ସହାୟତା ଯୋଗାଇ ଦେଉଛନ୍ତି। ମହିଳା ମାନେ ପିଲାଙ୍କୁ ପାଠ ପଢ଼ାଇ ଶିକ୍ଷିତ କରାନ୍ତୁ। ପିଲା ଶିକ୍ଷିତ ହେଲେ ନିଜ ପରିବାରର ଉନ୍ନତି ସହ ଦେଶର ଉନ୍ନତି ହୋଇପାରିବ। ଭଞ୍ଜନଗର ବ୍ଲକର ୨୫୦୦ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଋଣ ଦିଆଯିବ। ଏଥିସହ ୧୧ ଟି ସ୍ୱୟଂ ସହାୟିକା ଗୋଷ୍ଠୀକୁ ଲାପଟପ୍ ଦିଆଯିବ। ମହିଳା ମାନେ ଆତ୍ମନିର୍ଭରଶୀଳ ହେବାସହ ଆଗକୁ ବଢ଼ୁଛନ୍ତି ବୋଲି ବିଧାୟକ କହିଥିଲେ।

ଡି ଏଫ୍ ଓ ହିମାଂଶୁ ଶେଖର ମହାନ୍ତି ସଭାରେ ଅଧ୍ୟକ୍ଷତା କରିଥିଲେ। ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ ସଚିବ ସଞ୍ଜୟ କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମାଧ୍ୟମରେ ମହିଳା ମାନଙ୍କ ଉନ୍ନତି ପାଇଁ ପଦକ୍ଷେପ ନିଆଯାଇଛି ବୋଲି କହିଥିଲେ। ୨୦୧୩ ରୁ ରାଜ୍ୟରେ ମହୁ ଚାଷୀଙ୍କୁ ତାଲିମ୍ ଦିଆଯାଇଛି। ୨୦୨୪ ସୁଧା ରାଜ୍ୟରେ ୧୭୨୯ ଜଣ ଚାଷୀଙ୍କୁ ତାଲିମ୍ ଦିଆଯାଇଛି। ବର୍ତ୍ତମାନ ଚାଷୀ ସଂଖ୍ୟା ବୃଦ୍ଧି ପାଇଁ ଆହୁରି ଅଧିକ ପଦକ୍ଷେପ ନିଆଯାଇଛି। ଜଣେ ଚାଷୀଙ୍କୁ ସର୍ବାଧିକ ୧୦୦ ଟି ବାକ୍ସ ଏହି ଯୋଜନାରେ ଦିଆଯାଇପାରିବ ବୋଲି ଶ୍ରୀ ମିଶ୍ର କହିଥିଲେ। ଆଗାମୀ ଦିନରେ ୧୫ ଜଣ ମହୁଚାଷୀ କେରଳ ଯିବେ ଅଧିକ ଜ୍ଞାନ ଆହରଣ କରିବାକୁ ଯିବେ । ଚାଷୀ ମାନେ ସେମାନଙ୍କ ଉତ୍ପାଦିତ ମହୁ ବିଭାଗକୁ ବିକ୍ରି କରିବେ। ଏଥିପାଇଁ ଚାଷୀ ଓ ବିଭାଗ ମଧ୍ୟରେ ଚୁକ୍ତି ହେବ। ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିପଶା ପାରୁଲ ଅନ୍ୟତମ ଅତିଥି ଭାବେ ଯୋଗଦେଇ ମହିଳା ଆତ୍ମନିର୍ଭରଶୀଳ ହେଲେ ଦେଶ ଆଗକୁ ବଢିବ ବୋଲି କହିଥିଲେ। ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଆର୍ ବିଶ୍ଵନାଥ ନିଲାନଭର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ୭ ବନଖଣ୍ଡରେ ଏହିଭଳି ମହୁ ଚାଷ କରାଯିବ ବୋଲି କହିଥିଲେ । ତେଣୁ ମହିଳା ମାନେ ମହୁ ଚାଷ ସମେତ ଅନ୍ୟାନ୍ୟ ବ୍ୟବସାୟ କରି ଲକ୍ଷପତି ଦିଦି ବନିବାକୁ ଆହ୍ବାନ କରିଥିଲେ। ଭଞ୍ଜନଗର ନର୍ସରୀ ମହୁ ଚାଷ ପାଇଁ ଉଦାହରଣ ହେଉ।
ଲୋକେ ଆତ୍ମନିର୍ଭରଶୀଳ ହେଲେ ଜଙ୍ଗଲ ଉପରେ ସେମାନଙ୍କନିର୍ଭରଶୀଳ କମିବ। ଫଳରେ ଜଙ୍ଗଲ ସୁରକ୍ଷିତ ରହିପାରିବ ବୋଲି ଆର୍ ସି ସି ଏଫ୍ କହିଥିଲେ। ସଭାରେ ଏ ସି ଏଫ୍ ଡ ରଶ୍ମି ରଞ୍ଜନ ସ୍ଵାଇଁ, ବିବେକ କୁମାର ଦାସ, ପ୍ରଦୀପ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ରେଞ୍ଜର ବିମ୍ବାଧର ସାହୁ, ପୃଥିବୀ ରାଜ ପ୍ରଧାନ, ବନପାଳ ବାବୁଲ ସେଠୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri