Categories: ରାଜ୍ୟ

ସୌମ୍ୟରଞ୍ଜନ ପଟ୍ଟନାୟକ କରୋନା ପଜିଟିଭ

ଭୁବନେଶ୍ୱର, ୧୧।୮(ବ୍ୟୁରୋ): ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ନିଜେ ସୌମ୍ୟରଞ୍ଜନ ଟୁଇଟ୍‌କରି ସୂଚନା ଦେଇଛନ୍ତି।
ସେ ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ମୁଁ ଆଜି କରୋନା ପଜିଟିଭ ହୋଇଥିବା ଜଣାପଡ଼ିଛି। ମୁଁ ସୁସ୍ଥ ଅଛି। ଗତ ସପ୍ତାହରେ ମୋ ସଂସ୍ପର୍ଶରେ ଆସିଥିବା ବନ୍ଧୁମାନଙ୍କୁ ଡାକ୍ତରୀ ପରାମର୍ଶ ନେବା ପାଇଁ ଅନୁରୋଧ କରୁଛି ବୋଲି ସେ ଲେଖିଜଣାଇଛନ୍ତି।