ଶଙ୍ଖ ଛାଡିଲେ ଆଠମଲ୍ଲିକ ବିଧାୟକ

ଭୁବନେଶ୍ୱର, ୪।୪: ବିଜେଡି ଛାଡିଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଗୁରୁବାର ସେ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ବିଜେଡି ଛାଡିଥିବା ସୂଚନା ମିଳିଛି। ଆଠମଲ୍ଲିକରୁ ବିଜେଡି ଏଥର ନଳିନୀକାନ୍ତ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି।